ହନୁମାନଙ୍କ ମନ୍ଦିର ଓ ମୁର୍ତୀ ମାଟିରେ ଲୋଟିଲା
ବ୍ରହ୍ମପୁର, ୨୫ ନଭେମ୍ବର: ବ୍ରହ୍ମପୁର ସହରର ମଧ୍ୟଭାଗରେ ଥିବା ଗୋଟିଏ ହନୁମାନ ମନ୍ଦିରକୁ ପ୍ରଶାସନ ମାଟିରେ ମିଶାଇ ଦେଇଛନ୍ତି । ଜବରଦଖଲ ଉଚ୍ଛେଦ ନା’ରେ ମନ୍ଦିରରେ ବୁଲ୍ଡୋଜର ଲଗାଇ ଦିଆଯାଇଛି । ବହୁ ବର୍ଷ ହେଲା ମନ୍ଦରରେ ପୂଜା ପାଇ ଆସୁଥିବା ପଂଚମୁଖୀ ହନୁମାନଙ୍କ ବିରାଟକାୟ ମୂର୍ତୀ ମାଟିରେ ଲୋଟୁଥିବା ଘଟଣା ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଆଘାତ ଦେଇଛି । ରାମଲିଙ୍ଗମ ବନ୍ଧ କଡରେ ଗୌତମ ଟକିଜକୁ ଲାଗି ଏହି ହନୁମାନ ମନ୍ଦିରଟି ବହୁ ବର୍ଷ ହେଲା ହନୁମାନ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଥିଲା । ପ୍ରତି ବର୍ଷ ଏପ୍ରିଏ ୧୪ ତାରିଖ ହନୁମାନ ଜୟନ୍ତୀ ଅବସରରେ ହଜାର ହଜାର ଦୁଃଖିରଙ୍କିଙ୍କ ପାଇଁ ଏଠାରେ ପ୍ରସାଦ ସେବନର ଆୟୋଜନ ହେଉଥିଲା । ନିଜେ ମନ୍ଦିର ପୂଝାରୀ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଠାରୁ ମାଗିଯାଚି ମନ୍ଦିରକୁ ନୂଆ ରୂପ ଦେବା ସହ ପ୍ରତ୍ୟହ ପୂଜାର୍ଚ୍ଚନା କରି ଆସୁଥିଲେ । ସହରର ସବୁ ଗର୍ବର ଲୋକ ପୂଜାର୍ଚନା ପାଇଁ ସକାଳ ଓ ସନ୍ଧ୍ୟାରେ ଏହି ମନ୍ଦିରକୁ ଆସୁଥିଲେ । ସିନେମା ହଲ୍କୁ ଳାଗି ମନ୍ଦିରଟି ଥିବାରୁ ତାହାକୁ ହଟାଇବା ସକାଶେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଉଦ୍ୟମ କରୁଥିଲେ । ଜବରଦଖଲ ଉଚ୍ଛେଦ ନା’ରେ ମନ୍ଦିରକୁ ହଟାଇବା ସକାଶେ ବାରମ୍ବାର ନୋଟିସ ଦିଆଯାଉଥିଲା । ତେବେ, ଶ୍ରଦ୍ଧାଳୁଙ୍କ ଚାପରେ ମନ୍ଦରରେ କେହି ହାତ ମାରୁ ନ ଥିଲେ । ଶୁକ୍ରବାର ଦିନ ପ୍ରଶାସନ ମନଦିରରେ ବୁଲଡୋଜର ଲଗାଇ ଦେଇଛନ୍ତି । ହନୁମାନ ନିଜର ରକ୍ଷା କରି ପାରିଲେ ନାହିଁ । ଭକ୍ତଙ୍କ କଥା କିଏ ବୁଝିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS