ସିନ୍ଧୁଙ୍କୁ ବ୍ୟାଡ଼ମିିଂଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନଙ୍କ ପ୍ରଶଂସା
ନୂଆଦିଲ୍ଲୀ: ନିକଟରେ ସରିଥିବା ବିଶ୍ୱ ବ୍ୟାଡ଼ମିଂଟନ ଫେଡ଼େରେସନ୍ର ବିଶ୍ୱ ଚଂପିଅନସିପ୍ରେ ରୌପ୍ୟ ପଦକ ଜିତି ଥିବା ଭାରତୀୟ ସଟଲର୍ ପିଭି ସିନ୍ଧୁଙ୍କୁ କିମ୍ବଦନ୍ତୀ ବ୍ୟାଡ଼ମିଂଟନ ତାରକା ପ୍ରକାଶ ପାଦୁକୋନ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ହାଇଦରାବାଦୀ ଝିଅ ବିଶ୍ୱ ଚମ୍ପଅନସିପ୍ରେ ଯେଭଳି ଦକ୍ଷତା ଓ ସାହସିକତାର ସହ ପ୍ରଦର୍ଶନ କଲା, ତାହା ଥିଲା ଅତ୍ୟନ୍ତ ଦୁଃସାହସିକ ଏବଂ ବିରଳ ବୋଲି ସେ କହିଛନ୍ତି । ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ପାଦୁକୋନ ଏହା କହିଥିବା ଜଣାପଡିଛି । ବିଭିନ୍ନ ବିଶ୍ୱସ୍ତରୀୟ ମ୍ୟାଚ୍ରେ ସେ ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନ ଦେଖିଛନ୍ତି । ତେବେ, ସିନ୍ଧୁଭ୍କ ପ୍ରର୍ଦାନ ଥିଲା ଶ୍ରେଷ୍ଠତମ ବୋଲି ପାଦୁକୋନ କହିତିବା ଏହି ସମ୍ବାଦ ସରବରାହ ସଂସ୍ଥା ସୂଚନା ଦେଇଛି । ଏହି ବିଶ୍ୱ ଚଂପିଅନସିପ୍ରେ ସିନ୍ଧୁ ସ୍ୱର୍ଣ୍ଣ ଜିତି ପାରି ନାହାନ୍ତି ସତ, କିନ୍ତୁ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମନ ମୋହି ନେଇଛନ୍ତି । ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନ ଦେଇ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ସିନ୍ଧୁ ସ୍ୱର୍ଣ୍ଣ ଜିତି ନ ପାରି ରୌପ୍ୟରେ ସୀମିତ ରହିିଲେ ସିନା ମୁଁ ବ୍ୟକ୍ତିଗତ ଭାବେ ଭାବୁଛି ତାଙ୍କ ପ୍ରଦର୍ଶନ ଅନ୍ୟ ଯେ କୌଣସି ଭାରତୀୟ ବ୍ୟାଡମିଂଟନ ଖେଳଳାଳୀଙ୍କ ତୁଳନାରେ ଶ୍ରେଷ୍ଠତମ ଥିଲା ବୋଲି ଉଲ୍ଲେଖ କରି ପ୍ରକାଶ ପାଦୁକୋନ ସିନ୍ଧୁଙ୍କ ଦୃଢ ଇଚ୍ଛା ଶକ୍ତି, ଖେଳୁଆଡ ମନୋଭାବ ଏବଂ ପଛଘଂଚା ନ ଦେବାର ଜଜ୍ବାକୁ ପ୍ରଶଂସା କରିଛନ୍ତି । ସିନ୍ଧୁ ଫାଇନାଲ୍ସରେ ଜାପାନର ନିଓମୀ ଓକୁହାରାଙ୍କ ସହ ଖେଳି ଥିଲେ । ସ୍ୱର୍ଣ୍ଣ ଜିତିବା ପାଇଁ ଦୃଢତାର ସହ ମୁକାବିଲା ମଧ୍ୟ କରିଥିଲେ । ତେବେ, ତିନି ସେଟ୍ ଖେଳରୁ ଦୁଇ ସେଟ୍ରେ ହାରି (୧୯-୨୧, ୨୨-୨୦ ଓ ୨୦-୨୨) ପରାଜିତ ହୋଇଥିଲେ । ଦୁଇ ଖେଳାଳୀଙ୍କ ଫିଟ୍ନେସ୍ ଓ ପ୍ରଦର୍ଶନ ଦେଖିଲା ଭଳି ଥିଲା ବୋଲି ପାଦୁକୋନ୍ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS