ଗରମରେ ମଧ୍ୟ ଖାଆନ୍ତୁ ରସୁଣ
ରସୁଣ ଦେହ ପାଇଁ ଗରମ । ଏହା ଖାଇବା ଦ୍ୱାରା ଗରମ ଦିନରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମ୍ୁଖୀନ ହେବାକୁ ପଡିବ ବୋଲି ସମସ୍ତେ ଭାବନ୍ତି । କିନ୍ତୁ ଗରମ ଦିନରେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭବାନ ଯେତିକି ବର୍ଷା ଓ ଶୀତ ଋତୁରେ ବୋଲି ଜାମ୍ମୁସ୍ଥିତ ନେସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦର ଡାକ୍ତରମାନେ କହିଛନ୍ତି ।
– ଏଥିରେ ଥିବା ଏଲିସିନ୍ ଓଜନ ଘଟାଇବା ସହ ବ୍ଲଡ୍ ସୁଗାର ନିୟନ୍ତ୍ରଣ କରେ ।
– ସେଲେନିୟମ୍ ଗର୍ଭସଂଚାର ନ ହେବା ସମସ୍ୟା ଦୂର କରେ ।
– ପ୍ରୋଟିନ୍ ଅସ୍ଥି ଶକ୍ତ କରେ ।
– ଶରୀରରେ କଲେଷ୍ଟ୍ରୋଲ୍ ପରିମାଣ ଘଟାଏ ଏବଂ ହୃତପିଣ୍ଡ ଜନିତ ସମସ୍ତ
ସମସ୍ୟାର ସମାଧାନ କରେ ।
– ଏଥିରେ ଆଂଟି- ଇନ୍ଫ୍ଲାମେଟାରୀ ଏବଂ ଆଂଟି-ବ୍ୟାକ୍ଟେରିଆଲ୍ ଗୁଣ ଗଣ୍ଠି ବ୍ୟଥାରୁ ମୁକ୍ତି ଦିଏ ଓ ତ୍ୱଚାକୁ ସୁସ୍ଥ ରଖେ ।
– କାର୍ବୋହାଇଡ୍ରେଟ୍ ଦର୍ବଳତା ଦୂର କରେ ।
– ଏଲିୟମ୍ ସଲ୍ଫାଇଡ୍ କର୍କଟ ରୋଗ ଆଶଙ୍କାକୁ କମ୍ କରେ ।
– ଆଂଟି-ଅକ୍ସିଡେଂଟ ମସ୍ତିଷ୍କକୁ ତୀକ୍ଷ୍ମ କରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS