ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ: ଭଞ୍ଜନଗର, ହିଂଜିଳି ଓ ବ୍ରହ୍ମପୁରରେ ବିବିଏସଏ କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କୁ ଭତ୍ତା ଓ ଅନ୍ୟ ସହାୟତା ବାଂଟିଲେ
ଭୁବନେଶ୍ୱର, ୨୦ ନଭେମ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ତାରିଖ ରବିବାର ଦିନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଭଞ୍ଜନଗର, ହିଜିଳିକାଟୁ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପୂର୍ବାହ୍ନରେ ହେଲିକପଟର ଯୋଗେ ଭୁବନେଶ୍ୱରରୁ ବାହାରି ସିଧା ଭଞ୍ଜନଗର କେଏସ୍ୟୁବି କଲେଜ (କବିସୂର୍ଯ୍ୟ ଉପେନ୍ଦ୍ର ଭଂଜ ମହାବିଦ୍ୟାଳୟ) ପଡିଆରେ ଅବତରଣ କରିଥିଲେ । ଭଞ୍ଜନଗରରେ ନୂତନ ଭାବେ ନିର୍ମିତ ପୁଲିସ ଥାନା ଗୃହ ଉଦ୍ଘାଟନ କରିବା ସହ ସେ କେଏସ୍ୟୁୂବି କଲେଜ ପଡ଼ିଆରେ ଆୟୋଜିତ ସଭାରେ ଭଞ୍ଜନଗର ସରକାରୀ ଆଇଟିଆଇ, ଆରଟିଓ ଅଫିସ କୋଠା ଏବଂ କୋକଳବା ଠାରେ ନିର୍ମାଣ ହେବାକୁ ଥିବା ଆରଡ଼ି ବି୍ରଜ୍ର ଶିଳାନ୍ୟାସ କରିଥିଲେ । କଲେଜ ପଡିଆରେ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ର ଉପଖଣ୍ଡ ସ୍ତରୀୟ ମହା ଶିବିର ଆୟୋଜନ ହୋିଥିଲା । ଏହି ମହା ଶିବିରରେ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମଙ୍କୁ ବିଜୁ ପକ୍କା ଘର, ଭିନ୍ନକ୍ଷମ ଭତ୍ତା. ସାଇକଲ, ବସ୍ ପାସ୍ ପ୍ରଭୃତି ବଂଟନ କରିଥିଲେ । ଭଞ୍ଜନଗର ବିଧାୟକ ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ଏମ୍ପି, ସୋରଡା ଓ ପୋଲସରା ବିଧାୟକ ପ୍ରମୁଖ ମଂଚାସୀନ ଥିଲେ । ଭଞ୍ଜନଗରରୁ ବାହାରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହିଜିଳିକାଟୁ କଳେଜ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ହିଂଜିଳି କଲେଜ ପଡ଼ିଆରେ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ସହାୟତା ବିତରଣ’ ମହା ଶିବିରରେ ଯୋଗ ଦେଇଥିଲେ । ଏହି ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିନ୍ନକ୍ଷମଙ୍କୁ ବିଭିନ୍ନ ଉପକରଣ ଓ ସହାୟତା ବଂଟନ କରା ଯାଇଥିଲା । ପରେ, ବିଜୁ ପଟ୍ଟନାୟକ ଛକରେ ଥିବା ତାଙ୍କ ପିତା ତଥା ଓଡ଼ିଶାର ପୁୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତୀରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ । ହିଂଜିଳିରୁ ହେଲିକପଟରରେ ବ୍ରହ୍ମପୁର ଆସି ଏମ୍କେସିଜି (ମହାରାଜା କୃଷ୍ଣଚନ୍ଦ୍ର ଗଜପତି) ମେଡ଼ିକାଲ କଲେଜ ହସପିଟାଲ ପଡିଆରେ ଅବତରଣ କରିଥିଲେ । ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନୂତନ ଭାବେ ନିର୍ମିତ ସୁପର ସ୍ପେଶାଲିଟି ବ୍ଲକ ଏବଂ ଗୋଷାଇଁନୂଆଗାଁ – ଗୁଡ୍ସସେଡ୍ ରୋଡକୁ ସଂଯୋଗ କରୁଥିବା ଆରଓବି ଉଦଘାଟନ କରିବା ପରେ ସେଠାରୁ ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲକୁ ଯାଇ ଭୀମଭୋଇ ଭିନ୍ନକ୍ଷମ ସହାୟତା ଯୋଜନା’ରେ ଭିନ୍ନକ୍ଷମଙ୍କୁ ଭତ୍ତା ଓ ଅନ୍ୟାନ୍ୟ ଉପକରଣ ବଂଟନ କରିଥିବା ଜଣାପଡିଛି । ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଆସିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS