ମୋଦୀଙ୍କ ଭାଷଣର ଲାଇଭ୍ ପ୍ରସାରଣ ପାଇଁ ବିଶ୍ୱବିଦ୍ୟାଳୟ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିଦେ୍ର୍ଦଶ, ମମତାଙ୍କ ବିରୋଧ
ନୂଆଦିଲ୍ଲୀ, ୯ ସେପ୍ଟେମ୍ବର: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶତାବ୍ଦୀ ସମାରେହ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଚିକାଗୋ ବିଶ୍ୱ ଧର୍ମ ସଂସଦରେ ଦିଆଯାଇଥିବା ଭାଷଣର ୧୨୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ତାରିଖ ଦେଶବାସୀଙ୍କ ଉଦେ୍ଦଶ୍ୟରେ ‘ୟଙ୍ଗ୍ ଇଂଡ଼ିଆ – ନ୍ୟୁ ଇଂଡ଼ିଆ’ ଉପରେ ଭାଷଣ ଦେବେ । ଏହି ଭାଷଣ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ସିଧା ପ୍ରସାରଣ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସବୁ ରାଜ୍ୟକୁ ନିଦେ୍ର୍ଦଶ ଦିଆଯାଇଛି । ବିଶ୍ୱ ବିଦ୍ୟାଳୟ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଖୋଲା ସ୍ଥାନରେ ବା ଅଡ଼ିଟୋରିଅମ୍ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧା ପ୍ରସାରଣ ବ୍ୟବସ୍ଥା କରାଯିବାକୁ ମାନବ ସମ୍ଭଳ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯିବା ପରେ ଯୁଜିସି ସେଥି ସକାଶେ ବ୍ୟାପକ ପ୍ରସ୍ତୁତି ଚଳାଇଛି । ୟୁଜିସି ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପତ୍ର ଲେଖି ସିଧାପ୍ରସାରଣ ବ୍ୟବସ୍ଥା କରିବା ସକାଶେ କହିଥିବା ଜଣାପଡିଛି । ନୋଟିସ ବୋର୍ଡରେ ଏହି କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଲେଖ କରି ଛାତ୍ରଚାତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଥିବା ପ୍ରକାଶ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ଛାତ୍ରଛାତ୍ରୀ ଓ ଯୁବ ସମାଜ ମଧ୍ୟରେ ଏକ ନୂତନ ବିଚାରଧାରା ଆଣିବ ଏବଂ ଶିକ୍ଷା ସହ କ୍ୟାରିୟର ଏବଂ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରି ଦେଶକୁ ମଜଭୂତ କରିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି । ତେବେ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନିଦେ୍ର୍ଦଶ ମାନିବାକୁ ମନା କରି ଦେଇଥିବା ଏବଂ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚିଠି ଲେଖି ୟୁଜିସିର ନିଦେ୍ର୍ଦଶକୁ କାର୍ଯ୍ୟକାରୀ ନ କରିବାକୁ କହିଥିବା ସୂଚନା ମିଳିଛି । ଅତୀତରେ ମଧ୍ୟ ମମତା କେନ୍ଦ୍ର ସରକାରଙ୍କ ଏଭଳି କିଛି କାର୍ଯ୍ୟକ୍ରମକୁ ବିରୋଧ କରିଥିବା ନଜିର ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS