ଏ.ଏମ୍.ୟୁରୁ ‘ମୁସଲିମ୍’ ଓ ବି.ଏଚ୍.ୟୁରୁ ‘ହିନ୍ଦୁ’ ଶବ୍ଦ ବାଦ୍ ଦିଆଯାଉ – ୟୁଜିସି
ନୂଆଦିଲ୍ଲୀ, ୯ ଅକ୍ଟୋବର : ଆଲିଗଡ଼ ମୁସଲିମ୍ ୟୁନିଭରସିଟି ନାମରୁ ‘ମୁସଲିମ୍’ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ନାମରୁ ‘ହିନ୍ଦୁ’ ଶବ୍ଦକୁ ହଟାଇ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଓ ବନାରସ ବିଶ୍ୱବିଦ୍ୟାଳୟ ରଖା ଯିବାକୁ ବା ପୁନଃ ନାମକରଣ କରାଯିବାକୁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସୋମବାର (୯ତାରିଖ) ଦିନ ୟୁଜିସିର ଏକ ପ୍ୟାନେଲ୍ ଏହି ପରାମର୍ଶ ଦେଇଥିବା ଜଣାପଡିଛି । ଏହି ଦୁଇ ବିଶ୍ୱ ବିଦ୍ୟାଳୟର ନାମ ସହ ‘ମୁସଲିମ୍’ ଓ ‘ହିନ୍ଦୁ’ ଶବ୍ଦ ଯୋଡି ହୋଇ ରହିବା ଫଳରେ ବାସ୍ତବରେ ସେମାନଙ୍କ ଧର୍ମନିରପେକ୍ଷ ଚରିତ୍ରର ପରିପ୍ରକାଶ ହେଉ ନାହିଁ । ତେଣୁ, ଦୁଇ ବିଶ୍ୱ ବିଦ୍ୟାଳୟକୁ ସେଗୁଡ଼ିକର ପ୍ରତିଷ୍ଠାତାଙ୍କ ନାମରେ ଅନ୍ତତଃ ପୁନଃନାମକରଣ କରାଯିବା ସପକ୍ଷରେ ଏହି ପ୍ୟାନେଲ୍ ମତ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୦ଟି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଅର୍ଥନୈତିକ, ପ୍ରାଶାସନିକ ଏବଂ ଶିକ୍ଷାଦାନ କ୍ଷେତ୍ରରେ ରହିଥିବା ଅବ୍ୟବସ୍ଥା ଅଭିଯୋଗର ଅନୁଧ୍ୟାନ ପାଇଁ ଏହି ୟୁଜିସି ପ୍ୟାନେଲ୍ ଗଠନ କରାଯାଇଥିଲା । କେନ୍ଦ୍ରୀୟ ଅନୁଦାନ ପାଉଥିବା ବିଶ୍ୱ ବିଦ୍ୟାଳୟଗୁଡ଼ିକର ଚରିତ୍ର ଧର୍ମନିରପେକ୍ଷ ହେବା ଆଶା କରାଯାଉଥିବା ବେଳେ ବିଶ୍ୱ ବିଦ୍ୟାଳୟ ନାମ ସହ ‘ହିନ୍ଦୁ’ ଓ ‘ମୁସଲିମ୍’ ଶବ୍ଦ ଯୋଡି ହେବା ଧର୍ମନିରପେକ୍ଷ ଚରିତ୍ରକୁ ପ୍ରତିପାଦିତ କରୁ ନାହିଁ । ତେଣୁ, ଏଏମୟୁ ଓ ବିଏଚ୍ୟୁରୁୁ ‘ମୁସଲିମ୍’ ଓ ‘ହିନ୍ଦୁ’ ଶବ୍ଦ ହଟାଇ ଦିଆଯାଇ ଆଲିଗଡ଼ ବିଶ୍ୱ ବିଦ୍ୟାଳୟ ଓ ବନାରସ ବିଶ୍ୱ ବିଦ୍ୟାଳୟ ନାମ ରଖାଯିବା ବା ଦୁଇ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ନାମରେ ପୁନଃ ନାମକରଣ କରାଯିବା ସକାଶେ ୟୁଜିସି ପ୍ୟାନେଲ୍ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି । ଏହି ପ୍ୟାନେଲ ଅଡ଼ିଟ୍ କରିଥିବା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟଗୁଡ଼ିକ ହେଉଛି – ପଣ୍ଡିଚେରୀ ବିଶ୍ୱ ବିଦ୍ୟାଳୟ; ଆଲ୍ହାବାଦ ବିଶ୍ୱ ବିଦ୍ୟାଳୟ; ହେମବତୀ ନନ୍ଦନ ବହୁଗୁଣା ଗରୱାଲ ବିଶ୍ୱ ବିଦ୍ୟାଳୟ (ଉତ୍ତରାଖଣ୍ଡ); କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ , ଝାରଖଣ୍ଡ; କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, ରାଜସ୍ଥାନ; କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, ଜମ୍ମୁ; ମହାତ୍ମାଗାନ୍ଧି ଆନ୍ତଃରାଷ୍ଟ୍ରୀୟ ହିନ୍ଦି ବିଶ୍ୱ ବିଦ୍ୟାଳୟ, ୱାର୍ଦ୍ଧା; ତ୍ରିପୁରା ବିଶ୍ୱ ବିଦ୍ୟାଳୟ ଓ ହରିସିଂହ ଗୌର ବିଶ୍ୱ ବିଦ୍ୟାଳୟ, ମଧ୍ୟ ପ୍ରଦେଶ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS