ଫିଫା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫୁଟବଲ୍: ଘାନାଠାରୁ ହାରିଲା ଭାରତ, ତୃତୀୟ ପରାଜୟ ପରେ ବିଶ୍ୱ କପ୍ ରୁ ବିଦାୟ
ନୂଆଦିଲ୍ଲୀ, ୧୩ ଅକ୍ଟୋବର: ଭାରତରେ ଚାଲିଥିବା ‘ଫିଫା’ ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍ ଭଲ ଥିଲେ ମଧ୍ୟ ତିନିଟି ଯାକ ମ୍ୟାଚ୍ରେ ହାରି ଭାରତୀୟ ଟିମ୍ ଗୁରୁବାର ବିଶ୍ୱ କପ୍ରୁ ବିଦାୟ ନେଇଛି । ଭାରତ ଗୃପ୍-ଏରେ ଖେଳୁ ଥିଲା । ୬ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ୍ ଷ୍ଟାଡିୟମରେ ଟୁର୍ଣର୍ମେଂଟର ଉଦଘାଟନ ଅବସରରେ ଭାରତୀୟ ଟିମ୍ ଆମେରିକା ଠାରୁ ୩-୦ ଗୋଲ୍ରେ ପରାଜିତ ହେବା ପରେ ୯ ତାରିଖ କଲମ୍ବିଆ ପରବର୍ତୀ ମ୍ୟାଚ୍ ଖେଳି ଥିଲା । ଚମକ୍ରାର ପଦର୍ଶନ ସତ୍ୱେ ଭାରତ ୨-୧ ଗୋଲରେ କଲମ୍ବିଆ ଠାରୁ ହାରିବା ପରେ ଗୁରୁବାର (୧୨ ତାରିଖ) ଘାନା ସହ ଖେଳ ଉପରେ ସମସ୍ତଙ୍କ ନଜର ଥିଲା । ତେବେ, ଭାରତ ଗାନାଠାରୁ ମଧ୍ୟ ୪-୦ ଗୋଲରେ ପରାସ୍ତ ହୋଇଛି । ଏହି ପରାଜୟ ଭାରତର ୧୭ ବର୍ଷରୁ କମ୍ ଫୁଟ୍ ବଲ୍ ଦଳକୁ ବିଶ୍ୱ କପ୍ ଅଭିଯାନରୁ ବିଦାୟ ଦେଇଥିଲେ ମଧ୍ୟ ‘ଫିଫା’ ଦ୍ୱାରା ଆୟୋଜିତ ଫୁଟ୍ ବଲ୍ ବିଶ୍ୱ କପ୍ରେ ଖେଳିବା ଏବଂ ଗୋଟିଏ ଗୋଲ୍ ଦେବାର ଗୌରବରେ ଏହି ଦଳ ଗୌରବାନ୍ୱିତ । ଘାନା ଗୁରୁବାର ମ୍ୟାଚରେ ଭାରତକୁ ପରାଜିତ କରି ରାଉଣ୍ଡ୍ ୧୬କୁ ଉଠିବାରେ ସକ୍ଷମ ହୋଇଥିବା ବେଳେ ଭାରତକୁ ପ୍ରଥମ ଦୁଇଟି ମ୍ୟାଚ୍ରେ ହରାଇ ଥିବା ଯୁକ୍ତରାଷ୍ଟ୍ର ଆମେରିକା ଓ କଲମ୍ବିଆର ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଟିମ୍ ରାଉଣ୍ଡ୍ ୧୬କୁ ଉନ୍ନିତ ହୋଇଛନ୍ତି । ଗୁରୁବାର ଘାନା ବିପକ୍ଷ ମ୍ୟାଚ୍ରେ ଅମରଦୀପ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟବଲ୍ ଟିମ୍ ପ୍ରତିରକ୍ଷାତ୍ମକ ଖେଳ ଖେଳି ଥିବା ସତ୍ୱେ ଶେଷ ପର୍ଯ୍ୟନ୍ତ ତାହା ବଜାୟ ରଖି ପାରି ନ ଥିଲା । ଘାନା ଟିମ୍ ଭାରତର ପ୍ରତିରକ୍ଷା ବଳୟ ଭେଦି ଗୋଟିଏ ପରେ ଗୋଟିଏ ଗୋଲ୍ ସ୍କୋର କରିଥିଲେ । ୧୭ ବର୍ଷରୁ କମ୍ ଭାରତୀୟ ଫୁଟବଲ୍ ଦଳ ତିନିଟି ଯାକ ମ୍ୟାଚ୍ ହାରି ବିଶ୍ୱ କପ୍ରୁ ବିଦାୟ ନେଇଛି ସତ, କିନ୍ତୁ ପ୍ରଥମ ଥର ପାଇଁ ‘ଫିଫା’ ଦ୍ୱାରା ଆୟୋଜିତ ବିଶ୍ୱସ୍ତର ଫୁଟବଲ ମ୍ୟାଚ୍ ଖେଳିଥିବା ପ୍ରଥମ ଭାରତୀୟ ଦଳ ଭାବେ ସ୍ମରଣୀୟ ହୋଇଯାଇଛି । ଭାରତୀୟ ୧୭ ବର୍ଷରୁ କମ୍ ବୟସ ଫୁଟ୍ବଲ୍ ଓ ଟିମ୍ ର କୋଚ୍ ଲୁଇସ୍ ନର୍ଟନ ଡେ ମାଟୋସ୍ ଭାରତୀୟ ଫୁଟବଲ୍ ଇତିହାସରେ ସବୁ ଦିନ ପାଇଁ ସ୍ମରଣୀୟ ରହିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS