ସିଡ଼ବ୍ଲୁସି ବୈଠକ: ନିର୍ବାଚନ ତାରିଖ ଘୋଷଣା, ରାହୁଲ ସଭାପତି ହେବା ଥୟ
ନୂଆଦିଲ୍ଲୀ, ୨୧ ନଭେମ୍ବର: ସୋମବାର ଦିନ ଏଠାରେ କଂଗ୍ରେସ ୱାର୍କିଂ କମିଟି (ସିଡ଼ବ୍ଲୁସି) ବୈଠକ ବସି ଦଳର ନୂତନ ସଭାପତି ନିର୍ବାଚନ ଘୋଷଣା କରାଯାଇଛି । ସଭାପତି ନିର୍ବାଚନ ପାଇଁ ଡ଼ିସେମ୍ବର ୧୬ ତାରିଖରେ ଭୋଟ ହେବ ଏବଂ ୧୯ ତାରିଖ ଦିନ ଭୋଟ ଗଣତି ହୋଇ ନୂତନ ସଭାପତିଙ୍କ ନାମ ଘୋଷଣା କରାଯିବ । ବର୍ତମାନ ଏଆଇସିସି ଉପ ସଭାପତି ଥିବା ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ହେବା ଆଶା କରାଯାଉଛି । ଡ଼ିସେମ୍ବର ୧ ତାରିଖ ଦିନ ସଭାପତି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୪ ତାରିଖ ଦିନ ନାମାଂକନପତ୍ର ଦାଖଲ ହେବ । ରାହୁଲ ଏକମାତ୍ର ପ୍ରାର୍ଥୀ ରହିଲେ ୫ ତାରିଖ ପ୍ରାର୍ଥୀପତ୍ର ଯାଂଚ ଦିନ ତାଙ୍କ ନାମ ସଭାପତି ଭାବେ ଘୋଷଣା କରି ଦିଆଯିବ । ଶନିବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ବୈଠକ ଡାକି କଂଗ୍ରେସ ସଭାପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଅନୁମୋଦନ କରାଇ ନେଇ ଥିଲେ । ସୋନିଆ ହେଉଛନ୍ତି ସବୁଠାରୁ ଅଧିକ ଦିନ ଦଳର ସଭାପତି ଭାବେ କାର୍ଯ୍ୟ କରି ଆସିଥିବା କଂଗ୍ରେସ ନେତ୍ରୀ । ସେ ୨୦୦୪ ଓ ୨୦୦୯ ସାଧାରଣ ନିର୍ବାଚନରେ ଦଳକୁ ଜିତାଇ କ୍ଷମତାସୀନ କରିଥିଲେ । ଆଜି ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ବୈଠକଳ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କୁ ଉଦବୋଧନ ଦେଇ ଶ୍ରୀମତୀ ଗାନ୍ଧୀ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ତୀବ୍ର ସମାଳୋଚନା କରିଥିଲେ । ପାର୍ଲାମେଂଟକୁ ଜାଣିଶୁଣି ସରକାର ଚଳାଇ ଦେଉ ନାହାନ୍ତି, ଛୋଟ ଛୋଟ କଥାରେ ପ୍ରତିବନ୍ଧକ ସୃଷ୍ଟି କରି ଶୀତକାଳୀନ ଅଧିବେଶନକୁ ଅଚଳ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ମୁଖ୍ୟତ ରାହୁଲଙ୍କ ପଦୋନ୍ନତି ପାଇଁ ଆଜିର ବୈଠକ ହୋଇଥିବା ଚର୍ଚ୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS