କୋରାପୁଟ ନାବାଳିକା ଗଣଧର୍ଷଣ ‘ରେଡ୍ ଫ୍ଲାଗ୍’ ମାମଲା !
ଭୁବନେଶ୍ୱର, ୧୨ ଅକ୍ଟୋବର: ମଙ୍ଗଳବାର ମଧ୍ୟାହ୍ନରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଥାନା ଅଂଚଳରେ ଘଟି ଥିବା ନାବାଳିକା ଦୁଷ୍କର୍ମ ମାମଲାକୁ ଓଡ଼ିଶା ପୁଲିସ ଡ଼ିଜି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ‘ରେଡ୍ ପ୍ଲାଗ୍’ ମାମଲା ବୋଲି ବୁଧବାର ଗଣମାଧ୍ୟମକୁ କହିଛନ୍ତି । ଏଥିରେ ୟୁନିଫର୍ମ ପିନ୍ଧା ଅର୍ଦ୍ଧ ସାମରିକ ବାହିନୀ ସଂପୃକ୍ତ ନା ମାଓବାଦୀମାନେ ସଂପୃକ୍ତ ତାହା ତଦନ୍ତ କରାଯାଉଛି । ରାଜ୍ୟ ପୁଲିସ କ୍ରାଇମ୍ ବ୍ରାଂଚ୍କୁ ଏହାର ତଦନ୍ତ ଭାର ଦିଆଯାଇଛି । ବୁଧବାର ଦିନ ଏହି ତଦନ୍ତ ଆରମ୍ଭ କରାଯାଇଛି । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼କ୍ଟର ଶର୍ମା କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ ମାନବିକ ଅଧିକାର କମିସନ ମଧ୍ୟ ଘଟଣାର ତଦନ୍ତ ଗୋଟିଏ ସପ୍ତାହ ମଧ୍ୟରେ ସାରି ରିପୋର୍ଟ ଦେବାକୁ ପୁଲିସକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଗଣ ଦୁଷ୍କର୍ମର ଶିକାର ହୋଇଥିବା ନବମ ଶ୍ରେଣୀ ଛାତ୍ରୀଙ୍କ ଅବସ୍ଥା ସଂଗୀନ ରହିଥିବା ବେଳେ ଏହି ଘଟଣାର ପ୍ରତିବାଦରେ ଏବଂ ଅଭିଯୁକ୍ତମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ କୋରାପୁଟ ଅଂଚଳବାସୀଙ୍କ ପକ୍ଷରୁ ଆନେ୍ଦାଳନ ଜାରି ରହିଥିବା ସୂଚନା ମିଳିଛି । ଘଟଣାରେ ଜିଲ୍ଲାରେ ମାଓ ଦମନ ଅଭିଯାନରେ ସଂପୃକ୍ତ ସିଆରପିଏଫ, ବିଏସ୍ଏଫ୍ ବା କୋବ୍ରା ବାହିନୀ ଯବାନଙ୍କ ସଂପୃକ୍ତି ଥିବା ଦୁଷ୍କର୍ମ ପୀଡିତା ଅଭିଯୋଗ କରି ଥିବା ବେଳେ ରାଜ୍ୟ ପୁଲିସ ମୁଖ୍ୟ ଏହା ଏକ ‘ମାଓ ହାମ୍ଲା’ ହୋଇଥାଇ ପାରେ ବୋଲି ସନେ୍ଦହ ପ୍ରକାଶ କରି ଘଟଣାର ମୋଡ ବଦଳାଇବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ଆବଶ୍ୟକତା ପଡିଲେ ସ୍ୱତନ୍ତ୍ର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ, ନାବାଳିକା ଜଣକ ‘ଆଧାର’ କାର୍ଡ ପାଇଁ ଫଟୋ ଉଠାଇ ପ୍ରଥମେ ଅଟୋରେ ଏବଂ ପରେ ଚାଲି ଚାଲି ଗାଁକୁ ଫେରୁଥିବା ବେଳେ ଅର୍ଦ୍ଧ ସାମରିକ ବାହିନୀ ପୋଷାକ ପିନ୍ଧି ଥିବା ୪ ଜଣ ତାଙ୍କ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନରେ ଏସଂପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS