ଦୀପିକା-ସାହିଦ ଓ ରଣବୀରଙ୍କ ହାଇଡ୍ରାମା ‘ପଦ୍ମାବତୀ’
ମୁମ୍ବାଇ: ଖୁବ୍ରଶୀଘ୍ର ସଂଜୟ ଲୀଳା ବଂଶାଳିଙ୍କ ବହୁ ପ୍ରତୀକ୍ଷିତ ହାଇଡ୍ରାମା ‘ପଦ୍ମାବତୀ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଟ୍ରେଲର ମୁକ୍ତିଲାଭ କରିଛି । ଦୀପିକା ପାଦୁକୋଣ ଏହି ଐତିହାସିକ ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଅଭିନେତା ସାହିଦ କପୁର ପଦ୍ମାବତୀଙ୍କ ରାଜପୁତ ସ୍ୱାମୀ ଚିତୋରଗଡର ମହାରାଜା ÿମହାରାୱଲ ରତନ ସିଂହଙ୍କ ଭୂମିକାରେ ଏବଂ ପଦ୍ମାବତୀଙ୍କୁ ଏକତରଫା ପ୍ରେମ କରୁଥିବା ଅତ୍ୟନ୍ତ କ୍ରୁର ଶାସକ ଆଲ୍ଲାଉଦ୍ଦିନ ଖିଲିଜ୍ଙ୍କ ଭୂମିକାରେ ଅନ୍ୟତମ ଖ୍ୟାତିସଂପନ୍ନ ଅଭିନେତା ରଣବୀର ସିଂହ ଅଭିନୟ କରୁଛନ୍ତି । ରାଣୀ ପଦ୍ମାବତୀଙ୍କୁ ନିଜର କରିବା ପାଇଁ ଆଲ୍ଲାଉଦ୍ଦିନ ଖିଲିଜ୍ ମହାରାଜା ରତନ ସିଂହଙ୍କୁ ଯୁଦ୍ଧରେ ପରାଜିତ କରି ଚିତୋରଗଡ଼ ଦଖଲ କରିଛନ୍ତି ଏବଂ ମହାରାଜାଙ୍କୁ ହତ୍ୟା କରିଛନ୍ତି । କିନ୍ତୁ, ରାଜପୁତ ନାରୀ ପଦ୍ମାବତୀଙ୍କୁ ହାସଲ କରିବାରେ ସଫଳ ହୋଇ ନାହାନ୍ତି । ଏହି ଐତିହାସିକ ପୃଷ୍ଠଭୂମୀରେ ନିର୍ମିତ ‘ପଦ୍ମାବତୀ’ର ତିନି ପ୍ରମୁଖ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ଦେଖିବା ସକାଶେ ଦର୍ଶକ ଉତ୍ସୁକ ରହିଛନ୍ତି । ରାଣୀ ପଦ୍ମାବତୀଙ୍କ ସଂଳାପ – “ରାଜପୁତି କଂଗନ ମେ ଉତନିହି ତାକତ ହେ, ଜିତନି ରାଜପୁତି ତଲୱାର ମେ” ବେଶ୍ ଦମ୍ଦାର ହୋଇଛି । ଆଲ୍ଲାଉଦ୍ଦିନ ଖିଲିଜ୍ ଭୂମିକାରେ ରଣବୀର ସିଂହଙ୍କ ଅଭିନୟ ‘ପଦ୍ମାବତୀ’ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଥିବା ଏବଂ ଆଲ୍ଲାଉଦ୍ଦିନଙ୍କ କ୍ରୁର ଚରିତକୁ ରଣବୀର ବେଶ୍ ଫୁଟାଇ ପାରିଥିବା ସମୀକ୍ଷକମାନେ ମତ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS