କମଲ ହାସନ ଗଠନ କଲେ ନୂଆ ରାଜନୈତିକ ଦଳ


ନୂଆଦିଲ୍ଲୀ, ୨୧ ଫେବୃୟାରୀ: ସୁପରିଚିତ ବଲିଉଡ୍ ତାରକା କମଲ ହାସନ ବୁଧବାର ଦିନ ତାମିଲନାଡୁରୁ ତାଙ୍କ ନୂତନ ରାଜନୈତିକ ଦଳର ଶୁଭାରମ୍ଭ କରିଛନ୍ତି । ଏହି ରାଜନୈତିକ ଦଳର ନାମ ‘ମାକାଲା ନିଧି ମାଇଆମ୍’ (ପିପୁଲ୍ସ ଜଷ୍ଟିସ୍ ସେଂଟର) ରଖା ଯାଇଛି । ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ସ୍ୱର୍ଗତ ଡ଼କ୍ଟର ଏପିଜେ ଅବଦୁଲ କାଲାମଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ହାସନ ରାମେଶ୍ୱରମରେ ଥିବା କାଲମଙ୍କ ବାସଭବନକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହିଠାରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇ ମଦୁରାଇ ସହରରେ ପହଂଚି ଥିଲା । ମଦୁରାଇ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ହାସନଙ୍କ ହଜାର ହଜାର ସମର୍ଥକ ଯୋଗ ଦେଇ ଥିଲେ । ବର୍ତମାନ ଠାରୁ ସେ ଆଉ ଫିଲ୍ମ ତାରକା ନୁହନ୍ତି, ରାଜନେତା ବୋଲି କମଲ ହାସନ ସେଠାରେ ଖବରଦାତାମାନଙ୍କୁ ସୂଚନା ଦେଇ ଥିଲେ । କମଳ ହାସନଙ୍କ ପଛେ ପଛେ ଅନ୍ୟତମ ସୁପ୍ରସିଦ୍ଧ ଦକ୍ଷିଣୀ ତଥା ବଲିଉଡ୍ ତାରକା ରଜନୀକାନ୍ତ ନୂଆ ରାଜନୈତିକ ଦଳ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS