ବାରିପଦା: ଦୁଷ୍କର୍ମ ପରେ ଶ୍ୱଶୁର ଜାଳି ଦେଲେ ବୋହୂକୁ !
ବାରିପଦା, ୧୪ ଜାନୁୟାରୀ: ମୟୁରଭଂଜ ଜିଲ୍ଲା ରାଇରଂଗପୁର ସହରରେ ଦୁଇ ବର୍ଷ ତଳେ ବିବାହ କରିଥିବା ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଶନିବାର ଏ ସଂପର୍କରେ ଥାନାରେ ଏତଲା ହୋଇଛି । ଶୁକ୍ରବାର ରାତିରେ ୨୩ ବର୍ଷ ବୟସ୍କା ମହିଳା ଜଣକ ଘରେ ଏକୁଟିଆ ଥିବା ସମୟରେ ଏହି ଘଟଣା ଘଟିଥିବା ପୁଲିସ ଠାରୁ ସୂଚନା ମିଳିଛି । ମହିଳା ଜଣକ ୮୦ ଭାଗ ପୋଡି ଯାଇ ଜାମଶେଦପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମହିଳାଙ୍କ ପିତା ରାଇରଂଗପୁର ଥାନାରେ ଝିଅର ଶ୍ୱଶୁର ରାମଗୋପାଳ ଖେମକା (୫୫)ଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କ ଝିଅ ଶାଶୁ ଘରେ ଏକୁଟିଆ ଥିବା ସମୟରେ ଶ୍ୱଶୁର ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କଥା ଘର ଲୋକଙ୍କୁ ଜଣାଇ ଦେବ ବୋଲି ବୋହୂ ଧକମ ଦେବାରୁ ଶ୍ୱଶୁର ତା’ ଉପରେ କିରୋସିନୀ ଛିଂଚି ନିଆଁ ଲଗାଇ ଦେଇଥିଲେ ବୋଲି ଏତଲାରେ ଦର୍ଶା ଯାଇଛି । ପୁଲିସ ରାମଗୋପାଳ ଖେମକାକୁ ଗିରଫ କରି ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS