‘‘ସିକ୍ରେଟ୍ ସୁପର୍ଷ୍ଟାର’ ସହ ଏକାସମୟରେ ରିଲିଜ ହୋଇ ବି ‘ଗୋଲମାଲ୍ ଏଗେନ୍’ ଭଲ ବ୍ୟବସାୟ କରୁଛି
ମୁମ୍ବାଇ, ୨୩ ଅକ୍ଟୋବର: ଅମିର ଖାନ୍ଂକ ‘ସିକ୍ରେଟ୍ ସୁପରଷ୍ଟାର୍’ ଏବଂ ରୋହିତ ସେଟ୍ଟୀଙ୍କ ନିଦେ୍ର୍ଦଶନାରେ ଅଜୟ ଦେବଗନ୍ଙ୍କୁ ନେଇ ନିର୍ମିତ ‘ଗୋଲମାଲ୍ ଏଗେନ୍’ ଏକା ସମୟରେ ମୁକ୍ତିଲାଭ କରିବାକୁ ନେଇ ଫିଲ୍ମ ଜଗତରେ ଯେଉଁ ଆଶଙ୍କା ପ୍ରକାଶ ପାଇ ଥିଲା ତାହା ନିରାଧାର ସାବ୍ୟସ୍ତ ହୋଇଛି । କାହାର କାହା ସହିତ ଟକ୍କର ହେବ, ସେ ନେଇ ବଲିଉଡ୍ରେ ବେଶ୍ ଚର୍ଚ୍ଚା ଚାଲି ଥଲା । ଅମିର ଖାନ୍ଙ୍କ ଫିଲ୍ମ ସର୍ବଦା ହାଇ ପ୍ରୋଫାଇଲ୍ ହୋଇଥିବା ବେଳେ ରୋହିତ ସେଟ୍ଟୀ ଓ ଅଜୟ ମଧ୍ୟ କମ୍ ନୁହନ୍ତି । ତେଣୁ ଟକରାଟକରି ନିଶ୍ଚିତ ବୋଲି ଅଧିକାଂଶଙ୍କ ଧାରଣା ଥିଲା । କିନ୍ତୁ, ଦୁଇଟି ଯାକ ଫିଲ୍ମ୍ ମୁକ୍ତିଲାଭ କରିବା ପରେ ଭଲ ବ୍ୟବସାୟ କରୁଥିବାରୁ ବଲିଉଡ୍ର ସୁଦିନ ଫେରି ଆସିଛି ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । ‘ଗୋଲମାଲ୍ ଏଗେନ୍’ କମେଡି ଭିତ୍ତିକ ଫିଲ୍ମ । ଅଜୟ ଦେବଗନଙ୍କ ସହ ପରିଣିତି ଚୋପ୍ରା ଓ ତବ୍ବୁଙ୍କ ଭଳି ଦାମୀ ଅଭିନେତ୍ରୀ ଏତିରେ ଅଭିନୟ କରିଛନ୍ତି । ୩୦ କୋଟି ୧୪ ଲକ୍ଷ ଟଙ୍କାରେ ବ୍ୟସାୟ ଆରମ୍ଭ କରି ତିନି ଦିନରେ ୫୮ କୋଟି ୫୧ ଲକ୍ଷରେ ପହଂଚିଛି । ଫିଲ୍ମଟି ଭଲ ହୋଇଛି ବୋଲି ତୁଣ୍ଡରେ ତୁଣ୍ଡରେ ପ୍ରଚାର ଲାଭଦାୟକ ହୋଇଥିବା କୁହାଯାଉଛି । ଏହି ଫିଲ୍ମଟି ‘ସିକ୍ରେଟ୍ ସୁପରଷ୍ଟାର’ର ବ୍ୟବସାୟକୁ ଖାଇବ ବୋଲି ଯାହା ପ୍ରଚାର ହେଉଥିଲା, ତାହା ଭୁଲ । ଯେ ଯାହା ବେପାର କରୁଛନ୍ତି ବୋଲି ଜଣେ ବକ୍ସ ଅଫିସ୍ ସମୀକ୍ଷକ ମତ ଦେଇଛନ୍ତି । ସେ କହିଛନ୍ତି, ବଲିଉଡ୍ ବହୁ ବିଫଳତା ଦେଖିବା ପରେ ଏବେ ବ୍ୟବସାୟରେ ସୁଧାର ଆସିଥିବା ଏହି ଦୁଇ ଫିଲ୍ମର ସଫଳତା ସୂଚନା ଦେଉଛି । ଗୋଆର ସୁନ୍ଦର ବିଚ୍ ଓ ଉଟ୍ଟିର ସବୁଜିମାକୁ ବେଶ୍ ସୁନ୍ଦର ଭାବେ ‘ଗୋଲମାଲ୍ ଏଗେନ୍’ରେ ବ୍ୟବହାର କରାଯାଇଛି ବୋଲି ଜଣେ ଫିଲ୍ମ ସମୀକ୍ଷକ ମତ ଦେଇଛନ୍ତି । ଅମିରଙ୍କ ଫିଲ୍ମ ‘ସିକ୍ରେଟ୍ ସୁପରଷ୍ଟାର୍’ରେ ‘ଦଙ୍ଗଲ ଗାର୍ଲ’ ଜାଇରା ୱାସମୀ ଓ ଅମିର ଖାନାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିବା ବେଳେ ‘ଗୋଲମାଲ୍ ଏଗେନ୍’ରେ ଅଜୟ ଦେବଗନ ଓ ପରିଣିତିଙକ କମେଡି ରୋଚକ ହୋଇଥିବା ଜଣାପଡିଛି । ସେମିତି ବି ତବ୍ବୁ ଭିନ୍ନ ଧରଣର ଭୁମିକା ନିଭାଇବାରେ ଓସ୍ତାଦ୍ । ଏହି ଫିଲ୍ମ ଆଗକୁ ଆହୁରି ଭଲ ବେପାର କରିବ ବୋଲି ବକ୍ସ୍ ଅପିସ ବିଶେଷଜ୍ଞ କହୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS