ଆନନ୍ଦିବେନ୍ ପଟେଲ ହେଲେ ମଧ୍ୟ ପ୍ରଦେଶ ରାଜ୍ୟପାଳ
ନୂଆଦିଲ୍ଲୀ, ୨୦ ଜାନୁୟାରୀ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କୁ ଶୁକ୍ରବାର ଦିନ ମଧ୍ୟ ପ୍ରଦେଶର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଆନନ୍ଦିବେନ୍ (୭୬) ଯେଉଁ ଦିନ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନ ଠାରୁ ତାଙ୍କ ନୂତନ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏକୁ ବିଜୟୀ କରାଇ କେନ୍ଦ୍ରରେ ସରକାର ପ୍ରତିଷ୍ଠା କରିବା ପରେ ଶ୍ରୀମତୀ ଆନନ୍ଦିବେନ୍ ପଟେଲ ତାଙ୍କ ଉତ୍ତରାଧିକାରୀ ୨୦୧୪ରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଅଗଷ୍ଟ ୨୦୧୬ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେଇ ବିଜୟ ରୁପାନୀଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS