ଖାଜା ସାହି ଗେଟା ବସ୍ତିରେ ଅଗ୍ନିକାଣ୍ଡ, ୨୧ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ
ବ୍ରହ୍ମପୁର, ୧୯ ଜାନୁୟାରୀ: ୧୮ ତାରିଖ ମଧ୍ୟାହ୍ନରେ ବ୍ରହ୍ମପୁର ଖାଜା ସାହି ନିକଟସ୍ଥ ଗେଟା ବସ୍ତିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୧ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ଚାରିଟି ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଘଟି ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ବିଜୁ ପଟ୍ଟନାୟକ ପାର୍କ ସାମନାରେ ଜବରଦଖଲରେ ଏହି ବସ୍ତି ଗଢି ଉଠିଛି । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟାହ୍ନ ୧୨ ଘଂଟା ୩୨ ମିନିଟ ସମୟରେ ଏହି ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ୫ ମିନିଟ ମଧ୍ୟରେ ଘଟଣା ସ୍ଥଳରେ ପହଂଚି ଥିଲେ । ପ୍ରଥମେ ଦୁଇଟିି ଦମକଳ ସହ କ୍ୱିକ୍ ରେସ୍ପନ୍ସ ୟୁନିଟ୍ ଓ ୭୦୯ ଏମଏଫଇ ସେଠାରେ ପହଂଚିବା ପରେ ଆଉ ଦୁଇଟି ଦମକଳ ଓ ୧୬ ଜଣ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ବୋଲି ଏଏଫଓ ସନାତନ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନ ଠାରୁ କିଛି ଦୂରରୁ ଆଉ ୨୦ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ନିଆଁ ଲିଭିବା ପରେ ଏହି ସବୁ ସିଲିଣ୍ଡର ଠାବ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ୩୩ ଜଣଙ୍କ ୫୬ ବଖରା ଘର ପୋଡି ଯାଇଛି । ଅନ୍ୟ ୧୨ଟି ପରିବାର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଗ୍ନିଶମ ବିଭାଗ ରିପୋର୍ଟରୁ ଜଣାପଡିଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ପ୍ରାୟ ୬୦ ଲକ୍ଷ ଟଙ୍କାର ସଂପତ୍ତି ରକ୍ଷା ପାଇ ଯାଇ ଥିବା ପ୍ରକାଶ । ବ୍ରହ୍ମପୁର ରୋଟାରୀ କ୍ଳବ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଅଗ୍ନିକାଣ୍ଡ ବିପନ୍ନଙ୍କୁ ରିଲିଫ ଯୋଗଇ ଦିଆଯାଇଛି । (ଫଟୋ ଓ ରିପୋର୍ଟ – ଏମ. ଗୋପିକ୍ରୀଷ୍ଣା)
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS