ଆରୁଷି ହତ୍ୟା ମାମଲାରେ ଆଲହାବାଦ ହାଇକୋର୍ଟଙ୍କ ରାୟ: ବାପା ରାଜେଶ ଓ ମା’ନୁପୁର ନିର୍ଦୋଷ
ଆଲହାବାଦ, ୧୩ ଅକ୍ଟୋବର: ବହୁ ଚର୍ଚ୍ଚିତ ଆରୁଷି ତଲୱାର-ହେମରାଜ ହତ୍ୟା ମାମଲାର ରାୟ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି । ଆଲହାବାଦ ହାଇକୋର୍ଟରେ ଏହା ଉପରେ ବିଚାରଣା ଚାଲି ଥିଲା। ମାନ୍ୟବର ହାଇକୋର୍ଟ ଗୁରୁବାର ରାୟରେ ଆରୁଷିଙ୍କ ପିତା ରାଜେଶ ଓ ମା’ ନୁପୁର ତଲୱାରଙ୍କୁ ଦୋଷମୁକ୍ତ କରିଛନ୍ତି । ଦୁଇ ଦନ୍ତ ଚିକିତ୍ସକ ୨୦୧୩ ନଭେମ୍ବର ୨୬ ତାରିଖ ଦିନ ଗାଜିଆବାଦର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାହଣ୍ଡରେ ଦଣ୍ଡିତ ହୋଇ ଚାରି ବର୍ଷ ହେଲା ଜେଲ୍ରେ ସଜା ଭୋଗୁ ଥିଲେ । ତଲୱାର ଦଂପତି ତଳ କୋର୍ଟର ଏହି ଦଣ୍ଡାଦେଶକୁ ଚ୍ୟାଲେଂଜ କରି ଆଲହାବାଦ ହାଇକୋର୍ଟରେ ଆବେଦନ କରି ଥିଲେ । ହାଇକୋର୍ଟ ମାମଲାର ଶୁଣାଣୀ କରିବା ପରେ ଗୁରୁବାର ଅପରାହ୍ନ ୨ ଟା ୪୫ ମିନିଟରେ ରାୟ ପ୍ରକାଶ କରି ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି । କୋର୍ଟ ରାୟ ସଂପର୍କୀତ କାଗଜପତ୍ର ଡାକ୍ତର ଦଂପତି ବଂଦୀ ଥିବା ଦାସାନା ଜେଲ୍ରେ ପହଂଚି ପାରି ନ ଥିବାରୁ ଶୁକ୍ରବାର ସେମାନେ ଜେଲରୁ ମୁକୁଳିବା ଆଶା କରାଯାଉଛି ।
ରାଜେଶ ଓ ନୁପୁର ସେମାନଙ୍କ ୧୪ ବର୍ଷିଆ ଝିଅ ଆରୁଷି ଓ ଘରୋଇ ଚାକର ହେମରାଜଙ୍କ ମଧ୍ୟରେ ଅବୈଧ ସଂପର୍କ ଥିବା ସଂନେ୍ଦହ କରି ୨୦୦୮ ମସିହାରେ ଦୁହିଁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସିବିଆଇ ଏହି ମାମଲାର ତଦନ୍ତ କରି ହତ୍ୟାକାଣ୍ଡ ସହ ଆରୁଷିଙ୍କ ବାପା, ମା’ଙ୍କ ସଂପୃକ୍ତିର ପ୍ରମାଣ ଉପସ୍ଥାପନ କରିଥିଲେ । ଗାଜିଆବାଦର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ମାମଲାର ବିଚାରଣା ହୋଇ ଥିଲା । କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ପର ଦିନ ଦଣ୍ଡାଦେଶ ଘୋଷଣା କରି ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଜେଲ୍ ଯିବା ପରେ ରାଜେଶ ଥରେ ହେଲେ ଚାରି କାନ୍ଥ ଭିତରୁ ବାହାରକୁ ଆସି ନଥିବା ବେଳେ ନୁପୁର ପରିବାରର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଏକାଧିକ ଥର କମ୍ ଦିନ ପାଇଁ ଜମାନତରେ ଆସିଥିବା ଜଣାପଡିଛି । ଜେଲ୍ରେ ରାଜେଶ ଓ ନୁପୁରଙ୍କ ବ୍ୟବହାର ଅତି ଭଦ୍ର ଥିଲା ଏବଂ ସମସ୍ତ ଅନ୍ତେବାସୀ ସେମାନଙ୍କ ବ୍ୟବହାରରେ ସନ୍ତୁଷ୍ଟ ଥିଲେ । ଡ଼କ୍ଟର ରାଜେଶ ତଲୱାର ଜଣେ ଦନ୍ତ ଚିକିତ୍ସକ ଭାବେ ଜେଲ୍ ଅନ୍ତେବାସୀଙ୍କ ଚିକିତ୍ସାର ଭାର ସମ୍ଭାଳି ଥିବା ବେଳେ ନୁପୁର ଅନ୍ତେବାସୀଙ୍କ ପିଲାଙ୍କୁ ପାଠ ପଢାଉ ଥିଲେ । ଗାଜିଆବାଦ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସେମାନେ ଆଲହାବାଦ ହାଇକୋର୍ଟରେ ଦାଖଲ କରିଥିବା ପିଟିସନ ଉପରେ ବିଚାରଣା ଚାଲି ଥିଲା । ଗୁରୁବାର କୋର୍ଟ ରାୟ ପ୍ରକାଶ ପାିବାକୁ ଥିବାରୁ ଦୁହେଁ ନିଜ ନିଜ ବ୍ୟାରେକ୍ରେ ବସି ପ୍ରାର୍ଥନା କରିଥିଲେ । ଅପରାହ୍ନରେ ମାନ୍ୟବର ହାଇକୋର୍ଟ ମାମଲାର ରାୟ ଘୋଷଣା କରି ଆରୁଷି -ହେମରାଜ ହତ୍ୟା ମାମଲା ଦୁହିଁଙ୍କୁ ନିଦେ୍ର୍ଦାଶରେ ଖଲାସ କରିଥିବା ଶୁଣିବା ପରେଡ଼ାକ୍ତର ଦଂପତି ଭାବ ପ୍ରବଣ ହୋଇ କାନ୍ଦି ପକାଇ ଥିଲେ ବୋଲି ଜେଲ କର୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ଜେଲ୍ ଅଧିକାରୀମାନେ କହିବା ଅନୁଯାୟୀ, ତଲୱାର ଦଂପତି ଗୁରୁବାର ପ୍ରକାଶ ପାଇଥିବା ମାନ୍ୟବର ହାଇକୋର୍ଟଙ୍କ ରାୟକୁ ନେଇ ବୁଧବାର ଠାରୁ ବ୍ୟସ୍ତ, ବିବ୍ରତ ଥିଲେ । ତେବେ, ସେମାନେ ସ୍ୱାଭାବିକ ଭାବେ ଜେଲ୍ ଖାଦ୍ୟ ଗ୍ରହଣ କରିଥିଲେ । ଗୁରୁବାର ଅପରାହ୍ନ ୨ ଟା ୪୫ ମିନିଟରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଦୁହେଁ କାନ୍ଦି ପକାଇ ଥିଲେ । ଦାସାନ ଜେଲ୍ ଅଧ୍ୟକ୍ଷ ଡ଼କ୍ଟର ମୌର୍ଯ୍ୟ ସେମାନଙ୍କୁ ଏହି ଖବର ଦେବାକୁ ଯାଇଥିଲେ । ଆରୁଷିଙ୍କ ପିତା ରାଜେଶ ତଲୱାର ‘ଶେଷରେ ଆମକୁ ନ୍ୟାୟ ମିଳିଲା’ କହି ତାଙ୍କୁ କୁଣ୍ଢାଇ ଧରି କାନ୍ଦି ପକାଇ ଥିବା ବେଳେ ମା’ ନୁପୁର ନୀରବରେ କାନ୍ଦୁ ଥିବା ଦେଖିବାକୁ ମିଳିଥିଲା ବୋଲି ମୌର୍ଯ୍ୟ କହିଛନ୍ତି । ହାଇକୋର୍ଟ ରାୟ ସଂପର୍କୀତ କାଗଜପତ୍ର ଗୁରୁବାର ଦାସାନ ଜେଲ୍ କର୍ତୃପକ୍ଷଙ୍କ ନିକଟରେ ପହଂଚି ନଥିବାରୁ ତଲୱାର ଦଂପତି ମୁକୁଳି ପାରି ନାହାନ୍ତି । ଶୁକ୍ରବାର ଏହି କାଗଜପତ୍ର ପହଂଚିବା ପରେ ସେମାନେ ମୁକ୍ତ ହେବେ ବୋଲି ଜଣାପଡିଛି ।
ଆରୁଷି-ହେମରାଜଙ୍କ ହତ୍ୟା ଏବଂ ଏଥିରେ ଆରୁଷିଙ୍କ ପିତା ରାଜେଶ ଓ ମା’ ନୁପୁର ତଲୱାରଙ୍କ ସଂପୃକ୍ତକୁ ନେଇ ଅଭିଯୋଗ ଦେଶବ୍ୟାପୀ ଏତେଦୂର ଚହଳ ପକାଇ ଥିଲା ଯେ ଏହାକୁ ନେଇ ଏକ ବଲିଉଡ଼ ଚଳଚିତ୍ର ମଧ୍ୟ ନିର୍ମାଣ ହୋଇ ଦେଶ ସାରା ପ୍ରଦର୍ଶୀତ ହୋଇ ଥିଲା । ଏହି ଚଳଚିତ୍ର ଭଲ ବ୍ୟବସାୟ ମଧ୍ୟ କରି ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS