ହନିପ୍ରୀତ କୋର୍ଟରେ ହାଜର, ଛଅ ଦିନ ପାଇଁ ରିମାଣ୍ଡ୍ରେ ନେଲା ପୁଲିସ
ପଂଚକୁଲା, ୪ ଅକ୍ଟୋବର : ସିର୍ସା ଆଶ୍ରମର ଦୁଇ ସାଧ୍ୱୀଙ୍କୁ ବଳକ୍ରାର କରିଥିବା ଅଭିଯୋଗରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଥିବା ଡ଼େରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କ ପାଳିତା କନ୍ୟା (!) ହନିପ୍ରୀତ ଇନସାନ୍ଙ୍କୁ ମଙ୍ଗଳବାର ଦିନ ପୁଲିସ ଗିରଫ କରିବା ପରେ ବୁଧବାର ପଂଚକୁଲାର ଏକ ଅଦାଲତରେ ହାଜର କରିଥିଲେ । ଅଦାଲତରେ ତାଙ୍କ ବିରୋଧରେ ଦେଶଦ୍ରୋହ ସମେତ ରାମ ରହିମଙ୍କ ଦଣ୍ଡ ଘୋଷଣା ପରେ ହରିଆନା, ପଂଜାବ, ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଭିଆଇବା ଷଡଯନ୍ତ୍ର ଅଭିଯୋଗ ଅଣା ଯାଇ କୋର୍ଟ ଚାଲାଣ କରାଯାଇଥିଲା । ମାନ୍ୟବର କୋର୍ଟ ଅଧିକ ଜେରା ପାଇଁ ହନିପ୍ରୀତଙ୍କୁ ଛଅ ଦିନ ସକାଶେ ପୁଲିସ ହେପାଜତକୁ ପଠାଇଥିବା ଜଣାପଡିଛି । ହନିପ୍ରୀତ (୩୦) ବୁଧବାର କୋର୍ଟ କାଠଗଡ଼ାରେ ଠିଆ ହୋଇଥିବା ବେଳେ କାନ୍ଦୁ ଥିବା ଏବଂ ନିଜକୁ ନିଦେ୍ର୍ଦାଶ ଦାବି କରି ତାଙ୍କ ପ୍ରତି ଦୟା କରିବାକୁ ବିଚାରପତିଙ୍କୁ ହାତ ଯୋଡି ନେହୁରା ହେଉଥିବା ଦେଖିବାକୁ ମିଳି ଥିଲା । ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଆର କେ ଭାଟ୍ଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା ।
ହରିୟାନା ପୁଲିସ ତାଙ୍କୁ ୧୪ ଦିନ ପାଇଁ ରିମାଣ୍ଡ୍ରେ ନେବାକୁ ଆବେଦନ କରିଥିଲେ ମଧ୍ୟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଭାଟ୍ ଛଅ ଦିନ ପାଇଁ ରିମାଣ୍ଡ୍ ଦେଇଥିଲେ । ଦୀର୍ଘ ୩୬ ଦିନ କାଳ ପୁଲିସ ସହ ଲୁଚକାଳି ଖେଳିବା ପରେ ହନିପ୍ରୀତ ଗତ ମଙ୍ଗଳବାର ଦିନ ପୁଲିସକୁ ଧରା ଦେଲେ । ହରିୟାନାର ଏକ ପୁଲିସ ଟିମ୍ ତାଙ୍କୁ ପଞ୍ଜାବର ଜିରାକପୁର ହାଇୱେରୁ ଅନ୍ୟ ଜଣେ ମହିଳାଙ୍କ ସହ ଗିରଫ କରିଥିଲା । ହରିୟାନା ପୁଲିସ ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଲଗାଇ ଥିବାରୁ ଏବଂ ଅଗଷ୍ଟ ୨୫ ତାରିଖ ଦିନ ପଂଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୁଇଟି ବଳକ୍ରାର ମାମଲାରେ ଗୁରୁମିତ ରାମ ରହିମ ସିଂହଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ପରେ ଘଟି ଥିବା ବ୍ୟାପକ ହିଂସାକାଣ୍ଡ ପାଇଁ ତାଙ୍କୁ (ହନିପ୍ରୀତଙ୍କୁ) ଦାୟି କରାଯାଇଥିବାରୁ ହନିଙ୍କ ଓକିଲ ଏସକେ ଗର୍ଗ ନରବାଣା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।
ବୁଧବାର ହନିପ୍ରୀତଙ୍କୁ କୋର୍ଟରେ ହାଜର କରାଯିବା ସମୟରେ କୋର୍ଟ ପରିସର ଏବଂ ଚାରି ପାଖରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା । ବହୁ ସଂଖ୍ୟାରେ ହରିୟାନା ପୁଲିସ ଓ ସିଆରପିଏଫ୍ ଯୱାନ ମୁତୟନ ଥିଲେ । କୋର୍ଟ ପରିସରକୁ ଯାନବାହନ ଛଡା ଯାଇ ନ ଥିଲା । ବାହାର ଲୋକଙ୍କ ପ୍ରବେଶ ମଧ୍ୟ ନିଷିଦ୍ଧ ଥିଲା । ଅଗଷ୍ଟ ୨୫ ତାରିଖ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପୁଲିସ ଏଭଳି ବ୍ୟବସ୍ଥା କରିଥିଲେ । ପଂଚକୁଲା କୋର୍ଟ ହନିପ୍ରୀତଙ୍କ ସମେତ ଡ଼େରା ସଚ୍ଚା ସୌଦା କାର୍ଯ୍ୟକର୍ତା ଆଦିତ୍ୟ ଇନସାନ୍ ଓ ପୱନ ଇନସାନ୍ଙ୍କ ବିରୋଧରେ ଗତ ସେପ୍ଟେମ୍ବର ମାସରେ ଗିରଫ ପରୱାନା ଜାରି କରିଥିବା ବେଳେ ଆଦିତ୍ୟ ଧରାପଡି ନାହିଁ । ୧୯୯୯ ମସିହାରେ ଡ଼େରାରେ ଘଟି ଥିବା ଦୁଇଟି ବଳକ୍ରାର ମାମଲରେ ସିବିଆଇ କୋର୍ଟ ଡ଼େରା ମୁଖ୍ୟ ଗୁରୁମିତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୦ ଲକ୍ଷ ଟଙ୍କା ଜରିମାନା କରିବା ପରେ କୋର୍ଟ ପରିସରରୁ ରାମ ରହିମଙ୍କୁ ଖସାଇ ନେବାକୁ ଷଡଯନ୍ତ୍ର ହୋଇଥିଲା । ସେଥିରେ ସାମିଲ ଥିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ସକାଶେ ବ୍ୟାପକ ହିଂସାକାଣ୍ଡ ଭିଆଇବା ଅଭିଯୋଗରେ ହରିୟାନା ପୋଲିସ ପକ୍ଷରୁ ଦେଶଦ୍ରୋହ ଅଭିଯୋଗ ସମେତ ଅନ୍ୟ ସଂଗୀନ ଦଫାରେ ମାମଲା କରାଯାଇ ଏହି ଗିରଫ ପରୱାନା ଜାରି କରାଯାଇଥିଲା । ହରିୟାନା, ପଂଜାବ, ଦିଲ୍ଲୀରେ ହିଂସାକାଣ୍ଡ ଘଟି ୩୮ ଜଣ ପ୍ରାଣ ହରାଇ ଥିବା ବେଳେ ୨୬୪ ଜଣ ଆହତ ହୋଇଥିଲେ । ହନିପ୍ରୀତଙ୍କୁୁ ଧରିବା ସକାଶେ ପୁଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ସହ ସେ ବିଦେଶକୁ ଯେପରି ଖସି ନ ଯିବେ ସେ ଦିଗରେ ସତର୍କତା ଅବଲମ୍ବନ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS