ନିର୍ବାଚନ କମିସନ୍ ଅତି ନିମ୍ନ ସ୍ତରକୁ ଖସି ଯାଇଛି – ଆପ୍
ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଶୁକ୍ରବାର ଘଟଣାକୁ ନେଇ ପ୍ରତିକ୍ରିୟା ବ୍ୟକ୍ତ କରାଯାଇଛି । ନିର୍ବାଚନ କମିସନ୍ ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗରେ ଅଭିଯୁକ୍ତ ୨୦ ‘ଆପ୍’ ବିଧାୟକଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ସେମାନଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ଅଗଣତାନ୍ତ୍ରିକ ବୋଲି ଦଳ କହିଛି । ଏଭଳି ପଦକ୍ଷେପ ନେଇ ନିର୍ବାଚନ କମିସନ୍ ଅତି ନିମ୍ନ ସ୍ତରକୁ ଖସି ଯାଇଛନ୍ତି । ନିର୍ବାଚନ କମିସନ୍ ଙ୍କ ନିଷ୍ପତ୍ତି ଦିଲ୍ଲୀର ଆପ୍ ସରକାରଙ୍କ ବିରୋଧରେ ଏକ ପ୍ରୟୋଜିତ ‘ଷଡଯନ୍ତ୍ର’ ବୋଲି ଅଭିଯୋଗ କରାଯାଇ ଦଳ ପକ୍ଷରୁ କୁହାଯାଇଛି ଯେ, ଦୁର୍ନୀତି ବିରୋଧରେ ଲଢେଇ କରି ‘ଆପ୍’ ୨୦୧୫ରେ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଥିଲା । ‘ଆପ୍’କୁ ନିନ୍ଦିତ କରିବାକୁ ଏହି ଷଡଯନ୍ତ୍ର ହୋଇଛି । ମୁଖ୍ୟ ନିର୍ବାଚନ କମିସନର ଏ.କେ. ଜୋତିଙ୍କୁ ଦଳ ପକ୍ଷରୁ କଟୁ ସମାଲୋଚନା କରାଯାଇ କୁହାଯାଇଛି ଯେ, ମୁଖ୍ୟ ନିର୍ବାଚନ କମିସନର୍ ଜୋତି ଆସନ୍ତା ୨୩ ତାରିଖ ୬୫ ବର୍ଷରେ ପଦାର୍ପଣ କରି ଅବସର ଗ୍ରହଣ କରିବାକୁ ଯାଉ ଥିବାରୁ ଅବସର ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଦଳର ପ୍ରବକ୍ତା ସୌରଭ ଭରଦ୍ୱଜ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି । ନିର୍ବାଚନ କମିସନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ଡାକ ବାକ୍ସ’ ହେବା ଉଚିତ ନୁହଁ । କିନ୍ତୁ, ଆଜି ତାହା ବାସ୍ତବିକତା ହୋଇଥିବା ଦେଖିବାକୁ ମିଳିଛି ବୋଲି ଅନ୍ୟ ଜଣେ ‘ଆପ୍’ ପ୍ରବକ୍ତା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ‘ଆପ୍’ ନେତା ଆଶୁତୋଷ କହିଛନ୍ତି, ଟି.ଏନ. ଶେଷାନ ଦେଶର ମୁଖ୍ୟ ନିର୍ବାଚନ କମିସନର୍ ଥିବା ସମୟରେ ସେ ଜଣେ ସାମ୍ବାଦିକ ଭାବେ ନିର୍ବାଚନ କମିସନ୍ ୍ ସଂପର୍କୀତ ଖବର ସଂଗ୍ରହ କରୁଥିଲେ । ଆଜି ସେ କହିବାକୁ ଚାହୁଁଛନ୍ତି, ନିର୍ବାଚନ କମିସନ୍ ଏତେ ତଳ ସ୍ତରକୁ କେବେ ଖସି ନ ଥିଲା । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ଟ୍ୱିଟ୍ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS