୨୦ରେ ସିଡ଼ବ୍ଲୁସି ବୈଠକ, ରାହୁଲଙ୍କୁ କଂଗ୍ରେସ ସଭାପତି କରିବା ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ, ୧୯ ନଭେମ୍ବର: ସୋମବାର ଦିନ ଏଠାରେ କଂଗ୍ରେସ ୱାର୍କିଂ କମିଟି (ସିଡ଼ବ୍ଲୁସି) ବୈଠକ ବସିବ । ଏହି ବୈଠକରେ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରାଯିବା ଦିଗରେ ବିଧିବଦ୍ଧ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । ଦଳର ଜଣେ ବରିଷ୍ଠ କର୍ମକର୍ତା କହିଛନ୍ତି ଯେ, ରାହୁଲଙ୍କୁ ସଭାପତି କରାଯିବା ନିର୍ଣ୍ଣୟ ସିଡ଼ବ୍ଲୁସି ନେବ । ତାହା ପରେ ବିଧିବଦ୍ଧ ଭାବେ ରାହୁଲ ସଭାପତି ହେବେ। ବର୍ତମାନ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲି ଥିବାରୁ ନାମାଙ୍କନପତ୍ର ଦାଖଲ, ପ୍ରତ୍ୟାହାର, ଭୋଟ ଗ୍ରହଣ ଭଳି ବୈଧାନିକ ପଦକ୍ଷେପ ମାନ ହେବାକୁ ଅଛି । ସଭାପତି ପଦ ପାଇଁ ଏକାଧିକ ପ୍ରାର୍ଥୀ ରହିଲେ ଡ଼ିସେମ୍ବର ୮ ତାରିଖ ଭୋଟ ହେବ । ତେବେ, ରାହୁଲଙ୍କୁ ସଭାପତି କରାଯିବା ପ୍ରାୟତଃ ଚୂଡାନ୍ତ ଥିବାରୁ ଭୋଟ୍ ର ଆବଶ୍ୟକତା ପଡିବ ନାହିଁ ବୋଲି ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS