ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ୨୮ ରନ୍ ରେ ଭାରତର ବିଜୟ


ନୂଆଦିଲ୍ଲୀ, ୧୯ ଫେବୃୟାରୀ: ରବିବାର ଦିନ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସ୍ଥିତ ୱଣ୍ଡେରେସ୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପ୍ରଥମ ମ୍ୟାଚ୍ ରେ ଭାରତ ୨୮ ରନରେ ବିଜୟୀ ହୋଇ ତିନି ଟିକିଆ ସିରିଜକୁ ୧-୦ରୁ ଆରମ୍ଭ କରିଛି । ଭାରତୀୟ ସ୍କିପର୍ ଶିଖର ଧାବନଙ୍କ ୭୨ ରନ୍ ଓ ଭୁବନେଶ୍ୱର କୁମାରଙ୍କ ଚମକ୍ରାର ବୋଲିଂ ଭାରତୀୟ ଟିମ୍ କୁ ଏହି ସଫଳତା ଦେଇଛି । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଦକ୍ଷିଣ ଆଫ୍ରିକା ସହ ଏକ ଦିବସୀୟ ଆନ୍ତର୍ଜାତିକ (ଓଡ଼ିଆଇ) ସିରିଜକୁ ୫-୧ରେ ଜିତି ନେଇ ନିଜର ମନୋବଳକୁ ସୁଦୃଢ କରିବା ପରେ ତିନି ଟିକିଆ ଟି-୨୦ର ସିରିଜର ପ୍ରଥମ ମ୍ୟାଚକୁ ଜିତି ନେବା ଅଧିନାୟକ ବିରାଟ କୋହଲିଙ୍କ ଟିମ୍ ପାଇଁ ଆଉ ଏକ ବଡ ସଫଳତା ବୋଲି ବିଚାର କରାଯାଉଛି । ଭାରତୀୟ ପେସ୍ ବୋଲର ଭୁବନେଶ୍ୱର କୁମାର ଏହି ଟି-୨୦ ମ୍ୟାଚରେ ୨୪ ରନ୍ ବିନିମୟରେ ଦକ୍ଷିଣ ଆଫ୍ରିକାର ପାଂଚ ୱିକେଟ୍ ଦଖଲ କରିବା ତାଙ୍କ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କୁହାଯାଉଛି । ରବିବାର ଦିନର ଏହି ପ୍ରଥମ ଟି-୨୦ ମ୍ୟାଚ୍ ରେ ଭାରତ ୫ ୱିକେଟ୍ ବିନିମୟରେ ୨୦୩ ରନ କରି ଦକ୍ଷିଣ ଆଫ୍ରକାକୁ ୨୦୪ ରନର ବିଜୟ ଲକ୍ଷ୍ୟ ଦେଇ ଥିଲା । ତେବେ, ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୭୫ ରନ କରି ୨୮ ରନ୍ ପଛରେ ପଡି ଯାଇ ଥିଲେ । ଭୁବନେଶ୍ୱର କୁମାର ହେଉଛନ୍ତି ପ୍ରଥମ ଭାରତୀୟ ପେସ୍ ବୋଲର୍ ଯିଏକ ଟି-୨୦ରେ ୫ ୱକେଟ୍ ଦଖଲ କରିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ବୋଲିଂ ଚମକ୍ରାର ଯୋଗୁ ଦକ୍ଷିଣ ଆଫ୍ରିକା ୧୭୫ ରନ୍ ରେ ସୀମିତ ରହି ଯାଇ ଥିଲା । ଭାରତୀୟ ବ୍ୟାଟ୍ସ ମ୍ୟାନ୍ ଶିଖର ଧାବନ ମଧ୍ୟ ୩୯ଟି ବଲ୍ ଖେଳି ୭୨ ରନ୍ ସଂଗ୍ରହ କରିବା ମାଧ୍ୟମରେ ଭାରତର ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS