ଦିଲ୍ଲୀରେ ନଭେମ୍ବର ୧ ତାରିଖ ଯାଏଁ ବାଣ ବିକ୍ରି ବନ୍ଦ : ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ୯ ଅକ୍ଟୋବର: ଦିଲ୍ଲୀରେ ଏଥର ଦୀପାବଳିକୁ ପ୍ରଦୂଷଣମୁକ୍ତ ରଖିବା ସକାଶେ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ନିଷିଦ୍ଧ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ବାଣ ନ ଫୁଟାଇଲେ ପ୍ରଦୂଷଣ ସ୍ତର କେତେ ରହିବ ତାହା ଅନୁଧ୍ୟାନ କରିବା ସକାଶେ ଏହି ନିଷେଧାଦେଶ ଲାଗୁ କରାଯାଇଥିବା କୋର୍ଟ ପକ୍ଷରୁ କୁହାଯାଇଛି । ଯେଉଁମାନେ ଆଗୁଆ ବାଣ କିଣି ସାରିଛନ୍ତି ସେମାନେ ଅକ୍ଟୋବର ୧୯ ତାରିଖ ଦୀପାବଳି ଦିନ ଫୁଟାଇ ପାରିବେ । ଗତ ବର୍ଷ ନଭେମ୍ବର ମାସରେ କୋର୍ଟ ଜାତୀୟ ରାଧାନୀ ଅଂଚଳ (ଦିଲ୍ଲୀ ସମେତ)ରେ ବାଣ ବିକ୍ରି ବନ୍ଦ କରିଥିଲେ । ଦୀପାବଳି ପରେ ପ୍ରଦୂଷଣସ୍ତର ବହୁମାତ୍ରାରେ ବଢି ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିଲା । ତେବେ, ବାଣ ବିକ୍ରି ସଂପୂର୍ଣର୍ ଭାବେ ନିଷିଦ୍ଧ କରାଯିବା ‘ମାତ୍ରାଧିକ୍ୟ ପଦକ୍ଷେପ’ ବୋଲି ବିଚାର କରି କୋର୍ଟ ଗତ ମାସରେ ଅସ୍ଥାୟୀ ଭାବେ ନିଷେଧାଦେଶକୁ ସ୍ଥଗିତ ରଖି ବାଣ ବିକ୍ରି ପାଇଁ ଅନୁମତି ଦେଇଥିଲେ । ଦୀପାବଳିରେ ପ୍ରବଳମାତ୍ରାରେ ବାଣ ଫୁଟାଯାଉ ଥିବାରୁ ବାୟୁମଣ୍ଡଳରେ ପ୍ରଦୂଷଣସ୍ତର ବଢି ଅଣନିଶ୍ୱାସୀ ଅବସ୍ଥା ସୃଷ୍ଟି କରୁଛି ଏବଂ ଦିଲ୍ଲୀ ଓ ଆଖପାଖ ଅଂଚଳ ଅଧିବାସୀ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ, ସୁପ୍ରିମ କୋର୍ଟ ପୁନର୍ବାର ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ବନ୍ଦ ରଖିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS