ଦିଲ୍ଲୀ ବାୱନା ଶିଳ୍ପାଂଚଳରେ ଭୟାବହ ଅଗ୍ନିକାଣ୍ଡ, ୧୭ ଜଣଙ୍କ ମୃତ୍ୟୁ ଆଶଙ୍କା


ନୂଆଦିଲ୍ଲୀ,୨୧ ଜାନୁୟାରୀ: ଶନିବାର ସନ୍ଧ୍ୟାରେ ଆଉଟର ଦିଲ୍ଲୀର ବାୱାନା ଶିଳ୍ପାଂଚଳରେ ଥିବା ଏକ ଦୁଇ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଆାଙ୍କା କରାଯାଉଛି । ଏହି କୋଠାଘରେ ଦୁଇଟି କାରଖାନା ଚାଲି ଥିଲା । ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡି ନାହିଁ । ଦିଲ୍ଲୀ ଅଗ୍ନିଶମ ସଂସ୍ଥା କର୍ମଚାରୀମାନେ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ଅଗ୍ନିକୁ ଆୟତ୍ତ କରିଛନ୍ତି । କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିବା ସଂପର୍କରେ ଅଗ୍ନିଶମ ସଂସ୍ଥାକୁ ସନ୍ଧ୍ୟା ୬ଟା ୨୦ ମିନିଟରେ ଫୋନ କଲ୍ ମିଳିଥିଲା । ୧୦ଟି ଦମକଳ ଘଟରା ସ୍ଥଳରେ ପହଂଚି ନିଆଁକୁ ସଂପୂର୍ଣ୍ଣ ଭାବେ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ନିଆଁ କେମିତି ଲାଗିଲା ତାହାର ତଦନ୍ତ ଚାଲିଛି । ଦିଲ୍ଲୀ ସରକାର ଏହି ତଦନ୍ତ ଆଦେଶ ଦେବା ସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଏହି ଦୁଇ ମହଲା କୋଠାର ତଳ ମହଲାରେ ଫାୟାରକ୍ରାକର (ବାଣ) କାରଖାନା ଥିବା ବେଳେ ଦ୍ୱତୀୟ ମହଲାରେ ଏକ ରବର କାରଖାନା ରହିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS