ପାକିସ୍ତାନକୁ ହରାଇ ଭାରତ ଦ୍ୱିତୀୟ ଥର ପାଇଁ ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱ କପ୍ ଜିତିଲା


ନୂଆଦିଲ୍ଲୀ,୨୧ ଜାନୁୟାରୀ: ସାରଜାହାରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱ କପ୍ – ୨୦୧୮ ଫାଇନାଲରେ ଶନିବାର ଦିନ ଭାରତ ପାକିସ୍ତାନକୁ ହରାଇ ଲଗାତର ଦ୍ୱିତୀୟ ଥର ପାଇଁ ଟ୍ରଫି ବିଜୟୀ ହୋଇଛି। ୨୦୧୪ରେ ମଧ୍ୟ ଭାରତ ପାକିସ୍ତନକୁ ହରାଇ ଏହି ଟ୍ରଫି ହାସଲ କରିଥିଲା । ଶନିବାର ଦିନର ଫାଇନାଲ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୩୦୮ ରନର ଏକ ବିଶାଳ ସ୍କୋର କରିଥିଲା । ପାକିସ୍ତାନର ବଦର ମୁନିର ୫୭ ରନ ଓ ରିଆସତ ଖାନ୍ ୪୮ ରନ କରିଥିବା ବେଳେ କ୍ୟାପଟେନ ନିସାର ଅଲ୍ଲୀ ୪୭ ରନ କରିଥିଲେ । ଭାରତ ଏହି ବଡ ସ୍କୋରକୁ ଆଖିରେ ରଖି ବ୍ୟାଟିଂ ଆରମ୍ଭ କରି ପାକିସ୍ତାନ ଆଡୁ ତୀବ୍ର ବୋଲିଂ ଆକ୍ରମଣର ସମ୍ମୁଖୀନ ହୋଇଥିଲା । ତେବେ, ନିର୍ଦ୍ଧାରିତ ୫୦ ଓଭରରେ ୮ ବଲ୍ ବାକି ଥାଇ ଭାରତ ଲକ୍ଷ୍ୟ ସ୍ଥଳରେ ପହଂଚି ପାକିସ୍ତାନକୁ ପରାଜିତ କରିଥିଲା । ପୂର୍ବରୁ ଗୃପ୍ ମ୍ୟାଚରେ ଜାନୁୟାରୀ ୧୩ ତାରିଖ ଦିନ ଭାରତ ପାକିସ୍ତାନକୁ ହରାଇ ଥିଲା । ଫାଇନାଲକୁ ଉଠିବା ସକାଶେ ସେମିଫାଇନାଲ୍ସରେ ଭାରତ ବାଂଲାଦେଶକୁ ସାତ ୱକେଟରେ ପରାଜିତ କରି ଥିବା ବେଳେ ପାକିସ୍ତାନ ଶ୍ରୀଲଙ୍କାକୁ ୧୫୬ ରନରେ ପରାସ୍ତ କରି ଥିଲା ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS