ପୁରୀ ଭିଆଇପି ଅଂଚଳରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ଥିବା ‘ପାଜେରୋ’ଟି କାହାର !
ପୁରୀ,୨୪ ନଭେମ୍ବର(ସ୍ମିତାଲି ସ୍ମୃତି ସ୍ନିଗ୍ଧା): ପୁରୀ ସହରର ଭିଆଇପି ଅଂଚଳରେ ଥିବା ‘ଅନନ୍ୟା ରିସର୍ଟସ୍’ ନିକଟରେ ମାସେରୁ ଅଧିକ ସମୟ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଗୋଟିଏ ‘ପାଜେରୋ’ ଗାଡି । ପୁରୀ ସଦର ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଓଆର-୦୨ ବିଏନ୍ ୧୦୦୧ ନମ୍ବର ‘ପାଜେରୋ’ ଗାଡିଟି ମାସେରୁ ଅଧିକ ସମୟ ଧରି ସେଇମିତି ଥୁଆ ହୋଇ ରହିଥିବା ବେଳେ ଗାଡିଟି କାହାର ଜାଣିବାକୁ କେହି ଉଦ୍ୟମ କରି ନାହାନ୍ତି । ଗାଡିର ରେଜିଷ୍ଟ୍ରସନ୍ ଭୁବନେଶ୍ୱର ଆରଟିଓରେ ହୋଇଥିବା ସୂଚନା ମିଳିଛି । ‘ସିସୋର’ ଚିଟ୍ ଫଣ୍ଡ୍ ମାମଲାରେ ଗୋଟିଏ ‘ପାଜେରୋ’ ଗାଡି ସିବିଆଇ ତଦନ୍ତ ପରିସରଭୁକ୍ତ ଥିବାରୁ ଏହି ଗାଡିଟି ଅନେକଙ୍କ ମନରେ ସନେ୍ଦହ ସୃଷ୍ଟି କରିଛି । ତେବେ, ପୁରୀ ସଦର ଥାନାରୁ କୌଣସି ତଥ୍ୟ ମିଳି ପାରୁ ନାହିଁ। ପୁରୀ ଏସପି ଏହାର ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS