ବିଜେପି ପ୍ରତିନିଧି ଦଳ ଗଞ୍ଜାମର ଫସଲ କ୍ଷତି ବୁଲି ଦେଖିଲେ, ଆତ୍ମହତ୍ୟା କରିଥିବା ଚାଷି ରାଜେନ୍ଦ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଦାବି
ବ୍ରହ୍ମପୁର, ୨୦ ନଭେମ୍ବର: ଗଞ୍ଜାମ ଜିଲ୍ଲାକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଅଂଚଳ ଭାବେ ଘୋଷଣା କରାଯାଇ ଚାଷିଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ଏବଂ ଚାଷିଙ୍କ ସମସ୍ତ କୃଷି ଋଣକୁ ଛାଡ କରାଯିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଦାବି ହୋଇଛି । ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ୧୮ ତାରିଖ ଦିନ କୁକୁଡାଖଣ୍ଡି ବ୍ଲକର ବଉଳଝୋଳି ଗ୍ରାମକୁ ଯାଇ ଆତ୍ମହତ୍ୟା କରିଥିବା ଚାଷି ରାଜେନ୍ଦ୍ର ଭୂୟାଁଙ୍କ ପରିବାରକୁ ଭେଟି ଥିଲେ । ରାଜ୍ୟ ସରକାର ତୁରନ୍ତ ଭୂୟାଁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ଦେବାକୁ ଏହି ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଏବଂ ରାଜ୍ୟ ସଂପାଦକ ବିଭୂତି ଜେନାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ରଂଗେଇଲୁଣ୍ଡା,ଚିକିଟି, ପାତ୍ରପୁର, ଦିଗପହଣ୍ଡ. ଛତ୍ରପୁର, ଗଞ୍ଜାମ ଓ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଅଂଚଳ ପରିଦର୍ଶନ କରି ଚାଷିମାନଙ୍କୁ ଭେଟିଥିଲେ । ଜିଲ୍ଲାରେ ମରୁଡ଼ି, ଗୁଣ୍ଡି ପୋକ ଓ ଲଘୁଚାପ ବର୍ଷାରେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି । ପାଚିଲା ଧାନ କ୍ଷେତରେ ବର୍ଷା ପାଣି ମାଡି ଯାଇ ଚାଷିଙ୍କ ଅଂଟା ଭାଙ୍ଗି ଯାଇଛି ବୋଲି ଏହି ପ୍ରତିନିଧି ଦଳ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS