ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଭାରତ ଗସ୍ତ ଆଜି
ନୂଆଦିଲ୍ଲୀ, ୧୪ ଜାନୁୟାରୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ଏକ ଛଅ ଦିନିଆ ଭାରତ ଗସ୍ତରେ ଆସି ଆଜି ଏଠାରେ ପହଂଚୁଥିବା ଜଣାପଡିଛି । ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଦ୍ୱିପାକ୍ଷୀକ ସଂପର୍କ ବୃଦ୍ଧି ସହ ଇସ୍ରାଏଲ – ପାଲେଷ୍ଟାଇନ୍ ସଂପର୍କ ବିଷୟରେ ମଧ୍ୟ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନୂଆଦିଲ୍ଲୀରେ ଆସି ପହଂଚିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡୁ ତାଙ୍କ ପାଇଁ ଏକ ଘରୋଇ ଭୋଜିର ଅୟୋଜନ କରାଯାଇଛି । ଇସ୍ରାଏଲି ନେତା ନେତାନ୍ୟାହୁ ଏହି ଗସ୍ତ କାଳରେ ରବିବାର ଦିନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭୋଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ସୋମବାର ଦିନ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ ।
ସୋମବାର ହାଇଦ୍ରାବାଦ ହାଉସରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମଧ୍ୟରେ ୱାନ୍ ଟୁ ୱାନ୍ ଆଲୋଚନା କାର୍ଯ୍ୟକ୍ରମ ଅଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପ ରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କୁ ମଧ୍ୟ ସେଦିନ ସେ ଭେଟିବେ । ନେତାନ୍ୟାହୁଙ୍କ ସହ ତାଙ୍କ ପତ୍ନୀ ସାରା ଏହି ଗସ୍ତରେ ଆସିଛନ୍ତି । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଦଂପତି ଆଗ୍ରା ଯାଇ ତାଜ ମହଲ ପରିଦର୍ଶନ କରିବା ପରେ ଦିଲ୍ଲୀ ଫେରି ‘ରାଇସିନା ଡ଼ାଇଲଗ୍’ରେ ଭାଗ ନେବେ । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗୁଜରାଟ ଯିବେ । ଅହମ୍ମଦାବାଦ ଠାରେ ତାଙ୍କୁ ଏକ ରୋଡ-ସୋ ମାଧ୍ୟମରେ ସ୍ୱାଗତ କରାଯିବ ।
ଏହା ହେଉଛି ଜଣେ ଇସ୍ରାଏଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଭାରତ ଗସ୍ତ । ୧୫ ବର୍ଷ ତଳେ ୨୦୦୩ରେ ଏରିଏଲ୍ ସାରୁନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ଭାରତ ଗସ୍ତରେ ଆସିଥିଲେ । ଛଅ ମାସ ତଳେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ୍ ଗସ୍ତାରେ ଯାଇ ଇସ୍ରାଏଲି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଠାରୁ ଭବ୍ୟ ସଂବର୍ଦ୍ଧନା ପାଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS