ଗୁଜରାଟ ବିଧାନସଭା ନିର୍ବାଚନ ଡ଼ିସେମ୍ବର ୯ ଓ ୧୪ରେ
ନୂଆଦିଲ୍ଲୀ, ୨୫ ଅକ୍ଟୋବର: ଗୁଜୁରାଟ ବିଧାନସଭା ପାଇଁ ଆସନ୍ତା ଡ଼ିସେମ୍ବରରେ ଦୁଇ ପର୍ଯ୍ୟାୟରେ ଭୋଟ ହେବ ବୋଲି ନିର୍ବାଚନ କମିସନ ବୁଧବାର ଦିନ ଘୋଷଣା କରିଛନ୍ତି । ଡ଼ିସେମ୍ବର ୯ ଓ ୧୪ ତାରିଖରେ ଭୋଟ ଗ୍ରହଣ ହେବ । ନଭେମ୍ବର ମାସରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ଡ଼ିସେମ୍ବର ୧୮ ତାରିଖରେ ହେବାକୁ ଥିବାରୁ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ସହ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଏକାଠି ଘୋଷଣା ହେବା ନିଶ୍ଚିତ ହୋଇ ଯାଇଛି । ବୁଧବାର ଗୁଜୁରାଟ ବିଧାନସଭା ଭୋଟ ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ରାଜ୍ୟରେ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଯାଇଛି । ହିମାଚଳ ପ୍ରଦେଶ ନିର୍ବାଚନ ନଭେମ୍ବର ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଅକ୍ଟୋବର ୧୨ ତାରିଖ ଦିନ ନିର୍ବାଚନ କମିସନ ଘୋଷଣା କରିବା ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଏକାସଙ୍ଗରେ ଘୋଷଣା କରି ନ ଥିବାରୁ ତୀବ୍ର ସମାଲୋଚନାରେ ସମ୍ମୁଖୀନ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଚାପରେ ନିର୍ବାଚନ କମିସନ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ବିରୋଧୀଙ୍କ ଆଡୁ ଅଭିଯୋଗ ହୋଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS