ଚାଷିଙ୍କୁ ସନ୍ତୁଷ୍ଟ କରିବାକୁ କେନ୍ଦ୍ରର ଉଦ୍ୟମ, ଖରିଫରେ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବ


ନୂଆଦିଲ୍ଲୀ ୦୧ ଫେବୃୟାରୀ: ଦେଶରେ ଚାଷିମାନଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିବା ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନକୁ ଆଖିରେ ରଖି ଚାଷିଙ୍କ ପାଇଁ ୨୦୧୮-୧୯ ବଜେଟରେ ବିଶେଷ ସୁବିଧା, ସୁଯୋଗ ଘୋଷଣା କରିଛି । ଆଗାମୀ ଖରିଫ ଉତ୍ପାଦନରେ ଚାଷିଙ୍କ ଖର୍ଚ୍ଚ ଯାହା ହେବ ତାହାର ୧.୫ ଗୁଣ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ ବୋଲି ଗୁରୁବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ତାଙ୍କ ବଜେଟ ଭାଷଣରେ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡା, ସରକାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଉତ୍ସାହିତ କରିବା ସହ ଦୁଇ ଗୁଣ ଅଧିକ ପାଣ୍ଠି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସରକାରଙ୍କ ଦ୍ୱାରା ସ୍ପେଶାଲାଇଜ୍ଡ ଆଗ୍ରୋ-ପ୍ରୋସେସିଂ ଓ ଫାଇନାନ୍ସିଆଲ୍ ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି । ଅପରେସନ୍ ଗ୍ରୀନ୍ ଯୋଜନାରେ ୫୦୦ ଓ ବାଉଁଶ ଉଦ୍ୟୋଗରେ ୧୨୯୦ କୋଟି ଟଙ୍କାର ବିନିଯୋଗ ପାଇଁ ମଧ୍ୟ ଘୋଷଣା ହୋଇଛି । ମତ୍ସ୍ୟ ଚାଷ ଓ ପଶୁ ପାଳନ କ୍ଷେତ୍ରରେ ଭିତ୍ତିଭୂମୀ ବିକାଶ ପାଇଁ କର୍ପସ ପାଣ୍ଠି ଗଠନ ଏବଂ କୃଷି କାର୍ଯ୍ୟରେ ଋଣ ଆକାରରେ ବିନିଯୋଗ ପାଇଁ ପାଣ୍ଠିର ପରିମାଣ ୧୦ ଲକ୍ଷ କୋଟିରୁ ୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବା ମଧ୍ୟ ଅର୍ଥ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ ଚାଷି ଆନେ୍ଦାଳନ ମୁଣ୍ଡଟେକି ବିଜେପିର ଭୋଟ ହାର କମୁ ଥିବାରୁ ଏବଂ ଗତ ବର୍ଷ ହୋଇଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଗ୍ରାମାଂଚଳ ଭୋଟର ନିଜର ଅସନ୍ତୋଷ ବ୍ୟକ୍ତ କରି ସାରି ଥିବାରୁ ଚାଷି ଓ ଗ୍ରାମାଂଚଳ ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ସକାଶେ ୨୦୧୮-୧୯ ବଜେଟରେ ଗୁରୁତ୍ୱ ଦିଆଯାଇ ଥିବା ଏଥିରୁ ସୂଚନା ମିଳୁଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS