‘ପଦ୍ମାବତୀ’କୁ ନେଇ ଝଡ଼ ଥମୁନି: ଫିଲ୍ମଟି ‘ଫିକ୍ସନ୍’ ନା ‘ହିଷ୍ଟ୍ରି’ – ଜାଣିିବାକୁ ଚାହିଁଛି ସିବିଏଫ୍ ସି
ସଂଜୟ ଲିଳା ବଂଶାଳିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଝଡ଼ ଥମିବାର ନା’ ନେଉ ନାହିଁ । ଏହି ଚଳଚ୍ଚିତ୍ରକୁ ନିଷିଦ୍ଧ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିୟା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିଠି ଲେଖି ଥିବା ବେଳେ ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ବା ସେନ୍ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ୍ନ ଯୋଶୀ ପାଳଟା ଅଭିଯୋଗ କରିଛନ୍ତି ଯେ, ସେନସର୍ ବୋର୍ଡ ଫିଲ୍ମଟି ଦେଖିବା ପୂର୍ବରୁ ପ୍ରଯୋଜକ ମିଡ଼ିଆ ସମ୍ମୁଖରେ ତାହାର ପ୍ରିଭ୍ୟୁ କରାଇବା ଉଚିତ ହୋଇ ନାହିଁ । ଅପରପକ୍ଷରେ, ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା ତଥା ସାଂସଦ ସାବାନା ଆଜମୀ ସିବିଏଫ୍ସିର ଏଭଳି ଆଭିମୁଖ୍ୟକୁ ନିନ୍ଦା କରି ଜାଣିଶୁଣି ଫିଲ୍ମକୁ ରିଲିଜ ହେବାକୁ ଦିଆଯାଉ ନାହିଁ ବୋଲି କଡା ସମାଲୋଚନା କରିଛନ୍ତି । ସେନସର୍ ବୋର୍ଡ ସମ୍ମୁଖରେ ପ୍ରଯୋଜକ ଦାଖଲ କରିଥିବା ଫିଲ୍ମର କପିକୁ କେତକ ବୈଷୟିକ ତ୍ରୁଟୀ ଥିବା ଦର୍ଶାଇ ଫେରାଇ ଦିଆ ଯାଇଛି । ଆବଶ୍ୟକ ସଂଶୋଧନ ପରେ ତାହା ଦାଖଲ କରିବାକୁ ପ୍ରଯୋଜକଙ୍କୁ କୁହାଯାଇଛି । ତେବେ, ଫିଲ୍ମ ସାର୍ଟିଫିକେସନ୍ ପାଇଁ ଦାଖଲ ହୋଇଥିବା କପିରେ କେଉଁ ପ୍ରକାର ବୈଷୟିକ ତ୍ରୁଟୀ ରହିଛି (?) ବୋଲି ସିବିଏଫସି ଅଧ୍ୟକ୍ଷ ଯୋଶୀଙ୍କୁ ପ୍ରଶ୍ନ ହେବାରୁ ସେ ହଡବଡେଇ ଯାଇ ଥିଲେ । ଡ଼କୁମେଂଟରେ ଫିଲ୍ମଟି ‘ଫିକ୍ସନ୍’ ନା ‘ହିଷ୍ଟ୍ରି’ ସ୍ପଷ୍ଟ ଭାବେ ଉଲ୍ଳେଖ ନ ଥିବାରୁ ଫେରାଇ ଦିଆ ଗଲା ବୋଲି ଯୋଶୀଙ୍କ ପକ୍ଷରୁ କାରଣ ଦର୍ଶା ଯାଇଛି । ଏହା ଅତି ଛୋଟ ଭୁଲ ହୋଇଥିବାରୁ ତୁରନ୍ତ ସଂଶୋଧିତ ଡ଼କୁମେଂଟ୍ ଦାଖଲ କରାଯିବ ଏବଂ ନିର୍ଦ୍ଧାରିତ ସମୟରେ ହିଁ ଫିଲ୍ମଟି ରିଲିଜ୍ ହେବ ବୋଲି ବଂଶାଳି କହିଛନ୍ତି। କେନ୍ଦ୍ର ସରକାର ଗୁଜୁରାଟ ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ରିଲିଜ୍ କରାଇ ଦେଉ ନାହାନ୍ତି କି ବୋଲି ଯୋଶୀଙ୍କୁ ସାମ୍ବାଦିକଙ୍କ ଆଡୁ ପ୍ରଶ୍ନ ହୋଇଥିଲା । ‘ପଦ୍ମାବତୀ’ ଭଳି ଫିଲ୍ମଟିଏ ଗୁଜୁରାଟ ନିର୍ବାଚନକୁ କିଭଳି ପ୍ରଭାବିତ କରିବ ଏବଂ ସରକାର ଏବେ ଭୟ କରୁଛନ୍ତି କାହିଁକି ବୋଲି ମଧ୍ୟ ମିଡ଼ିଆ ପକ୍ଷରୁ ପ୍ରଶ୍ନ ହୋଇ ଥିଲା । ତେବେ, ପିଲ୍ମରେ ଯଦି କିଛି ଅସୁବିଧା ନାହିଁ ତାହାର ପ୍ରିଭ୍ୟୁ ପାଇଁ ପ୍ରଯୋଜକ,ନିଦେ୍ର୍ଦଶକ କାହିଁକି ରାଜି ହେଉ ନାହାନ୍ତି କହି (!) ବିଜେପି ମୁଖପାତ୍ର କଥା ଟାଳି ଦେଇଥିଲେ । ରାଜସ୍ଥାନରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ବଂଶାଳିଙ୍କ ଏହି ଫିଲ୍ମକୁ ବିରୋଧ କରି ଗଣ୍ଡଗୋଳ ହେଉଥିବା ବେଳେ ଏବଂ ଦୀପିକା ପାଦୁକୋନଙ୍କ ନାକ ଓ ବଂଶାଳିଙ୍କ ମୁଣ୍ଡ କାଟି ଦେବାର ଧମକ ଦିଆଯାଉଥିବା ସମୟରେ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟ ସରକାରମାନେ ନୀରବ ଦ୍ରଷ୍ଟା ହୋଇ ରହିବା ଦୁଃଖଦାୟକ ବୋଲି ବିଭିନ୍ନ ମହଳରେ ସମାଲୋଚନା କରାଯାଇଛି । ରାଜସ୍ଥାନ ପୁଲିସ ଗୋଟିଏ ମାତ୍ର ମାମଲା କରି ବସି ଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS