ଅଜୟ ଦେବଗଣଙ୍କ ସଂପତ୍ତି ୬୦ ପ୍ରତିଶତ ବଢିଛି
ବଲିଉଡ୍ର ଆକ୍ସନ ହିରୋ ଅଜୟ ବେଗଣଙ୍କୁ କିଏ ବା ନ ଜାଣେ । ଅଭିନେତା, ନିଦେ୍ର୍ଦଶକ ଓ ନିର୍ମାତା ଭାବେରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଶତାଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରି ସଲମନ, ଶାହାରୁଖ, ଅମୀରଙ୍କ ଭଳି ଆଗ ଧାଡିର ନାୟକଙ୍କ ମଧ୍ୟରେ ରହିଛନ୍ତି । ଏହି ଅଭିନେତାଙ୍କ ଆୟ ଗଲା ପାଂଚ ବର୍ଷ ମଧ୍ୟରେ ଶତକଡା ୬୦ ଭାଗ ବଢି ଥିବା ନିକଟରେ ଖବର ପ୍ରକାଶ ପାଇଛି । ଅଜୟଙ୍କ ମୋଟ ସଂପତ୍ତିର ମୂଲ୍ୟ ପାଖାପାଖି ୩୨ ନିୟୁତ ଡଲାର ହେବ ବୋଲି ଆକଳନ କରାଯାଇଛି । ଏହି ଆୟର ମୁଖ୍ୟସ୍ରୋତ ହେଉଛି – ଫିଲ୍ମରେ ଅଭିନୟ, ନିର୍ମାଣ ଓ ନିଦେ୍ର୍ଦଶନା । ତା’ ସହ ବିଜ୍ଞାପନ ଫିଲ୍ମ ଓ ନିଜସ୍ୱ ନିବେଶରୁ ଆୟ ରହିଛି । ମୁମ୍ବାଇରେ ତାଙ୍କର ଏକ ସୁରମ୍ୟ ଅଟ୍ଟାଳିକା ରହିଛି, ଯାହାର ମୂଲ୍ୟ ପ୍ରାୟ ୨ କୋଟି ଡ଼ଲାର ହେବ ବୋଲି ଆକଳନ କରାଯାଇଛି । ଏହି ଘରଟିର ନାମ ରହିଛି – ‘ଶିବ ଶକ୍ତି’ । ଏଥି ସହିତ, ଅଜୟଙ୍କ ଜୁହୁ ଓ ମୁମ୍ବାଇରେ ଦୁଇଟି ଆପାର୍ଟମେଂଟ ଓ ବହୁମୂଲ୍ୟର କାର୍ ରହିଛି । ଅଜୟ ହେଉଛନ୍ତି ବଲିଉଡ୍ର ପ୍ରଥମ ସେଲିବ୍ରିଟି ଯିଏକି ୨୦୧୦ରେ ୬ ସିଟ୍ ବିଶିଷ୍ଟ ଘରୋଇ ଜେଟ୍ ବିମାନର ମାଲିକ ହୋଇଛନ୍ତି । ଏହି ଜେଟ୍ କୁ ସେ ଘରୋଇ ଯାତ୍ରା ସମୟରେ ବ୍ୟବହାର କରିଥା’ନ୍ତି । ଅଜୟଙ୍କ ନୂଆ ନୂଆ ଦାବୀ କାର୍ କିଣିବା ସଉକ ମଧ୍ୟ ନିଆରା । ତାଙ୍କ ପାଖରେ ପୁର୍ବରୁ ସୌଖିନ ଟୟୋଟା ସେଲାକା, ଫରାରୀ ଓ ବିଏମଡ଼ବ୍ଲୁ ଜେଡ୍ -୪ ଥିଲା । ଏବେ ସେ ଏକ ମସେରାତି କ୍ୱାତରୋପୋର୍ଟ କାର୍ କିଣିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା । ବଳିଉଡ୍ରେ ନିଜକୁ ପ୍ରତିଷ୍ଠା କରି ପାରି ଥିବା ସେ ଷ୍ଟାର୍ଙ୍କ ଜନ୍ମ ୧୯୬୯ ଏପ୍ରିଲ ୨ ତାରିଖରେ । ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଗୋଳମାଲ ରିଟର୍ଣ୍ଣସ୍’ ନିକଟରେ ମୁକ୍ତି ଲାଭ କରି ବକ୍ସ ଅଫିସରେ ଧମାକା କରିବା ସହ ୨୦୦ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଲାଣି । ରିଲିଜ୍ ହେବା ଦିନ ଏହାର ଆୟ ଥିଲା ୩୦.୧୦ କୋଟି । ଏକାସମୟରେ ୩,୫୦୦ ସ୍କ୍ରନ୍ରେ ଫିଲ୍ମଟି ରିଲିଜ ହୋଇଥିଲା । ଆକ୍ସନ୍ ଫିଲ୍ମ ନିଦେ୍ର୍ଦଶକ ରୋହିତ ସେଟ୍ଟିଙ୍କ ପାଇଁ ଏହି ଫିଲ୍ମ ‘ସୁନା ଖଣି’ ସଦୃଶ ହୋଇଥିବା ଆଲୋଚନା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS