ଦୀପାବଳୀରେ ବାଣ ବିକ୍ରି ନିଷିଦ୍ଧ: ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲେ ବାଣ ବ୍ୟବସାୟୀ
ନୂଆଦିଲ୍ଲୀ,୧୨ ଅକ୍ଟୋବର: ଦୀପାବଳୀ ଅବସରରେ ଦିଲ୍ଲୀ ଓ ଆଖପାଖ ଅଂଚଳରେ ବାଣ ବିକ୍ରି ଉପରେ ସୁପ୍ରିମ କୋର୍ଟଙ୍କ ନିଷେଧାଦେଶ ଜାରି ବାଣ ବ୍ୟବସାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି ରହିଥିବା କୋର୍ଟ କହିଛନ୍ତି । ତେବେ, ବାଣ ବ୍ୟବସାୟୀମାନେ ଏହାର ପ୍ରତିବାଦ କରି ଅକ୍ଟୋବର ୯ ତାରିଖ କୋର୍ଟ ଆଦେଶର ପରିବର୍ତନ ଦାବିରେ ବୁଧବାର (୧୧ ତାରିଖ) ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
କିଛି ବାଣ ବ୍ୟବସାୟୀମାନେ ବୁଧବାର ଦିନ ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରି ମାନ୍ୟବର ସୁପ୍ରିମ କୋର୍ଟଙ୍କ ସେପ୍ଟେମ୍ବର ୧୨ ତାରିଖ ଆଦେଶନାମା ବଦଳା ଯିବା ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ସେପ୍ଟେମ୍ବର ୧୨ ତାରିଖ କୋର୍ଟ ନିଦେ୍ର୍ଦଶ ଅନୁସାରେ ସେମାନଙ୍କ ଲାଇସେନ୍ସ ନବୀକରଣ କରାଯାଇଥିଲା ଏବଂ ଦିଲ୍ଲୀ ସହର ଓ ଆଖପାଖ ଅଂଚଳରେ ବାଣ ଗଚ୍ଛିତ ରଖିବା ଓ ବିକ୍ରି କରିବା ଉପରେ କୋର୍ଟର ନିଷେଧାଦେଶ ହଟାଇ ଦିଆ ଯାଇ ଦୀପାବଳୀ ଅବସରରେ ବାଣ ବିକ୍ରି ପାଇଁ ଗଚ୍ଛିତ ରଖିବାକୁ ଅନୁମତି ଦିଆଯାଇଥିଲା । ହଠାତ୍ ଅକ୍ଟୋବର ୯ ତାରିଖ ଦିନ ସୁପ୍ରିମ କୋର୍ଟ ତାଙ୍କ ନିଦେ୍ର୍ଦଶନାମା ବଦଳାଇ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ନିଷିଦ୍ଧ କରିଛନ୍ତି । ଫଳରେ ବାଣ ବିକ୍ରି ପାଇଁ ଲାଇସେନ୍ସ ପାଇଥିବା ବ୍ୟବସାୟୀମାନେ ଘୋର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେଣୁ, ଏହି ନିଦେ୍ର୍ଦଶନାମାର ପୁନର୍ବିଚାର କରିବା ସହ ସେଥିରେ ପରିବର୍ତନ ପାଇଁ ସେମାନଙ୍କ ପକ୍ଷରୁ ଆବେଦନ କରାଯାଇଛି ।
ସୁପ୍ରମ କୋର୍ଟର ମାନ୍ୟବର ବିଚାରପତି ରଂଜନ ଗୋଗୋଇ, ଏ.ଏମ.ସାପ୍ରେ ଓ ନବୀନ ସିହ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ବାଣ ବ୍ୟବସାୟୀଙ୍କ ଏହି ଆବେଦନକୁ ବିଚାରକୁ ନେଇ ଯେଉଁ ବିଚାରପତି ଜଣକ ଅକ୍ଟୋବର ୯ ତାରିଖ ଆଦେଶନାମା ଜାରି କରିଛନ୍ତି, ତାଙ୍କ ସହ ଆଲୋଚନା କରାଯାଇ ବ୍ୟବସାୟୀଙ୍କ ଆଡୁ ଦାଖଲ ହୋଇଥିବା ମଧ୍ୟବର୍ତୀକାଳୀନ ଆବେଦନ ଉପରେ ଜରୁରୀ ଭତ୍ତିରେ ଶୁଣାଣୀ ପାଇଁ କୁହାଯିବ ବୋଲି ବ୍ୟବସାୟୀଙ୍କ ଓକିଲଙ୍କୁ ପ୍ରତିଶ୍ରୁତି ଦିଆଯଇଛିି । ବାଣ ବ୍ୟବସାୟୀଙ୍କ ଓକିଲ ଯୁକ୍ତି ଦର୍ଶାଇ ଥିଲେ ଯେ, ସେପ୍ଟେମ୍ବର ୧୨ ତାରିଖ ଦିନ ସୁପ୍ରିମ କୋର୍ଟ ଦିଲ୍ଲୀ ଓ ଆଖପାଖ ଅଂଚଳରେ ବାଣ ଗଚ୍ଛିତ ରଖିବା ଓ ବିକ୍ରି କରିବା ପାଇଁ ଦେଇଥିବା ଅନୁମତି ଭିତ୍ତିରେ ବିପୁଳ ପରିମାଣର ଫାୟାର କ୍ରାକର ଗଚ୍ଛିତ ରଖିଥିଲେ । ବର୍ତମାନ ହଠାତ୍ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯିବା ଫଳରେ ବ୍ୟବସାୟୀଙ୍କ ବିପୁଳ କ୍ଷତି ଘଟିଛି ।
ଦିଲ୍ଲୀ ଓ ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣର ମାତ୍ର ବହୁ ଗୁଣ ବଢି ଯାଇଥିବା ଦେଖି ଗତ ସୋମବାର ଦିନ ସୁପ୍ରିମ କୋର୍ଟ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଓ ଆଖପାଖ ଅଂଚଳରେ ବାଣ ବିକ୍ରି ନିଷିଦ୍ଧ କରିଛନ୍ତି । ୨୦୧୬ ଦୀପାବଳୀ ଅବସରରେ ବାଣ ଫୁଟା ଯୋଗୁ ବାୟୁ ପ୍ରଦୂଷଣ ତିନି ଗୁଣ ବଅଦ୍ଧି ପାଇ ଦିଲ୍ଲୀବାସୀ ଅଣନିଶ୍ୱାସୀ ହୋଇ ପଡିଥିଲେ । ଦିଲ୍ଲୀ ସହର ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇ ଥିଲା । ତେଣୁ , ମାନ୍ୟବର ସୁପ୍ରିମ କୋର୍ଟ ଏହାକୁ ଦୃଷ୍ଟିରେ ରଖି ସୋମବାର ଦିଲ୍ଲୀ ଓ ଆଖପାଖ ଅଂଚଳରେ ବାଣ ଗଚ୍ଛିତ ରଖିବା ଓ ବିକ୍ରି କରିବା ଉପରେ ନଭ୍ମେବର ୧ ତାରିଖ ପର୍ଯନ୍ତ ନିଷେଧାଦେଶ ଜାରି କରିଛନ୍ତି । ଯେଉଁମାନେ ଆଗୁଆ ବାଣ କିଛି ସାରିଛନ୍ତି ସେମାନେ ଅକ୍ଟୋବର ୧୯ ତାରିଖ ଦୀପାବଳୀ ଦିନ ବାଣ ଫୁଟାଇ ପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିଷେଧାଦେଶ କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ପୁଲିସ ପ୍ରଶାସନର ପ୍ରସ୍ତୁତି ଦେଖି ବାଣ ବ୍ୟବସାୟୀ ଛାନିଆ । ପାଖାପାଖି ୪୦୦ ଅସ୍ଥାୟୀ ଓ ୧୫୦ ଜଣ ସ୍ଥାୟୀ ବାଣ ବ୍ୟବସାୟୀଙ୍କ ବାଣ ବିକ୍ରି ଲାଇସେନ୍ସ ରଦ୍ଦ କରାଯିବା ସହ ବାଣ ବିକ୍ରି ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିଷିଦ୍ଧ କରି ଥିବା ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କ ÷ଅବଗତ କରାଯିବା ଏବଂ ସେମାନଙ୍କ ସହଯୋଗ କାମନା କରାଯାଇ ବିଜ୍ଞାପନ ଜାରି କରାଯିବ । ମାର୍କେଟରେ ଯେମିତି ବାଣ ବିକ୍ରି ନ ହେବ, ସେ ଦିଗରେ ସତର୍କ ଦୃଷ୍ଟି ରଖିବା ସକାଶେ ଏକ ପୁଲିସ ଟିମ୍ ଗଠନ କରାଯିବ । ଏହାଛଡା, ସୁପ୍ରିମ କୋର୍ଟଙ୍କ ଆଦେଶ କାଯ୍ୟକାରୀ କରିବା ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇ ବିଜ୍ଞାପନ ପ୍ରକାଶ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ପୁଲିସ ମିତ୍ରଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ମାନ୍ୟବର ସୁପ୍ରିମ କୋର୍ଟଙ୍କ ଏହି ଅଦେଶକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପରିବେଶବିତ୍ମାନେ କୋର୍ଟ ଆଦେଶକୁ ସ୍ୱାଗତ କରିଥିବା ବେଳେ ଅନ୍ୟ କିଛି ରାଜନେତା ଓ ନିଖିଳ ଭାରତ ବ୍ୟବସାୟୀ ଫେଡେରେସନ୍ ଏହାକୁ ବିରୋଧ କରିଛନ୍ତି । ରାଜ୍ୟ ସରକାର କୋର୍ଟ ଆଦେଶ ବିରୋଧରେ ଏକ ରିଭ୍ୟୁ ପିଟିସନ ସୁପ୍ରିମ କୋର୍ଟର୍ରେ ଦାଖଲ କରିବା ପାଇଁ ସେମାନେ ସରକାରଙ୍କୁ ନିବେଦନ କରି ଥିିବା ଜଣାପଡିଛିି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS