ଅଳସୁଆ ପ୍ରତିଯୋଗିତା
ଦିନକୁ ଦିନ ସ୍ମାର୍ଟ ଫୋନ୍ ଯୁଗ ହେବା ବେଳକୁ ସମସ୍ତେ ତାହା ଉପରେ ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଗଲେଣି । ଆଉ କୌଣସି କାମ ନିଜେ କରିବାକୁ ଇଚ୍ଛା କରୁନାହାନ୍ତି । ବହୁତ ଅଳସୁଆ ମଧ୍ୟ ହୋଇଗଲେଣି । ଏହି ପରିସ୍ଥିତି ଭାରତ ଏବଂ ଭାରତ ବାହ ଆଖି ଆଗରେ ରଖି ଦକ୍ଷିଣ କୋରିଆରେ ଅନୁଷ୍ଠିତ ହୋଇଥିଲା ‘ଅଳସୁଆ ପ୍ରତିଯୋଗିତା’ । ଦକ୍ଷିଣ କୋରିଆର କେତୋଟି ସଂସ୍ଥା ଏକତ୍ର ଭାବେ ଏହାକୁ ଆୟୋଜନ କରିଥିଲେ । ଏଥିରେ ଭାଗ ନେବା ପ୍ରତିଯୋଗୀ ୯୦ ମିନିଟ୍ ଯାଏଁ ନିଜ ସ୍ମାର୍ଟ ଫୋନ୍ ଠାରୁ ଦୂରେଇ ରହିବା ସହିତ କାହା ସହିତ କଥାବାର୍ତା କରିବେ ନାହିଁ, ହସିବେ କିମ୍ବା କିଛି ଖାଇବେ ନାହିଁ । ଏଥିରେ କେହି ବି ୯୦ ମିନିଟ୍ ଯାଏଁ ବସି ପାରିଲେ ନାହିଁ । କେତେଜଣ ୪୦ ମିନିଟ୍ ବସି ତା ପରେ ବିରକ୍ତ ହୋଇ ଉଠି ଯାଇଥିଲେ ଏବଂ କେବଳ ୨ ଜଣ ୬୦ ମିନିଟ୍ ଯାଏ ବସିଥିଲେ । ସମସ୍ତେ ଉଠିବା କ୍ଷଣି ପ୍ରଥମେ ନିଜ ସ୍ମାର୍ଟ ଫୋନ୍ ଚେକ୍ କରିବାରେ ବ୍ୟସ୍ତ ହୋଇ ଯାଇଥିଲେ । ପ୍ରକୃତରେ ଏହି ପ୍ରତିଯୋଗିତା ଯୁବପିଢ଼ିଙ୍କୁ ସ୍ମାର୍ଟ ଫୋନ୍ ଠାରୁ କିଛି ସମୟ ଦୂରେଇ ରଖିବା ଯୋଜନାରେ ୨୦୧୪ରେ ଆରମ୍ଭ ହୋଇଥିଲା । ଏହାର ନାମ ‘ସ୍ପେସ୍ ଆଉଟ୍’ ରଖା ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ମତରେ ଏହା ଏକ ଅଳସୁଆ ପ୍ରତିଯୋଗିତା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS