‘କଳିଙ୍ଗ ପୁସ୍ତକ ମେଳା’ରେ ପୁସ୍ତକର ପସରା ମେଲିଛି ସିନା ଭିଡ଼ ଜମିନି
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଋତୁର ପ୍ରଥମ ପୁସ୍ତକ ମେଳା ‘କଳିଙ୍ଗ ପୁସ୍ତକ ମେଳା’ରେ ପୁସ୍ତକ ବ୍ୟବସାୟୀଙ୍କ ପସରା ମେଲିଛିି ସିନା ପୁସ୍ତକପ୍ରେମୀଙ୍କ ଭିଡ ଜମି ନାହିଁ । ଶନିବାର ଶୀତୁଆ ସନ୍ଧ୍ୟାରେ ଆଶା କରାଯାଉଥିଲା ଭିଡର । କିନ୍ତୁ, ପଡ଼ିଆ ଥିଲା ଫାଙ୍କା । ଆୟୋଜନ କମିଟିର ସଭାରେ ମଧ୍ୟ ଲୋକ ନଥିଲେ । ତେବେ, ରବିବାର ଭିଡ ଜମି ପାରେ ବୋଲି ଆଶା କରୁଛନ୍ତି ଆୟୋଜକମାନେ । ଶୁକ୍ରବାର ସନ୍ଧ୍ୟାରେ ଏହି ପୁସ୍ତକ ମେଳାକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ । ସମ୍ମାନୀତ ଅତିଥି ଥିଲେ ବିଶିଷ୍ଟ କବି ରମାକାନ୍ତ ରଥ, ‘ନାଇଜର’ର କୁଳସଚିବ ଡ଼. ଅଭୟ ନାୟକ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ସଭାରେ ପୌରୋହିତ୍ୟ କରିଥିଲେ ଅଧ୍ୟାପକ ବିଶ୍ୱ ରଂଜନ…ା ଚଳିତ ବର୍ଷ ମେଳାରେ ୨୦୦ ଷ୍ଟଲ୍ ହୋଇଥିବା ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ପ୍ରକାଶକମାନେ ଭାଗ ନେଇଥିବା ଆୟୋଜନ କମିଟି କହିଛି । ନଭେମ୍ବର ୫ ତାରିଖ ଯାଏଁ ଏହି ପୁସ୍ତକ ମେଳା ଚାଲିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS