ତାଲୁକ ସ୍ତରୀୟ ଆଇନ ସାକ୍ଷରତା ଶିବିର
ରାଉରକେଲା,୧୭ ନଭେମ୍ବର: ବୁଧବାର ଦିନ ତାଲୁକ ସ୍ତରୀୟ ଆଇନ ସଚେତନତା ଶିବିର ସ୍ଥାନୀୟ ଶୀତଲପଡା ବସ୍ତି ଅନ୍ତର୍ଗତ ସିଡ୍ଲ୍ୟୁଏସ୍ ସେଂଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସେଂଟର ଇନଚାର୍ଜ ସିଷ୍ଟର ନୀଲକମଲ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ ଓ ସଂସ୍ଥାର ପୋଗ୍ରାମ କୋର୍ଡିନେଟର ଶିବ ପ୍ରସାଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ଜିଲ୍ଲା ଅତିରିକ୍ତ ଦୌରା ଜର୍ଜ ଶ୍ରୀ ଏସ୍ ପ୍ରତିହାରୀ ଆଇନ ସଚେତନତା କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ଏହି କମିଟି ଦ୍ୱାରା କିପରି ଜଣେ ସାଧାରଣ ଗରିବ ପରିବାର ବିନା ଅର୍ଥରେ ଉପକୃତ ହୋଇପାରିବ ସେ ସଂପର୍କରେ ଆଲୋଚନା କରିବା ସହ ଏହାର ସୁବିଧା ସମସ୍ତ ବସ୍ତିବାସିନ୍ଦା ନେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ବିଚାରପତି ଶ୍ରୀ ଏନ୍ ଜେନା ଓ ଶ୍ରୀମତୀ ଏସ୍ ଏସ୍ ମିଶ୍ର (ଗ୍ରାମାଚଂଳ ) ରାସନ କାର୍ଡ, ପାରିବାରିକ ହିଂସା ପରି ସରକାରୀ ଓ ସାମାଜିକ ସମସ୍ୟାର ଉପଚାର ନିମନ୍ତେ ଏହି ସେଲ୍ ମାଧ୍ୟମରେ ତ୍ୱରିତ ନ୍ୟାୟ ପ୍ରଦାନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଡ୍ଲ୍ୟୁଏସ୍ର ୫ଟି ସ୍ୱଂୟ ସହାୟକ ଦଳ ସହ ଶୀତଲପଡା ବସ୍ତିର ବହୁ ଯୁବକ ଓ ଜନସାଧାରଣ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ରାଉରକେଲା କୋର୍ଟର ଆଇନ ସହାୟକ ସ୍ୱାତୀ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆନିମେଟର ରାଧା ଭୂୟାଁ ,ଦୀପା ସେଠୀ, ଫୁଲମନୀ ସୁଂଡି ଓ ଶୀତଲପଡା ୟୁଥ୍ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS