ଅମିତ ଶାହା ବନାମ ନବୀନ ପଟ୍ଟନାୟକ


ବିଜେଡ଼ି ଓ ନବୀନଙ୍କ ଜବାବ :-
୧) ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ୧୨୦ ଆସନ ଜିତିବ ବୋଲି ଅମିତ ଶାହାଙ୍କ ଦାବି ଉପରେ ନବୀନ କହିଛନ୍ତି – ‘ଏଥି ନେଇ ମୋର ସନେ୍ଦହ ରହିଛି’ା
୨) ‘ଅମେ ଓଡ଼ିଶାବାସୀଙ୍କୁ ୩୬୫ ଦିନ ସେବା ଦେବାକୁ ରହିଛୁ, ବିଜେପି ମାତ୍ର ୪ ମାସ ପାଇଁ ଆସିଛି’ – ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ପ୍ରତାପ ଦେବଙ୍କ କଟାକ୍ଷ
୩) ବିଜେଡ଼ି ସରକାର ପୋଡା ଟ୍ରାନ୍ସଫର୍ମର… ଶାହାଙ୍କ ଏହି ମନ୍ତବ୍ୟର ଜବାବରେ ପ୍ରତାପ ଦେବ କହିଛନ୍ତି, ବିଜୁଳି କେବଳ ମୌସୁମୀ ସମୟରେ ଆସିଥାଏ, ୪ ମାସ ପାଇଁ । ବିଜେଡ଼ିରେ ବହୁତ ମେକାନିକ ଅଛନ୍ତି, ଯାହା ଅସୁବିଧା ଥିବ, ତାହାକୁ ସଜାଡି ଦେବେ । ବିଜେଡ଼ି ରାଜ୍ୟବାସୀଙ୍କୁ ୩୬୫ ଦିନ ସେବା ଦେବ ।
୪) ବିଜେପିର ‘ମିସନ୍ -୧୨୦’କୁ ନେଇ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବଙ୍କ କଟାକ୍ଷ – ‘ଏଭଳି ଦାବି ଅତୀତରେ ଶୁଣିଛୁ । ୨୦୦୯, ୨୦୧୪ ନିର୍ବାଚନର ଫଳାଫଳ ଯାହା ହେଲା, ସମସ୍ତେ ଜାଣନ୍ତି । ଶାହା ପ୍ରଥମେ ଗୁଜୁରାଟ ନିର୍ବାଚନ କଥା ଚିନ୍ତା କରନ୍ତୁ , ସେଠି ବିଜେପି ଦୁଇ ତୃତୀୟାଂଶ ଆସନ କେମିତି ପାଇବ ଯାଇ ଦେଖନ୍ତୁ । ତା’ପରେ ଓଡ଼ିଶା ଆସିବେ ।
୫) ବିଜେଡ଼ି ନେତା ରବି ନନ୍ଦ କହିଛନ୍ତି- ବିଜେପି ନେତାଙ୍କ ଗର୍ବ ଓ ଅହଂକାର ହିଟଲରଙ୍କୁ ଟପିଲାଣି । ରାଜ୍ୟକୁ ମିଳି ଥିବା କେନ୍ଦ୍ରୀୟ ଅନୁଦାନର ହିସାବ ବିଜେପି ବା ଅମିତ ଶାହାଙ୍କୁ ଦେବାକୁ ବିଜେଡ଼ି ବାଧ୍ୟ ନୁହେଁ । ହିସାବ ରାଜ୍ୟବାସୀଙ୍କୁ ଦିଆଯିବ ।
୬) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କ୍ରମଶଃ ବଢି ଚାଲି ଥିବାରୁ ବିଜେପି ଅସହିଷ୍ଣୁ ହୋଇ ପଡ଼ିଛି । ତେଣୁ, ଅବାଂଛିତ ମନ୍ତବ୍ୟ ଦେଉଛି – ବିଜେଡ଼ି ରାଜ୍ୟ ସଂପାଦକ ବିଜୟ ନାୟକ

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS