ସାମ୍ବାଦିକ ସୁରକ୍ଷା ଦିବସ ପାଳିତ : ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, ୧୬ ନଭେମ୍ବର: ଆଇଏଫ୍ଡ଼ବ୍ଲୁଜେ ରାଜ୍ୟ ଶାଖା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୧୫ ତାରିଖ ଦିନ ଭୁବନେଶ୍ୱରଠାରେ ‘ସାମ୍ବାଦିକ ସୁରକ୍ଷା ଦିବସ’ ପାଳିତ ହୋଇ ଯାଇଛି । ଏହି ଅବସରରେ ସଂଘର ଏକ ୧୦ ଜଣିଆ ପ୍ରତିନିଧି ମଂଡଳୀ ରାଲିରେ ଯାଇ ରାଜଭବନରେ ଓଡ଼ିଶା ରାଜ୍ୟପାଳ ଏସ୍.ସି. ଜମିରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଜୀମୂତ ମଂଗରାଜ ଏହାର ନେତୃତ୍ୱ ନେଇଥିଲେ । ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା, ଉପ ସଭାପତି ବିନାୟକ ମିଶ୍ର, ଆଇଏଫ୍ଡ଼ବ୍ଲୁଜେ ଜାତୀୟ ସମ୍ପାଦକ ପ୍ରକାଶ ମିଶ୍ର, ଜାତୀୟ ପରିଷଦ ସଭ୍ୟ ରାଜ କିଶୋର ସ୍ୱାଇଁ, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ସେନାପତି, ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ଚନ୍ଦ୍ର ଜେନା, ସନ୍ତୋଷ କୁମାର ବାରିକ ପ୍ରମୁଖ ପ୍ରତିନିଧି ମଂଡଳୀରେ ସାମିଲ ଥିଲେ । କାର୍ଯ୍ୟରତ ସାମ୍ବାଦିକମାନଙ୍କ ସାଂପ୍ରତିକ ସ୍ଥିତି ଓ ସମସ୍ୟାର ସମାଧାନ ସୂତ୍ର ସଂପର୍କରେ ରାଜ୍ୟପାଳ ଆଲୋଚନା କରିଥିବା ସଂଘ ସାଧାରଣ ସଂପାଦକ ବେଣୁଧର ପଣ୍ଡା ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS