ଅମିତ ଶାହା ବନାମ ନବୀନ ପଟ୍ଟନାୟକ


ଅମିତ ଶାହାଙ୍କ ମନ୍ତବ୍ୟରୁ କିଛି :
୧) ବିଜେପିର “ମିଶନ ୧୨୦ ପ୍ଲସ” ଯୋଜନା ନବୀନଙ୍କୁ ଅସମ୍ଭବ ଲାଗୁଛି । ସେ ଗଣନା ଶିଖନ୍ତୁ । ଆଗାମୀ ନିର୍ବାଚନର ଭୋଟ ଗଣତି ସକାଳ ସାଢେ ୧୦ଟା ସୁଦ୍ଧା ଓଡ଼ିଶାରେ ବିଜେପି ୧୨୦ ଆସନରେ ଜିତି ସାରିଥିବ ।
୨) “ପୂର୍ବରୁ ଓଡ଼ିଶାରେ କଂଗ୍ରେସ କ୍ଷମତାରେ ଥିଲା, ୧୮ ବର୍ଷ ହେଲା ବିଜେଡ଼ି ରହିଛି । ଏବେ ବିଜେପିକୁ କ୍ଷମତାକୁ ଆଣ”- ବୁଦ୍ଧିଜୀବୀ ସମ୍ମଳନୀରେ ଶାହାଙ୍କ ନିବେଦନ
୩) “ଓଡ଼ିଶାରେ ଗାଁ ଗାଁ ବୁଲି ଦେଖିଛି, ସବୁଠି ଲୋକଙ୍କ ମନରେ ଆକ୍ରୋଶ । ଓଡ଼ିଶାର ବିକାଶ ହେଉନି କାହିଁକି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । କେନ୍ଦ୍ରର ମୋଦୀ ସରକାର ବିଜୁଳି କାରଖାନା ହୋଇ ଥିବା ବେଳେ ଓଡ଼ିଶାର ବିଜେଡ଼ି ସରକାର ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମର । ଅଧିକ ଦିନ ବିଜେଡ଼ି କ୍ଷମତାରେ ରହିଲେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ – ଏକଥା ଲୋକଙ୍କୁ ବୁଝାଅ । ଡ଼େରି ନ କରି ସମସ୍ତେ ମିଶି ବିଜେପି ସପକ୍ଷରେ ବାତାବରଣ ସୃଷ୍ଟି କର” ବିଜେପି କର୍ମୀଙ୍କୁ ଅମିତ ଶାହାଙ୍କ ଆହ୍ୱାନ…
୪) ବିକାଶ ନାମରେ କେନ୍ଦ୍ରୀୟ ପାଣ୍ଠିର ଅପବ୍ୟବହାର ହେଉଛି । ତ୍ରୟୋଦଶ ଅର୍ଥ କମିସନ ଓଡ଼ିିିଶାକୁ ୭୯,୪୮୬ କୋଟି ଟଙ୍କା ଦେଇଥିବା ବେଳେ ଚତୁର୍ଦ୍ଦଶ ଅର୍ଥ କମିସନରେ ଓଡ଼ିଶାକୁ ମିଳିଛି ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା । ସେସବୁ ଟଙ୍କା କୁଆଡେ ଗଲା ନବୀନ ହିସାବ ଦିଅନ୍ତୁ …
୫) ନବୀନଙ୍କ ୧୭ ବର୍ଷ ଶାସନରେ ଓଡ଼ିଶାରେ ଏଯାବତ୍ ୨୪ ଘଂଟିଆ ବିଜୁଳି, ବେକାରଙ୍କୁ ରୋଜଗାର ମିଳି ପାରିଛି କି? ରାଜ୍ୟରେ ଖଣିଜ ସଂପଦ ଭରି ରହିଥିଲେ ମଧ୍ୟ ବିକାଶ ନାହିଁ । ଖାଲି ଦୁର୍ନୀତି… ଦୁର୍ନୀତି… ଦୁର୍ନୀତି । ଏ ସରକାର କେବଳ ଆରାମ କରୁଛି । ଏଠି ଯୁବ ନେତୃତ୍ୱ ଦରକାର । ଯେଉଁ ସରକାର ବିକାଶ କରୁ ନାହିଁ, ତା’ର କ୍ଷମତାରେ ରହିବା ଅଧିକାର ନାହିଁ । ଏ ସରକାରକୁ ଉପାଡି ଫିଙ୍ଗି ଦିଅ।
୬) କଂଗ୍ରେସ, ବିଜେଡ଼ି ଭଳି ରାଜନୈତିକ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ବଂଶବାଦ, ପରିବାରବାଦ ଓ ତୁଷ୍ଟୀକରଣ ଚାଲିଛି । ବିଜେପି ହିଁ ଏକମାତ୍ର ଦଳ ଯେଉଁଠି ଯୋଗ୍ୟତା ଭିତ୍ତିରେ ପଦପଦବୀ ମିଳେ । ଯେଉଁ ଦଳରେ ଗଣତନ୍ତ୍ର ନାହିଁ, ସେମାନେ ଦେଶର ବିକାଶ କରିପାରିବେ ନାହିଁ । ଅଟଳଜୀଙ୍କ ୬ ବର୍ଷ ଓ ମୋଦୀଜୀଙ୍କ ୩ ବର୍ଷର ଶାସନରେ ଦେଶର ଦୃତ ବିକାଶ ଘଟିଛି । ବିଜେପି ସରକାର ଗଢିବା ପରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡର ଚିତ୍ର ବଦଳିଛି । ବିହାରରେ ବି ବିକାଶ ତ୍ୱରାନ୍ୱୀତ ହୋଇଥିଲା । ଆସନ୍ତା ୫ ବର୍ଷରେ ୟୁପିର ଚିତ୍ର ବଦଳିବ । ଗୁଜୁରାଟ ଅପେକ୍ଷା ଓଡ଼ିଶାରେ ବିକାଶର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ମାତ୍ର ବିଜେଡ଼ି ସରକାରର ଇଚ୍ଛାଶକ୍ତି ବା ଅନ୍ତରିକତା ନାହିଁ ।
୭) ମୋଦୀଙ୍କ ୩ ବର୍ଷର ଶାସନରେ ଜନଧନ ଯୋଜନାରେ ୨୮ କୋଟି ବ୍ୟାଂକ୍ ଆକାଉଂଟ ଖୋଲିଛି,ସାଢେ ୪ କୋଟି ପରିବାରେ ଶୌଚାଳୟ ହୋଇଛି, ୩ କୋଟି ଗରୀବଙ୍କୁ ଗ୍ୟାସ୍ ସିଲିଂଡର ମିଳିଛି । ୨୦୧୯ ସୁଦ୍ଧା ୫ କୋଟି ଗରୀବଙ୍କୁ ଗ୍ୟାସ୍ ସିଲିଂଡର ମିଳିବ । ମୋଦୀ ସରକାର ୧୦୬ଟି ଲୋକାଭିମୁଖୀ ପଦକ୍ଷେପ ନେଇଛନ୍ତି । କଳାଧନ ବିରୋଧରେ ନୋଟ୍ ବନ୍ଦୀ ଭଳି କଡା ଅଭିମୁଖ୍ୟ ଗ୍ରହଣ କରାଯାଇଥିବା ବେଳେ ଆତଙ୍କବାଦ ବିରୋଧରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଛି । ବିରୋଧୀ ଯାହା କୁହନ୍ତୁ ନା କାହିଁକି ବିଜେପି ସରକାର କାମ ଓ ପ୍ରଦର୍ଶନରେ ବିଶ୍ୱାସ କରେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS