ନରେନ୍ଦ୍ର ସରୋରରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ
କୋରାପୁଟ,୨୫ ନଭେମ୍ବର: କୋରାପୁଟର ନରେନ୍ଦ୍ର ସରୋବରରେ ବୁଡ଼ ତିନି ଜଣ ନାବାଳକ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଅପରାହ୍ନରେ ସେମାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେମାନେ ଏକ ସାମାଜିକ ଉତ୍ସବ ଭୋଜିରେ ଯୋଗ ଦେବାକୁ କୋରାପୁଟ ଆସିଥିଲେ । ସତ୍ୟସାଇବାବା ମନ୍ଦିର ପରିସରରେ ପୂର୍ବାହ୍ନରେ ଏହି ଉତ୍ସବ ଚାଲିଥିବା ବେଳେ ତିନି ନାବାଳକ ଗାଧୋଇବା ପାଇଁ ନରେନ୍ଦ୍ର ସରୋବରରେ ପଶି ଥିଲେ । ମରାମତି ଚାଲି ଥିବାରୁ ଶିଶୁ ପାର୍କ ବନ୍ଦ ଥିବାରୁ ସେମାନେ ପାଚେରି ଡ଼େଇଁ ଗାଧୋଇଇବାକୁ ଯାଇ ଥିଲେ । ଶୁକ୍ରବାର ଅପରାହ୍ନ ସାଢେ ୨ଟା ସମୟରେ ପୁଲିସ ସେମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣକ ଘର ରାୟଗଡାରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ରାୟଗଡା ଜିଲ୍ଲାର ଗୁଣୁପୁରୁର ଆସିଥିଲେ । ମୃତ ନାବାଳକଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ବୋଲି ପୁଲିସ ସୂଚନା ଦେଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS