ଇନ୍ଦୋର ହୋଲକାର ଷ୍ଟାଡ଼ିୟମରେ ଭାରତର ଦ୍ୱିତୀୟ ଟି-୨୦ ବିଜୟ, ଶ୍ରୀଲଙ୍କା ୮୮ ରନ୍ ରେ ପରାଜିତ
ଇନ୍ଦୋର,୨୩ ଡ଼ିସେମ୍ବର: ଶୁକ୍ରବାର ଦିନ ଇନେ୍ଦାର ହୋଲକାର ଷ୍ଟାଡ଼ିୟମରେ ଅନୁଷ୍ଠିତ ଭାରତ – ଶ୍ରୀଲଙ୍କା ଦ୍ୱତୀୟ ଟି -୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୮୮ରନ୍ ରେ ପରାଜିତ କରି ତିନିଟିକିଆ ଶୃଙ୍ଖଳାକୁ ୨-୦ ରେ ଅକ୍ତିଆର କରିଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମାତ୍ର ୩୫ଟି ବଲରେ ଶତକ ହାସଲ କରି ଦଳର ବିଜୟ ପଥ ସୁଗମ କରିଥିବା ବେଳେ ବୋଲର୍ ୟୁଗଭେନ୍ଦ୍ର ଚହଲ ଶ୍ରୀଲଙ୍କାର ୪ଟି ୱିକେଟ୍ ନେଇ ଶ୍ରୀଲଙ୍କା ଦଳକୁ ୧୭୨ ରନ୍ ରେ ସୀମିତ ରଖି ଥିଲେ । ଭାରତ ୫ ୱିକେଟ୍ ବିନିମୟରେ ୨୬୦ ରନ୍ କରି ଶ୍ରୀଲଙ୍କା ଦଳକୁ ୨୬୧ ରନ୍ ର ଲକ୍ଷ୍ୟ ଦେଇ ଥିଲା । ତେବେ, ଶ୍ରୀଲଙ୍କା ଦଳ ୧୭.୨ ଓଭରରେ ୯ ୱିକେଟ୍ ବିନିମୟରେ ୧୭୨ ରନ୍ କରି ପରାଜୟ ସ୍ୱୀକାର କରିଛି । ଭାରତୀୟ ଅଧିନାୟକ ରୋହିତ ୩୫ ବଲ୍ ରେ ଶତକ କରି ଦକ୍ଷିଣ ଆଫ୍ରିକାର ଡ଼େଭିଡ ମିଲରଙ୍କ ସମତୁଲ ହୋଇଥିବା ବେଳେ ୪୩ ବଲ୍ ରେ ୧୦ଟି ଛକା ଓ ୧୨ଟି ଚୌକା ମାଧ୍ୟମରେ ମୋଟ ୧୧୮ ରନ୍ ସଂଗ୍ରହ କରି ଥିଲେ । ପ୍ରାରମ୍ଭରେ ସେ ଲୋକେଶ ରହୁଲଙ୍କ ସହ ଖେଳ ଆରମ୍ଭ କରି ବ୍ୟକ୍ତିଗତ ୧୧୮ ରନ୍ ସହ ଲୋକେଶଙ୍କ ସହ ଭାଗିଦାରୀରେ ୧୬୫ ରନ୍ ସଂଗ୍ରହ କରି ଥିଲେ । ଲୋକେଶ ବ୍ୟକ୍ତିଗତ ଭାବେ ୪୯ ବଳରେ ୮୯ ରନ୍ କରିଛନ୍ତି । ଅପରପକ୍ଷରେ, ଶ୍ରୀଲଙ୍କା ଓପନର୍ ଡ଼ିକୱେଲା ୧୯ ବଲ୍ରେ ୨୫ ରନ୍ କରି ପଂଚମ ଓଭରରେ ଆଉଟ୍ ହୋଇଥିବା ବେଳେ କୁଶଲ ପେରିଆରା ଓ ଉପୁଲ ଥାରାଙ୍ଗାଙ୍କ ଖେଳ ଶ୍ରୀଲଙ୍କା ଦଳରେ ଆଶାର ସଂଚାର କରିଥିଲା । ତେବେ, ଶ୍ରୀଲଙ୍କା ୯ୱକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରି ତିନିଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ହାରିଛନ୍ତି । ଭାରତ – ଶ୍ରୀଳଙ୍କା ମଧ୍ୟରେ ପ୍ରଥମ ଟି-୨୦ ଉଦଘାଟନୀ ମ୍ୟାଚ୍ ଗୁରୁବାର (୨୦ ତାରିଖ) ଦିନ କଟକ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ଭାରତ ଠାରୁ ୯୩ ରନ୍ ରେ ହାରି ଥିଲା । ଭାରତ ୧-୦ରେ ଆଗୁଆ ରହି ଇନ୍ଦୋରରେ ଦ୍ୱିତୀୟ ମ୍ୟାଚ ଖେଲିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS