‘ଟାଇଗର ଜିନ୍ଦା ହେ’ କୁ ଟକ୍କର ଦେବ ଦକ୍ଷିଣୀ ଫିଲ୍ମ ‘ହେଲୋ’!
ଦକ୍ଷିଣ ଭାରତର ଜଣାଶୁଣା ଅଭିନେତା ଅଖିଳ ଆକ୍କିନେକିଙ୍କ ନୁଆ ତେଲୁଗୁ ଫିଲ୍ମ ‘ହାଲୋ’ର ପ୍ରଥମ ଟିଜର ନିକଟରେ ରିଲିଜ ହୋଇଛି । ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଡ଼ିସେମ୍ବର ୨୨ ତାରିଖ ଖ୍ରୀଷ୍ଟମାସ୍ ଅବସରରେ ଫିଲ୍ମଟି ରିଲିଜ୍ ହେବା ଆଶା କରାଯାଉଛି । ତେଲୁଗୁ ଭାଷାରେ ନିର୍ମିତ ‘ହାଲୋ’ ଏକ ରୋମାଂଟିକ ଥି୍ରଲର । ଫିଲ୍ମରେ ଥିବା ଅଖିଳଙ୍କ ଧମାକାଦାର୍ ଆକ୍ସନ୍ ବକ୍ସ ଅଫିସ୍ରେ ବୋବାଲ ମଚାଇବ ବୋଲି ଟିଜର ଦେଖିଥିବା ସମୀକ୍ଷକମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ, ଏକାସମୟରେ ମୁକ୍ତିଲାଭ କରିବାକୁ ଥିବା ସଲମାନ -କାଟ୍ରିନାଙ୍କ ଅଭିନୀତି ଆକ୍ସନ୍ ଫିଲ୍ମ ‘ଟାଇଗର ଜିନ୍ଦା ହେ’କୁ ବକ୍ସ୍ ଅଫିସରେ ‘ହାଲୋ’ କଡ଼ା ଟକ୍କର ଦେବ । ବିକ୍ରମ କୁମାର ‘ହାଲୋ’ର କାହାଣୀ ଲେଖିବା ସହ ନିଦେ୍ର୍ଦଶନା ଦେଇଛନ୍ତି । ଅଖିଲଙ୍କ ବାପାଙ୍କ ‘ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓଜ୍’ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ଅନ୍ୟପକ୍ଷରେ,ସଲମାନ ଖାନ୍, କାଟ୍ରିନା କୈଫଙ୍କ ଅଭିନିତ ହିନ୍ଦୀ ଫିଲ୍ମ ‘ଟଇିଗର ଜିନ୍ଦା ହେ’ର ଲେଖକ ଓ ନିଦେ୍ର୍ଦଶକ ହେଉଛନ୍ତି ଅଲ୍ଲି ଆବାସ ଜଫର । ‘ଟାଇଗର’ ଦେଖି ଥିବା ଦର୍ଶକମାନେ ‘ଟାଇଗର ଜିନ୍ଦା ହେ’ ମଧ୍ୟ ସଲମାନ-କାଟ୍ରିନାଙ୍କ ହାଇଭୋଲ୍ଟ ଆକ୍ସନ୍ ଦେଖିବାକୁ ପାଇବେ । ‘ହେଲୋ’ରେ ଅଖିଳଙ୍କ ଧମାକାଦାର୍ ଆକ୍ସନ୍ ସହ ଜଣାଶୁଣା ନିଦେ୍ର୍ଦଶକ ପ୍ରିୟଦର୍ଶନଙ୍କ କନ୍ୟା କଲ୍ୟାଣୀ ପ୍ରିୟଦର୍ଶନଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖିବାକୁ ପାଇବେ ଦର୍ଶକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS