ଗୁଆହାଟୀରେ ଦ୍ୱିତୀୟ ଟ୍ୱେଂଟି ଟ୍ୱେଂଟି କ୍ରିକେଟ୍, ଭାରତକୁ ୮ ଉଇକେଟରେ ପରାଜିତ କଲା ଅଷ୍ଟ୍ରେଲିଆ, ଶୁକ୍ରବାର ଫାଇନାଲ ହାଇଦ୍ରାବାଦରେ
ଆସାମ ରାଜଧାନୀ ଗୁଆହଟୀର ବରସାରାପା ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟ୍ୱେଂଟି ଟ୍ୱେଂଟି କ୍ରିକେଟ୍ ମ୍ୟାଚରେ ଭାରତକୁ ୮ ଉଇକେଟ୍ରେ ପରାଜିତ କରି ଅଷ୍ଟ୍ରେଲିଆ ସିରିଜକୁ ୧-୧ରେ ବରାବର କରିଛି । ଅଷ୍ଟ୍ରେଲିଆର ମସେସ୍ ହେନରିକ୍ୟୁ ତାଙ୍କର ଦ୍ୱିତୀୟ ୫୦ ରନ୍ ସ୍କୋର୍ କରିବା ସହ ଭାରତ ମାଟିରେ ଭାରତୀୟ ଦଳକୁ ପରାଜିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ, ଅଷ୍ଟ୍ରେଲିଆର ଜାସନ୍ ବେହରେଣ୍ଡୋର୍ଫ ବୋଲିଂ କରି ମାତ୍ର ୨୧ ରନ୍ ଦେଇ ଭାରତର ୪ଟି ୱିକେଟ୍ ଦଖଲ କରିବା ସହ ଭାରତର ସ୍କୋର୍ ୧୧୮ ମଧ୍ୟରେ ସୀମିତ ରଖି ଦେଇଥିଲେ । ବିରାଟ କେହଲି କ୍ୟାପଟେନ୍ ହେବା ପରେ ଭାରତ ମାଟିରେ ଭାରତକୁ ଟ୍ୱେଂଟି ଟ୍ୱେଂଟି କ୍ରିକେଟ୍ରେ ଅଷ୍ଟ୍ରେଲିଆ ପରାଜିତ କରିବା ଏହା ପ୍ରଥମ । ଭାରତୀୟ ଟିମ୍ର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଏହା ସମ୍ଭବ ହେଲା ବୋଲି କ୍ୟାପଟେନ୍ କୋହଲି ମତବ୍ୟକ୍ତ କରିଛନ୍ତି । ଏହି ସିରିଜ୍ର ଫାଇନାଲ୍ ମ୍ୟାଚ୍ ଶୁକ୍ରବାର ଦିନ ହାଇଦ୍ରାବାଦରେ ଖେଳା ଯିବ । ହାଇଦ୍ରାବାଦ ଦର୍ଶକଙ୍କ ସମର୍ଥନ ମିଳିଲେ ଭାରତର ବିଜୟ ସମ୍ଭବ ହେବ ବୋଲି ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS