କୁନ୍ଦୁଲି ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା, ନବୀନ ସରକାରଙ୍କ ପାଇଁ କଳଙ୍କ
ଭୁବନେଶ୍ୱର,୨୩ ଜାନୁୟାରୀ: ୨୦୧୭ ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା କୁନ୍ଦୁଲି ହାଟରୁ ନିଜ ଗାଁ ମୁଷାଗୁଡ଼ାକୁ ଫେରୁ ଥିବା ଜଣେ ଦଳିତ ନାବାଳିକାକୁ ୪ ଜଣଙ୍କ କଥିତ ଯବାନ ବାଟରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଗଣ ଦୁଷ୍କର୍ମର କରି ଥିବା ଅଭିଯୋଗ ହୋଇଥିଲା । ପୁଲିସ ଏହି ମାମଲାର ତଦନ୍ତ କରି ନାବାଳିକାକୁ ମୋଟେ ଦୁଷ୍କର୍ମ ହୋଇ ନାହିଁ କହି ମାମଲାକୁ ରଫାଦଫା କରି ଦେଇଥିଲେ । ତେବେ, ନାବାଳିକା ଓ ତା’ ପରିବାର ପକ୍ଷରୁ ଗଣ ଦୁଷ୍କର୍ମ ହୋଇଥିବା କଥା ବାରମ୍ବାର ଦେହରା ଯିବା ସହ ଏହା ଯଦି ମିଛ ତେବେ, ତାକୁ ଫାଶୀ ଦିଆଯାଉ ବୋଲି ନାବାଳିକା ଜଣକ ପୁଲିସକୁ ଚ୍ୟାଲେଂଜ କରିଥିଲା । ତଥାପି କୌଣସି ସୁଫଳ ନ ମିଳିବାରୁ ଜାନୁୟାରୀ ୨୨ ତାରିଖ ଦିନ ନାବାଳିକା ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଆତ୍ମହତ୍ୟା ଘଟଣା ଓଡ଼ିଶା ସରକାର ଓ ମାମଲାର ତଦନ୍ତ କରିଥିବା ରାଜ୍ୟ ପୁଲିସ ପ୍ରଶାସନ ପାଇଁ ଏକ କଳଙ୍କ ହୋଇଛି । ସରକାର ବା ପୁଲିସ ପ୍ରଶାସନ ଠାରୁ ଉଚିତ ନ୍ୟାୟ ନ ମିଳିବାରୁ ନାବାଳିକା ଜଣକ ନିରାଶ ହୋଇ ଏହି ପଦକ୍ଷେପ ନେଇ ଥିବା ଆଲୋଚନା ହେଉଛି । ଉଲ୍ଲେଖନୀୟ ଯେ, ଗଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ଅପରାଧୀମାନଙ୍କୁ ଗିରଫ କରିବା ବଦଳରେ ପୁଲିସ ନାବାଳିକା ସହ ମୋଟେ ଦୁଷ୍କର୍ମ ହୋଇ ନାହିଁ କହି ସଂପୂର୍ଣ୍ଣ ଘଟଣାକୁ ଭିନ୍ନ ମୋଡ ଦେଇ ଥିଲେ । ନାବାଳିକାର ମାନସିକ ଅବସ୍ଥା ଠିକ୍ ନାହିଁ ବୋଲି କହି ମନସ୍ତତ୍ୱବିତଙ୍କ ମାଧ୍ୟମରେ କାଉନସିଲିଂ କରାଉ ଥିଲେ । ଘଟଣା ଘଟବାର ଦୀର୍ଘ ଦିନ ପରେ ପୁଲିସ ନାବାଳିକା ସହ ମୋଟେ ଦୁଷ୍କର୍ମ ହୋଇ ନାହିଁ ବୋଲି କହିବା ଏବଂ କାଉନସିଲ କରାଇବା ନାବାଳିକାର ମନସ୍ତାପକୁ ବଢାଇ ଦେଇଥିଲା ଏବଂ ସେ ବିଭିନ୍ନ ସମୟରେ ଆତ୍ମହତ୍ୟା ଉଦ୍ୟମ କରି କୋରାପୁଟ ଓ କଟକ ବଡ ମେଡ଼ିକାଲରେ ଚିକିତ୍ସିତ ହୋଇଥିଲା । ପୁଲିସ ଗଣ ଦୁଷ୍କର୍ମ ଅଭିଯୋଗକୁ ଅସ୍ୱୀକାର କରି ମାମଲାର ପୂର୍ଣ୍ଣଚ୍ଛଦ ପକାଇବା ଥିବା ବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ନିଦେ୍ର୍ଦଶ ଦେବା ରାଜ୍ୟ ପୁଲିସର ଭାବମୂର୍ତୀ କ୍ଷୁର୍ଣ୍ଣ କରିଥିଲା । କ୍ରାଇମ ବ୍ରାଂଚ ତଦନ୍ତରେ ଶିତିଳତା ଦେଇ ରାଜନୈତିକ ଚାପ ବଢିବାରୁ ରାଜ୍ୟ ସରକାର ବାଧ୍ୟ ହୋଇ ଜଣେ କାର୍ଯ୍ୟରତ ଜିଲ୍ଲା ଜଜ୍ ଙ୍କ ଦ୍ୱାରା ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ ବୋଲି ଘୋଷଣା କରିଥିଲେ । ନାବାଳିକା ଜଣକ ହସପିଟାଲରେ ଚିକିତ୍ସାଧିନ ଥିବା ବେଳେ ଜଣେ ପୁଲିସ ଉଚ୍ଚ ଅଧିକାରୀ ତାଙ୍କୁ ଭେଟି ମାମଲା ପ୍ରତ୍ୟାହାର କରି ନେବାକୁ ଚାପ ପକାଇ ଥିବା ଏବଂ ମୋଟା ଅଂକର ଅର୍ଥ ଯାଚି ଥିବା ନାବାଳିକା ଜଣକ ଅଭିଯୋଗ କରି ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା । ନାବାଳିକାର ଏହି ଅଭିଯୋଗକୁ ନିଜେ ପୁଲସ ଡ଼ିଜି ଅସ୍ୱୀକାର କରିବା ସହ ସେ କାହାକୁ ଭେଟି ନାହାନ୍ତି ବୋଲି ସଫେଇ ଦେଇ ଥିଲେ । ଏହି ଗଣ ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିବା ବେଳେ ନାବାଳିକା ଜଣକ ସୋମବାର (୨୨ ତାରିଖ) ମୂଷାଗୁଡା ଗ୍ରାମରେ ଥିବା ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଘଟଣା ସରକାରଙ୍କୁ ଅଡୁଆରେ ପକାଇଛି । ସେମାବାର ଦିନ ସଂକଟାପନ୍ନ ଅବସ୍ଥାରେ ନାବାଳିକାକୁ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନେ ନାବାଳିକାକୁ ମୃତ ଘୋଷଣା କରିଥିଲେ । ଏହି ଆତ୍ମହତ୍ୟା ଘଟଣା ପୁନର୍ବାର ରାଜ୍ୟ ରାଜନୀତିକୁ ଚଳଚଂଚଳ କରି ଦେଇଛି । ବିଜେପି ମହିଳା ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS