ଧର୍ମେନ୍ଦ୍ର ଅଡ଼ୁଆରେ, ବିଜେଡ଼ି କାଉନସିଲରଙ୍କ ହତ୍ୟା ପଛରେ କାହା ହାତ ?
ଭୁବନେଶ୍ୱର,୨୯ସେପ୍ଟେମ୍ବର: ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାକୁ ନେଇ ବିଜେଡ଼ି-ବିଜେପି ବିବାଦ ତେଜିଛି । ଛତ୍ରପୁରର ଏହି ବିଜେଡ଼ି ଯୁବ ନେତା ନିଜ ଦଳର ବିଧାୟକଙ୍କ ସହ ଶତୃତା ଯୋଗୁ ହତ୍ୟାର ଶିକାର ହୋଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡ଼ି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟ ଅଭିଯୁକ୍ତଙ୍କ ସଂପର୍କ ଥିବା ଦର୍ଶାଇ ଧର୍ମେନ୍ଦ୍ରଙ୍କୁ ହତ୍ୟା ଷଡଯନ୍ତ୍ର ଭିତରକୁ ଟାଣିବାର ଉଦ୍ୟମ କରିଛି । ଲକ୍ଷ୍ମୀଙ୍କ ହତ୍ୟା ସହ ସଂପୃକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃ୍େଣ ନାୟକ ଗଞ୍ଜାମ ଜିଲ୍ଲା ବିଜେପିର ଜଣେ କର୍ମକର୍ତା ବୋଲି ଗଞ୍ଜାମ ପୁଲିସ ମୂଳରୁ କହି ସାରିଛି । ଫଳରେ ଶାସକ ବିଜେଡ଼ି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବାର ସୁଯୋଗ ପାଇଛି । ନିକଟରେ, ଗଞ୍ଜାମ ଜିଲ୍ଲାରେ ବିଜେପି ପକ୍ଷରୁ ‘ମୋ ବୁଥ୍, ମଜଭୁତ’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକକୁ ସକ୍ରୀୟ ଭୂମିକାରେ ଦେଖିବାକୁ ମିଳିଥିଲା । କୃଷ୍ଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖାପାଖି ଗୋଟିଏ ମଂଚରେ ଥିବାର ଫଟୋ ଏବେ ବିଜେଡ଼ିର ଅସ୍ତ୍ର ହୋଇଛି । ଜଣେ ଦୁର୍ଦ୍ଦନ୍ତ ଅପରାଧୀକୁ ଦଳରେ ନେବା ସମୟରେ ବିଜେପି ନେତୃବର୍ଗ ତା’ର ଅପରାଧ ଭିତ୍ତ୍ଭୂମୀ ସଂପର୍କରେ କେମିତି ଅବଗତ ନଥିଲେ ବୋଲି ରାଜ୍ୟ ବିଜେଡ଼ିର ତୁଙ୍ଗ ନେତାମାନେ ପ୍ରଶ୍ନ ଉଠାଇ ଥିବା ବେଳେ ବିଜେପି ଏହି ହତ୍ୟା ସହ ବିଜେପିର ସଂପର୍କକୁ ଅସ୍ୱୀକାର କରି ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ସହ ମୃତ ଲକ୍ଷ୍ମୀଙ୍କ ରାଜନୈତିକ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପାଲଟା ଅଭିଯୋଗ କରିଛି। ଏହି ହତ୍ୟାକାଣ୍ଡକୁ ନେଇ କଳି ବିଜେପି-ବିଜେଡ଼ି ମଧ୍ୟରେ ସୀମିତ ନାହିଁ, ଗଞ୍ଜାମ ପୁଲିସ ପ୍ରଶାସନ ମଧ୍ୟ ବିଜେପି ଆଡକୁ ଅଙ୍ଗୁଳି ଦେଖାଇ ବିଜେଡ଼ିର ଅଭିଯୋଗକୁ ଶାଣିତ କରିଛି । ଇତିମଧ୍ୟରେ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା କହିଛନ୍ତି । ଓଡ଼ିଶା ପୁଲିସ ମହାନିଦେ୍ର୍ଦଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀଙ୍କୁ ପୁଲିସ ଚିହ୍ନଟ କରି ସାରିଛି । ତଦନ୍ତ ଦାୟିତ୍ୱରେ ଥିବା ଅଫିସରମାନେ ଷଡଯନ୍ତ୍ରକାରୀଙ୍କ ବିରୋଧରେ ପ୍ରମାଣ ଏକାଠି କରୁଛନ୍ତି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଏହି ହତ୍ୟାକାଣ୍ଡର ରାଜନୈତିକ ଦିଗକୁ ମଧ୍ୟ ଯାଂଚ୍ କରାଯାଉଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକ ବିଜେପିର ଜଣେ ସ୍ଥାନୀୟ କାର୍ଯ୍ୟକର୍ତା ବୋଲି ପୋଲିସ କହିଛି । ତେବେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତା’ର ସିଧାସଳଖ ସଂପର୍କକୁ ନେଇ ଏପର୍ଯନ୍ତ ସ୍ପଷ୍ଟ କିଛି କହି ନ ଥିବାରୁ ବିଜେପିର ଅଡ଼ୁଆ ବଢୁଥିବା ଦେଖିବାକୁ ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS