କମଲ ହାସନଙ୍କ ନୂଆ ଦଳ ଘୋଷଣା ନଭେମ୍ବର ୭ରେ?
ନୂଆଦିଲ୍ଲୀ, ୪ ଅକ୍ଟୋବର: ତାମିଲ ସୁପରଷ୍ଟାର୍ କମଲ ହାସନଙ୍କ ଜନ୍ମ ଦିନ ହେଉଛି ନଭେମ୍ବର ୭ ତାରିଖ । ସେହି ଦିନ ସେ ତାଙ୍କର ନୂଆ ରାଜନୈତିକ ଦଳ ଗଠନ କଥା ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ଗତ କିଛି ମାସ ହେଲା ସେ ଏ ଦିଗରେ ପ୍ରସ୍ତୁତି ଚଳାଇ ଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଭେଟିବା ସକାଶେ ସେ କେରଳ ଯାଇଥିବା ବେଳେ ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ କେଜରିୱାଲଙ୍କୁ ଚେନ୍ନାଇ ଡ଼କାଇ ଆଲୋଚନା କରିଥିଲେ । ଅନ୍ୟତମ ତାମିଲ ସୁପରଷ୍ଟାର୍ ରଜନୀକାନ୍ତଙ୍କ ସହ ମିଶି ସେ ନୂତନ ରାଜନୈତିକ ଦଳ ଗଠନ କରୁଥିବା କୁହାଯାଉଥିଲେ ବି ସଠିକ ତଥ୍ୟ ମିଳି ନାହିଁ । ନଭେମ୍ବର ୭ ତାରିଖ ଜନ୍ମ ଦିନରେ କମଲ ହାସନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛନ୍ତି ବୋଲି ତାଙ୍କ ମ୍ୟାନେଜର କହିଥିଲେ ମଧ୍ୟ ନୂଆ ରାଜନୈତିକ ଦଳ ଘୋଷଣା କଥାକୁ ଏଡାଇ ଯାଇଛନ୍ତି । ରାଜନୀତି ବା ନୂଆ ଦଳ ଗଠନ ସହ ଜନ୍ମ ଦିନରେ ଗୁରୁତ୍ୱପୂର୍ଣ୍ଣ ଘୋଷଣାର କୌଣସି ସଂପର୍କ ନାର୍ହିଁ ବୋଲି ମ୍ୟାନେଜର କହିଛନ୍ତି । ତଥାପି, କଳ୍ପନା ଜଳ୍ପନାର ଅବସାନ ଘଟୁ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS