୧୮ ବର୍ଷରୁ କମ୍ ବୟସ୍କା ପତ୍ନୀଙ୍କ ସହ ଜବରଦସ୍ତ ସଂଭୋଗ ଧର୍ଷଣ ଭାବେ ବିଚାର କରାଯିବ: ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ,୧୨ ଅକ୍ଟୋବର: ୧୮ ବର୍ଷରୁ କମ୍ ବୟସର ବିବାହିତା ବାଳିକାଙ୍କ ସହ ଜୋର୍ କରି ସଂଭୋଗକୁ ଧର୍ଷଣ ଭାବେ ବିଚାର କରାଯିବ ଏବଂ ବର୍ଷକ ମଧ୍ୟରେ ସଂପୃକ୍ତ ନାବାଳିକା ଥାନାରେ ମାମଲା ଦାଏର କଲେ ପୁଲିସ ତାହାକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ମାନ୍ୟବର ସୁପ୍ରିମକୋର୍ଟ ବୁଧବାର ଦିନ ଏକ ରୁଲିଂ ଦେଇଛନ୍ତି । ଭାରତରେ ବାଳିକାଙ୍କ ପାଇଁ ବବାହର ସର୍ବନିମ୍ନ ବୟସ ୧୮ ବର୍ଷ ଧାର୍ଯ୍ୟ ହୋଇଥିବା ବେଳେ ଆଇପିସିରେ ୧୫ ବର୍ଷରୁ ଉଦ୍ଧ୍ୱର୍ ବାଳିକାଙ୍କ ବିବାହକୁ ଆଇନ ସମ୍ମତ ବୋଲି ବିଚାର କରାଯାଉଛି । ଦେଶରେ ବାଳ ବିବାହ ପ୍ରଥା ନିଷିଦ୍ଧ କରାଯାଇଥିଲେ ମଧ୍ୟ ବହୁମାତ୍ରାରେ ବାଳ ବିବାହ ହେଉ ଥିବାରୁ ସରକାର ମଧ୍ୟ କୋହଳ ମନୋଭାବ ପ୍ରକାଶ କରୁଛନ୍ତି । ତେବେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଦିନ ଏକ ମାମଲାର ବିଚାର କରିବା ଅବସରରେ ଆଇନରେ ଥିବା ଏହି କୋହଳ ବ୍ୟବସ୍ଥାକୁ ଖାରଜ କରିବା ସହ ୧୮ ବର୍ଷରୁ କମ୍ ବୟସର ବାଳିକାଙ୍କୁ ବିବାହ ପରେ ସ୍ୱାମୀଙ୍କ ଆଡୁ ଜବରଦସ୍ତ ଶାରୀରିକ ଶୋଷଣକୁ ଧର୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି । ତେବେ, ସଂପୃକ୍ତ ନାବାଳିକା ଘଟଣାର ବର୍ଷକ ଭିତରେ ଥାନରେ ଏତାଲା ଦେବା ଆବଶ୍ୟକ ବୋଲି ଉଚ୍ଚ ନ୍ୟାୟାଳୟ କହିିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS