ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟ୍ ର ନିଷ୍ପତ୍ତି- ବିଜେପିର ବିଜେପୁର ଭେଟି ନା ନବୀନଙ୍କ ଜିଦ୍ ର ବିଜୟ !
ଭୁବନେଶ୍ୱର, ୨୧ ଫେବୃୟାରୀ: ଶେଷରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ମହାନଦୀ ଜଳ ବଂଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଆସନ୍ତା ୨୪ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ଅବସରରେ ଭୋଟରଙ୍କୁ ବିଜେପିର ଭୋଟି ବୋଲି କୁହାଯାଉଥିବା ବେଳେ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ଉଦ୍ୟମ ଏବଂ ମାନ୍ୟବର ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ଅନୂକୁଳ ରାୟରୁ ସମ୍ଭବ ହୋଇ ଥିବାରୁ ଶାସକ ବିଜେଡ଼ି ନେତାମାନେଏଥି ପାଇଁ ମୁଖ୍ୟମନ୍ତ୍ରୀ ଓ ସୁପ୍ରିମ କୋର୍ଟଙ୍କୁ ଶ୍ରେୟ ଦେଇଛନ୍ତି ।
୨୦୧୬ ମଧ୍ୟଭାଗରୁ ଶାସକ ବିଜେଡ଼ି ମହାନଦୀ ଜଳ ବଂଟନ ବିବାଦକୁ ଉତ୍ଥପାନ କରି ଏହାର ସମାଧାନ ପାଇଁ ପଡୋଶୀ ରାଜ୍ୟ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢାଇ ଚାଲି ଥିଲା । ଶାସକ ଦଳ ପର୍ଯ୍ୟାୟକ୍ରମେ ବିଭିନ୍ନ ଆନେ୍ଦାଳନ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ବେଳେ ରାଜ୍ୟ କଂଗ୍ରେସ ନେତୃତ୍ୱ ମଧ୍ୟ ନିଜ ଆଡୁ ଏହାକୁ ଇସ୍ୟୁ କରି ଆନେ୍ଦାଳନ ପନ୍ଥା ଗ୍ରହଣ କରିଥିଲେ । ତେବେ, ରାଜ୍ୟ ବିଜେପି ନେତାମାନେ ଛତିଶଗଡ଼ ସରକାରଙ୍କ ପ୍ରତି ସହାନୁଭୂତି ଦେଖାଇ ଓଡ଼ିଶା ସରକାରଙ୍କ ଆନେ୍ଦାଳନ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ସହ ଛତିଶଗଡ଼ ସହ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚାପ ପକାଉ ଥିଲେ । ମହାନଦୀ ଜଳ ଉପରେ ରାଜ୍ୟବାସୀଙ୍କ ଅଧିକାର ରାଜନୈତିକ ରୂପ ନେଇ ବାଟବଣା ହେବାକୁ ବସିଥିବା ବେଳେ କେନ୍ଦ୍ର ସରକାର ଏହାର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନ କରିବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ । ତଥାପି, କେନ୍ଦ୍ର ସରକାର ଆପୋଷ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେବା ସହ ଛତିଶଗଡ଼ ସରକାରଙ୍କ ଅସହଯୋଗ ଆଚରଣକୁ ପରୋକ୍ଷ ସମର୍ଥନ ଦେଇ ଆସିବାରୁ ବିବାଦ ଅଧିକ ଘନିଭୂତ ହୋଇଥିଲା । ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଦାବିରେ ଅଟଳ ଥିବା ସମୟରେ ଦେଶର ବିଭାନ୍ନ ନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହେବାକୁ ଥିବା ଏକକ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ମଧ୍ୟ ସମାଧାନ ହୋଇ ପାରିବ କହି କେନ୍ଦ୍ର ସରକାର ରାଜ୍ୟର ଦାବିକୁ ଟାଳି ଦେବାକୁ ବସି ଥିବା ବେଳେ ମାନ୍ୟବର ସୁପ୍ରିମ କୋର୍ଟ ଖଣ୍ଡପୀଠ କଠୋର ଆଭିମୁଖ୍ୟ ଗହଣ କରି ଏକ ମାସ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ଗତ ଜାନୁୟାରୀ ମାସରେ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଫଳରେ, କୋର୍ଟଙ୍କ ଏହି ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ର ସରକାର ମଙ୍ଗଳବାର ଦିନର କ୍ୟାବିନେଟ ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତି ନେଇଛନ୍ତି ।
ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁସାରେ ଏହି ଟ୍ରିବ୍ୟୁନାଲ ଗଠନ ହେବ । ମହାନଦୀ ବେସିନ୍ ରେ ପ୍ରବାହିତ ହୋଉଥିବା ଜଳର ପରିମାଣ, ଦୁଇ ରାଜ୍ୟର ଅବଦାନ ଏବଂ ଆବଶ୍ୟକତାକୁ ନେଇ ଜଳ ବଂଟନର ଆଧାର ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । ଦେଶର ମୁଖ୍ୟ ନ୍ୟାୟାଧିଶ ଏବଂ ତାଙ୍କର ଦୁଇ ଜଣ ପରାମର୍ଶଦାତା ସ୍ୱତନ୍ତ୍ର ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କୁ ମନୋନୀତ କରିବେ । ଏହି ଟ୍ରିବ୍ୟୁନାଲ ତିନି ବର୍ଷ ମଧ୍ୟରେ ତାଙ୍କ ରିପୋର୍ଟ ଉପସ୍ଥାପନ କରିବେ । ଆବଶ୍ୟକତା ପଡିଲେ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପଡୋଶୀ ରାଜ୍ୟ ଛତିଶଗଡ଼ ମହାନଦୀ ଉପରେ ରାଜ୍ୟର ଏକାଧିକ ସ୍ଥାନରେ ନଦୀବନ୍ଧ ଓ ବ୍ୟାରେଜ ନିର୍ମାଣ କରୁଥିବାରୁ ଓଡ଼ିଶାକୁ ନଦୀ ଜଳ ପ୍ରବାହ କମି କମି ଯାଉଥିବା ଓଡ଼ିଶା ସରକାର ୨୦୧୬ ଡ଼ିସେମ୍ବରରେ ସୁପ୍ରିମ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ନିର୍ମାଣାଧୀନି ଡ଼୍ୟାମ୍ ଓ ବ୍ୟାରେଜ କାର୍ଯ୍ୟ ବନ୍ଦ କରିବା ସକାଶେ ସଂପୃକ୍ତ ରାଜ୍ୟକୁ ନିଦେ୍ର୍ଦଶ ଦେବାକୁ ନିବେଦନ କରିଥିଲେ ।
୧୯୮୦ ମଧ୍ୟଭାଗରୁ ମହାନଦୀ ଜଳକୁ ନେଇ ଓଡ଼ିଶା ଓ ମଧ୍ୟ ପ୍ରଦେଶ ମଧ୍ୟରେ ବିବାଦ ରହିଛି । ୨୦୦୦ ମସିହାରେ ମଧ୍ୟ ପ୍ରଦେଶ ବିଭାଜିତ ହୋଇ ଛତିଶଗଡ଼ ରାଜ୍ୟ ଗଠନ ହେବା ପରେ ଓଡ଼ିଶା-ମଧ୍ୟ ପ୍ରଦେଶ ସରକାରଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ମହାନଦୀ ଜଳ ବଂଟନ ରାଜିନାମାକୁ ଛତିଶଗଡ଼ ମାନିବାକୁ ରାଜି ନ ହୋଇ ନଦୀର ଉପର ମୁଣ୍ଡରେ ଏକାଧିକ ନଦୀବନ୍ଧ ଓ ବ୍ୟାରେଜ ନିର୍ମାଣ କରିବାରୁ ଓଡ଼ିଶା ଚାଷିଙ୍କୁ ତିରୋଟ ସମୟରେ ନଦୀ ପାଣି ଉପଲବ୍ଧ ହେଉ ନଥିଲା । ଓଡ଼ିଶା ଅଂଚଳରେ ନଦୀରେ ଜଳ ପ୍ରବାହ କମୁ ଥିବା ଦେଖି ସରକାର ଏହାର ବିରୋଧ କରିବାକୁ ଛତିଶଗଡ଼ ସରକାର ସମାଧାନକୁ ଟାଳି ଚାଲି ଥିଳେ । ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଆଡୁ ହୋଇଥିବା ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଦାବିରେ ଛତିଶଗଡ଼ ସରକାର ରାଜି ନ ହେବାରୁ ଏବଂ ବିବାଦର ସମାଧାନ ପାଇଁ ୨୦୧୬ ସେପ୍ଟେମ୍ବରରେ ତକ୍ରାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ନୂଆଦିଲ୍ଲୀ ଡ଼କାଇ କରିଥିବା ବୁଝାମଣା ଉଦ୍ୟମ ବିଫଳ ହେବାରୁ ଓଡ଼ିଶା ସରକାର ଡ଼ିସେମ୍ବରରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS