‘ପଦ୍ମାବତ୍’ର ପ୍ରଦର୍ଶନ ନିଷିଦ୍ଧ କରିବା ଅଗଣତାନ୍ତ୍ରୀକ – ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ସଂଜୟ ଲୀଳା ବଂଶାଳୀଙ୍କ ବହୁ ଚର୍ଚ୍ଚିତ ବଲିଉଡ୍ ବ୍ଲକ୍ ବଷ୍ଟର୍ ‘ପଦ୍ମାବତ୍’ର ରିଲିଜ୍ ଉପରେ ନିଷେଧାଦେଶ ଜାରି କରିଥିବା ଛଅଟି ବିଜେପି ଶାସିତ ରାଜ୍ୟ ସରକାରଙ୍କୁ ଗୁରୁବାର ପ୍ରକାଶ ପାଇଥିବା ମାନ୍ୟବର ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ରାୟ ଝଟକା ଦେଇଛି । ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ସେନସର୍ ବୋର୍ଡ (ଏନଏଫ୍ସିବି) ଅନୁମତି (ସେନସର୍ ସାର୍ଟିଫିକେଟ୍) ଦେଇଥିବା ବେଳେ ଛଅଟି ରାଜ୍ୟର ସରକାର ନିଜ ନିଜ ରାଜ୍ୟରେ ଏହାର ମୁକ୍ତିଲାଭ ଉପରେ ନିଷେଧାଦେଶ ଜାରି କରିବା ସଂପୂର୍ଣର୍ ଅଗଣତାନ୍ତ୍ରୀକ ଏବଂ ଏହା ସ୍ପଷ୍ଟ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ‘ପଦ୍ମାବତ୍’ର ପ୍ରଯୋଜକ, ନିଦେ୍ର୍ଦଶକ ଏବଂ ଏହି ଚଳଚ୍ଚିତ୍ରର ମାର୍କେଟିଂ ଅଧିକାର ନେଇଥିବା ସଂସ୍ଥାର ଏକ ଆବେଦନ ଉପରେ ଗୁରୁବାର ଦିନ ଜରୁରୀ ବିଚାରଣା କରି ଏହି ରାୟ ଦେବା ଫଳରେ ଆସନ୍ତା ୨୫ ତାରିଖ ଦିନ ଏହି ଚଳଚ୍ଚିତ୍ର ସମଗ୍ର ଦେଶରେ ମୁକ୍ତିଲାଭ କରିବାର ବାଟ ଖୋଲିଛି । ଦେଶର ଚଳଚ୍ଚିତ୍ର ଶିଳ୍ପ ସହ ସଂପୃକ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ରକ୍ତି, ପ୍ରଯୋଜକ ଓ ନିଦେ୍ର୍ଦଶକ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି । ଏହି ରାୟ ଦ୍ୱାରା ବାକ୍ ସ୍ୱାଧୀନତା ଅଧିକାର ଅକ୍ଷୁର୍ଣ୍ଣ ରହିଲା ବୋଲି ସେମାନେ ମତ ଦେଇଛନ୍ତି ।
‘ପଦ୍ମାବତ୍’ ଚଳଚ୍ଚିତ୍ର ସେନସର୍ ସାର୍ଟିଫିକେଟ୍ ପାଇବା ପରେ ଜାନୁୟାରୀ ୨୫ ତାରିଖ ଦିନ ଦେଶବ୍ୟାପୀ ମୁକ୍ତିଲାଭ କରିବ ବୋଲି ଏହାର ପ୍ରଯୋଜନା ସଂସ୍ଥା ଘୋଷଣା କରିଥିଲେ । ତେବେ, ରାଜପୁତ୍ କର୍ନୀ ସେନା ପକ୍ଷରୁ ‘ପଦ୍ମାବତ୍’ (ମୂଳ ଫିଲ୍ମ ‘ପଦ୍ମାବତୀ’)କୁ ବିରୋଧ ଅତୁଟ ରହିଛି । ବିଜେପି ଏହା ସହିତ ସ୍ୱର ମିଳାଇ ଆସି ଥିଲା । ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବା ଆବେଦନକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଏନଏଫସିବି ଉପରେ ଚୂଡାନ୍ତ ନିଷ୍ପତ୍ତି ଛାଡି ଦେଇ ଥିଲେ । ଏନଏଫସିବି ଏହି ଚଳଚ୍ଚିତ୍ରର ନାମ ପରିବର୍ତନ କରାଯାଇ ‘ପଦ୍ମାବତ୍’ କରାଯିବା ଏବଂ କେତେକ ଦୃଶ୍ୟରେ କାଟଛାଂଟ କରାଯିବା ସର୍ତ ପୂରଣ ପରେ ଚଳଚ୍ଚିତ୍ରକୁ ପ୍ରଦର୍ଶନ ପାଇଁ ଅନୁମତିପତ୍ର ପ୍ରଦାନ କରି ଥିଲେ । ଏହା ପରେ ମଧ୍ୟ ରାଜସ୍ଥାନ, ଗୁଜରାଟ, ମଧ୍ୟ ପ୍ରଦେଶ, ହରିଆନା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସେମାନଙ୍କ ରାଜ୍ୟରେ ନିଷେଧାଦେଶ ଜାରି କରିବାରୁ ‘ପଦ୍ମାବତ୍’ର ନିଦେ୍ର୍ଦଶକ ସଂଜୟ ଲୀଳା ବଂଶାଳୀ, ଫିଲ୍ମର ପ୍ରଯୋଜକ ଓ ମାର୍କେଟିଂ ରାଇଟସ୍ ନେଇ ଥିବା ସଂସ୍ଥା ବୁଧବାର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ । ସେନସର୍ ବୋର୍ଡ ଫିଲ୍ମର ପ୍ରଦର୍ଶନ ପାଇଁ ଅନୁମତିପତ୍ର (ସାର୍ଟିଫିକେଟ୍ ) ଦେଇ ଥିବାରୁ ଏହି ଛଅଟି ରାଜ୍ୟରେ ଫିଲ୍ମର ପ୍ରଦର୍ଶନ ଉପରେ ଜାରି ହୋଇଥିବା ନିଷେଧାଦେଶ ପ୍ରତ୍ୟାହାର କରାଯିବା ଏବଂ ସଂପୃକ୍ତ ରାଜ୍ୟମାନଙ୍କରେ ଫିଲ୍ମର ପ୍ରଦର୍ଶନ ପାଇଁ ପୂର୍ଣ୍ଣ ସୁରକ୍ଷା ବନେ୍ଦାବସ୍ତ କରାଯିବା ସକାଶେ ମାନ୍ୟବର କୋର୍ଟ ନିଦେ୍ର୍ଦଶ ଦେବାକୁ ଆବେଦନ କରା ଯାଇଥିଲା । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ମିଶ୍ର ଏହାର ଜରୁରୀ ଶୁଣାଣୀ ପାଇଁ ଗୁରୁବାରକୁ ଧାର୍ଯ୍ୟ କରିଥିଲେ । ଗୁରୁବାର ଦିନ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ରଙ୍କ ନେତୃତ୍ୱରେ ବିଚାରପତି ଜଷ୍ଟିସ ଡ଼ି.ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ଏ.ଏମ. ଖନୱିଲକରଙ୍କ ଖଣ୍ଡପୀଠ ଜରୁରୀ ଶୁଣାଣୀ କରି ଏହି ରାୟ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS