ମାଳଦ୍ୱୀପ ଅଶାନ୍ତ, ଗିରଫ ନେତା ଓ ବିଚାରପତିଙ୍କ ମୁକ୍ତି ପାଇଁ ଭାରତର ସହାୟତା ଲୋଡିଲେ ପୂର୍ବତନ ମାଲଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ନାସିଦ


କଲମ୍ବୋ, ୦୬ ଫେବୃୟାରୀ: ମାଲଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ ତରଫରୁ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯିବା ସହ ବରିଷ୍ଠ ବିଚାରପତିମାନଙ୍କୁ ସେନା ଦ୍ୱାରା ଗିରଫ କରାଯିବା ଫଳରେ ଦେଶର ରାଜନୈତିକ ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି । ପୂର୍ବତନ ରାଷ୍ଟ୍ରପତି ମଉମୁନ ଅବଦୁଲ ଗାୟୁମ ବିରୋଧୀଙ୍କୁ ସମର୍ଥନ ଦେଇ ନିଜ ଗୃହରେ ଅଟକ ରହିଥିବା ବେଳେ ବିଦେଶରେ ଆଶ୍ରୟ ନେଇ ଥିବା ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମୋହମ୍ମଦ ନାସିଦ ଗିରଫ ବିଚାରପତି, ବିରୋଧୀ ନେତା ଓ ଅଟକ ଥିବା ପୂର୍ବତନ ରାଷ୍ଟ୍ରପତି ଗାୟୁମଙ୍କ ମୁକ୍ତି ପାଇଁ ଭାରତ ତୁରନ୍ତ ଜଣେ ଦୂତ ପଠାଇବାକୁ ଓ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆଗଭର ହେବାକୁ ମଙ୍ଗଳବାର ନିବେଦନ କରିଛନ୍ତି ।
ମାଳଦ୍ୱୀପର ସୁପ୍ରିମକୋର୍ଟ ରାଷ୍ଟ୍ରପତି ୟାମିନଙ୍କ ଦ୍ୱାରା ଗିରଫ ହୋଇଥିବା ୯ ଜଣ ବିରୋଧୀ ରାଜନୈତିକ ନେତାଙ୍କୁ ନିଦେ୍ର୍ଦାଶ ଘୋଷଣା କରିବା ସହ ସେମାନଙ୍କୁ ତୁରନ୍ତ ମୁକ୍ତି ଦେବା ସକାଶେ ୟାମିନ ସରକାରଙ୍କୁ ନିଦେ୍ର୍ଦଶ ଦେବା ପରେ ଏଭଳି ଅଭବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଚାଲିଥିବା ବିଚାର ପ୍ରକ୍ରି୍ରୟା ରାଜନୈତିକ ଉଦେ୍ଦଶ୍ୟମୂଳକ ବୋଲି ସୁପ୍ରିମ କୋର୍ଟ ରୁଲିଂ ଦେବା ସହ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ, ମାଲଦ୍ୱୀପ ସରକାର ଏହି ରୁଲିଂ କାର୍ଯ୍ୟକାରୀ କରିବାକୁ ମନା କରି ଦେଇ ଦେଶର ବରିଷ୍ଠ ବିଚାରପତିମାନଙ୍କୁ ସେନା ମାଧ୍ୟମରେ ଗିରଫ କରିଛନ୍ତି । ମାଳଦ୍ୱୀପ ସୁପ୍ରିମକୋର୍ଟଙ୍କ ରୁଲିଂକୁ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତି ୟାମିନଙ୍କ ସରକାର ଅଗ୍ରାହ୍ୟ କରି ଦେବା ପରେ ରାଜଧାନୀ ମାଲେରେ ପ୍ରତିବାଦ ତୀବ୍ରତର ହେବା ସହ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଲାଗି ରହିଛି । ସୋମବାର ରାଷ୍ଟ୍ରପତି ୟାମିନଙ୍କ ସରକାର ଦେଶରେ ଜରୁରୀ ପରିସ୍ଥିତି ଜାରି କରି କିଛି ଘଂଟା ମଧ୍ୟରେ ସୁପ୍ରିମକୋର୍ଟ ମୁଖ୍ୟ ନ୍ୟାୟାଧିଶ ଅବଦୁଲ୍ଲା ସଇଦ ଓ ଅନ୍ୟତମ ବିଚାରପତି ଆଲୀ ହମିଦଙ୍କୁ ଗିରଫ କରିଥିଲେ । ସେମାନଙ୍କ ବିରୋଧରେ କି କି ଆପରାଧିକ ଧାରା ଲାଗିଛି ସେ ସଂପର୍କରେ ସରକାର କିଛି କହୁ ନାହାନ୍ତି । ବିରୋଧୀଙ୍କ ପ୍ରତି ସମର୍ଥନ ଜଣାି ଥିବା ପୂର୍ବତନ ରାଷ୍ଟ୍ରପତି ଅବଦୁଲ ଗାୟୁମ ଗୃହବନ୍ଦୀ ଅଛନ୍ତି ।
ବିଦେଶରେ ଆଶ୍ରୟ ନେଇ ଥିବା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦଙ୍କ ମାଲଭିଆନ୍ ଡ଼େମୋକ୍ରେଟିକ ପାର୍ଟି (ଏମଡ଼ିପି) ବର୍ତମାନ ଶ୍ରୀଲଙ୍କା ରାଜଧାନୀ କଲମ୍ବୋରୁ ପରିଚାଳିତ ହେଉ ଥିବାରୁ ନାସିଦ କଲମ୍ବୋରୁ ଏକ ବିବୃତି ଦେଇ ଭାରତ ତୁରନ୍ତ ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି । ନାସିଦ ଏମଡ଼ିପି ପକ୍ଷରୁ ଦେଇଥିବା ବିବୃତିରେ କହିଛନ୍ତି ଯେ, ଭାରତ ସରକାର ମାଳଦ୍ୱୀପରେ ଗୃହବନ୍ଦୀ ଥିବା ପୂର୍ବତନ ରାଷ୍ଟ୍ରପତି ମୋହମ୍ମଦ ଅବଦୁଲ ଗାୟୁମଙ୍କ ସମେତ ଗିରଫ ହୋଇ ଜେଲରେ ଥିବା ରାଜନୈତିକ ବନ୍ଦୀ ଓ ଗିରଫ ବରିଷ୍ଠ ବିଚାରପତିମାନଙ୍କୁ ତୁରନ୍ତ ଖଲାସ କରାଇ ସେମାନଙ୍କ ଘରେ ପହଂଚାଇବା ସକାଶେ ତୁରନ୍ତ ଜଣେ ଦୂତଙ୍କୁ ପଠାଇବା ସହ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଏହି ସଂକଟ ସମୟରେ ଭାରତର ପ୍ରତ୍ୟକ୍ଷ ଉପସ୍ଥିତି ଓ କାର୍ଯ୍ୟାନୁଷ୍ଠାନ ସେ ଚାହାନ୍ତି । ରାଷ୍ଟ୍ରପତି ୟାମିନଙ୍କ ଦ୍ୱାରା ଦେଶରେ ଜାରି କରାଯାଇଥିବା ଜରୁରୀ ପରିସ୍ଥିତି, ନିଷିଦ୍ଧ ହୋଇଥିବା ମୌଳିକ ଅଧିକାର ଏବଂ ସୁପ୍ରିମ କୋର୍ଟଙ୍କୁ ଅକାମୀ କରି ଦେବା ପାଇଁ ଷଡଯନ୍ତ୍ର ଦେଶରେ ସାମରିକ ଆଇନ ଘୋଷଣା ଭଳି ମନେ ହେଉଛି । ଦେଶବାସୀ ଏହାକୁ ମାନିବାର ଆବଶ୍ୟକତା ନାହିଁ । ରାଷ୍ଟ୍ରପତି ୟାମିନଙ୍କୁ ଗାଦିଚ୍ୟୁତ କରିବା ଦିଗରେ ସହାୟତା କରିବାକୁ ସେ ବିଶ୍ୱର ସମସ୍ତ ସରକାରଙ୍କୁ, ବିଶେଷକରି ଭାରତ ଓ ଆମେରିକାକୁ ନିବେଦନ କରୁଛନ୍ତି ବୋଲି ନାସିଦ କହିଛନ୍ତି । ଆମେରିକାର ସମସ୍ତ ଆର୍ଥଲଗାଣକାରୀ ସଂସ୍ଥା ତୁରନ୍ତ ୟାମିନ ସରକାରଙ୍କ ସହ ସମସ୍ତ ପ୍ରକାର ଆର୍ଥିକ କାରବାର ବନ୍ଦ କରିବା ସକାଶେ ଆମେରିକା ସରକାର ନିଦେ୍ର୍ଦଶ ଦେବାକୁ ମଧ୍ୟ ନାସିଦ ନିବେଦନ କରିଛନ୍ତି ।
ମହମ୍ମଦ ନାସିଦ (୫୦) ହେଉଛନ୍ତି ଦେଶର ପ୍ରଥମ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନେତା । ସେ ରାଷ୍ଟ୍ରପତି ଥିବା ସମୟରେ ମାର୍ଚ୍ଚ ୨୦୧୫ରେ ଦେଶର ମୁଖ୍ୟ କ୍ରିମିନାଲ ଜଜ୍ ଅବଦୁଲ ମହମ୍ମଦଙ୍କୁ ଏକତରଫା ଭାବେ ଗିରଫ କରାଇବା ଅଭିଯୋଗ ହୋଇଥିଲା ଏବଂ ଏହି ଅଭିଯୋଗ ଭିତ୍ତିରେ ତାଙ୍କୁ ଆତଙ୍କରାଜ ଚଳାଇବା ଅଭିଯୋଗରେ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇ ଥିଲା । ତେବେ, ବିଭିନ୍ନ ଦେଶ ଆଡୁ ରାଜନୈତିକ ଚାପ ପଡିବାରୁ ନାସିଦଙ୍କୁ ଚିକିତ୍ସା ପାଇଁ ବ୍ରିଟେନ ଯିବାକୁ ଅନୁମତି ମିଳିଥିଲା । ସେବେଠାରୁ ନାସିଦଙ୍କୁ ବି୍ରଟେନ ରାଜନୈତି ଆଶ୍ରୟ ଦେଇଛି । ନାସିଦ ୨୦୧୩ ନିର୍ବାଚନରେ ରାଷ୍ଟ୍ରପତି ୟାମିନଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ହାରି ଥିଲେ । ତାଙ୍କ ବିରୋଧରେ ଯେଉଁ ଆତଙ୍କରାଜ ଅଭିଯୋଗ ଓ ଦଣ୍ଡାଦେଶ ହୋଇଛି ତାହା ରାଜନୈତିକ ଅଭିସନ୍ଧିମୂଳକ ବୋଲି ନାସିଦ କହିଛନ୍ତି । ତେବେ, ନାସିଦ ଏକ ଆପରାଧିକ ମାମଲାରେ ଦୋଷି ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇ ଥିବାରୁ ମାଳଦ୍ୱୀପ ଫେରି ଜେଲ୍ ଦଣ୍ଡ ଭୋଗିବାକୁ ୟାମିନ ସରକାର ଚାହାଁନ୍ତି । ଏସଂପର୍କରେ ନାସିଦ କହିଛନ୍ତି ଯେ, ସେ ପୁନର୍ବାର ନିର୍ବାଚନ ଲଢିବା ସକାଶେ ଜାତିସଂଘର ସହାୟତା ଲୋଡିବେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS