ମାନୁଷି ଚିଲ୍ଲର ହେଲେ ନୂତନ ‘ବିଶ୍ୱ ସୁନ୍ଦରୀ’
ହରିୟାନାର ମେଡ଼ିକାଲ ଛାତ୍ରୀ ମାନୁଷି ଚିଲ୍ଲର୍ ୨୦୧୭ର ନୂତନ ‘ମିସ୍ ୱାଲ୍ଡ’ ବା ‘ବିଶ୍ୱ ସୁନ୍ଦରୀ’ଭାବେ ଶନିବାର ଦିନ ଘୋଷିତ ହୋଇଛନ୍ତି । ଚୀନର ସାନ୍ୟା ସିଟି ଆରେନାରେ ଚୂଡାନ୍ତ ପ୍ରତିଯୋଗୀତା ହୋଇ ଥିଲା । ବିଶ୍ୱର ୧୧୮ଟି ଦେଶର ସୁନ୍ଦରୀ ମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ଥିଲେ । ୨୦୧୬ରେ ‘ବିଶ୍ୱ ସୁନ୍ଦରୀ’ ହୋଇ ଥିବା ପ୍ୟୁରେଟୋ ରିକୋର ଷ୍ଟିଫାନିଏ ଡ଼େଲ୍ ଭେଲେ ନୂତନ ‘ବିଶ୍ୱ ସୁନ୍ଦରୀ’ ମାନୁଷି ଚିଲ୍ଲର୍ଙ୍କୁ ବିଶ୍ୱ ବିଜୟୀ ମୁକୁଟ ହସ୍ତାନ୍ତର କରିଥିଲେ । ୧୭ ବର୍ଷ ତଳେ ଭାରତର ପ୍ରି୍ରୟଙ୍କା ଚୋପ୍ରା ‘ବିଶ୍ୱ ସୁନ୍ଦରୀ’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ‘ବିଶ୍ୱ ସୁନ୍ଦରୀ’ ହେବା ପରେ ପ୍ରିୟଙ୍କା ବଲିଉଡ୍ ଓ ହଲିଉଡ୍ରେ ପାଦ ଥାପି ବେଶ୍ ସୁନାମ ଅର୍ଜନ କରିଛନ୍ତି । ପ୍ରିୟାଙ୍କା ପରେ ମାନୁଷି ଭାରତକୁ ଏହି ଗୌରବ ପ୍ରଦାନ କରିଛନ୍ତି । ୨୧ ବର୍ଷ ବୟସ୍କା ମାନୁଷି ୨୦୧୭ ପ୍ରାରମ୍ଭରେ ‘ଫେମିନା ମିସ୍ ଇଣ୍ଡିଆ’ ମୁକୁଟ ବିଜେତା ହୋଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS