ବଲିଉଡ୍ ତାରକା ଶ୍ରୀଦେବୀଙ୍କ ଶେଷକୃତ୍ୟ ସଂପନ୍ନ
ମୁମ୍ବାଇ, ୧ ମାର୍ଚ୍ଚ : ଦୁବାଇର ଏକ ଷ୍ଟାର ହୋଟେଲରେ ବାଥ୍ ଟବ୍ ରେ ବୁଡି ପ୍ରାଣ ହରାଇ ଥିବା ବଲିଉଡ୍ ସୁପର ଷ୍ଟାର୍ ଶ୍ରୀଦେବୀଙ୍କ ମରଶରୀର ଏକ ଚାଟର୍ଡ ବିମାନରେ ଆସି ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରେ ପହଂଚିବା ପରେ ବୁଧବାର ଅପରାହ୍ନରେ ଭିଲେ ପାର୍ଲେ ସେବା ସମାଜ କ୍ରିମାଟୋରିଅମ୍ ଓ ହିନ୍ଦୁ ଶ୍ମଶାନରେ ଜାତୀୟ ସମ୍ମାନର ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି । ଶ୍ମଶାନକୁ ନିଆ ଯିବା ପୂର୍ବରୁ ଶ୍ରୀଦେବୀଙ୍କ ମୃତଦେହ ଶେଷଦର୍ଶନ ପାଇଁ ଲୋଖଣ୍ଡୱାଲା ସ୍ଥିତ ବାସଭବନରେ ରଖା ଯାଇ ଥିଲା । ବଲିଉଡ୍ ର ଜଣାଶୁଣା ବରିଷ୍ଠ ଓ କନିଷ୍ଠ କଳାକାରଙ୍କ ସମେତ ସହସ୍ରାଧିକ ସଂଖ୍ୟାକ ଶୁଭେଚ୍ଛୁ ତାଙ୍କ ଶେଷ ଦର୍ଶନ ପାଇଁ ଲୋଖଣ୍ଡୱାଲା ବାସଭବନଠାରୁ ଆରମ୍ଭ କରି ଭିଲେ ପାର୍ଲେ ସେବା ସମାଜ କ୍ରିମେଟୋରିଅମ୍ ପର୍ଯ୍ୟନ୍ତ ଭିଡ଼ ଜମାଇବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାଘାଟ ଳୋକାରଣ୍ୟ ହୋଇ ରହି ଥିଲା । ପୁଲିସ ଭିଡ଼ ନିୟନ୍ତ୍ରଣ ପାଇଁ ମୃଦୁ ଲାଠି ଚାଳନା କରିବାକୁ ବାଧ୍ୟ ହୋଇ ଥିଲେ । ସନ୍ଧ୍ୟାରେ ତାଭ୍କ ସ୍ୱାମୀ ବୋନି କପୁର ଶ୍ରୀଦେବୀଙ୍କୁ ମୁଖାଗ୍ନି ଦେଇ ଥିଲେ ।
ଭାରତୀୟ ସିନେମାର ଏହି ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ ତାଙ୍କ ଅଭିନେତ୍ରୀ ଜୀବନ ଆରମ୍ଭ କରି ବଲିଉଡରେ ପଦାର୍ପଣ କରିଥିଲେ । ଅମିତାଭ ବଚନ, ଜିତେନ୍ଦ୍ର, କମଳ ହାସନ, ଅନିଲ କପୁର, ଋଷି କପୁରଙ୍କ ଭଳି ବହୁ ସୁପରଷ୍ଟାରଙ୍କ ସହ ସେ ଅଭିନୟ କରି ନିଜକୁ ମହିଳା ସୁପରଷ୍ଟାର ଭାବେ ପ୍ରତିଷ୍ଠା କରି ପାରି ଥିଲେ । ଏକଦା ସେ ସର୍ବାଧିକ ପାରିଶ୍ରମିକ ନେଉ ଥିବା ବଲିଉଡ୍ ଅଭିନେତ୍ରୀ ଥିଲେ । ବୋନି କପୁର ନିଜେ ତାଙ୍କ ପ୍ରଯୋଜିତ ପିଲ୍ମରେ ଅଭିନୟ ପାଇଁ ଶ୍ରୀଦେବୀଙ୍କୁ ୧୧ ଲକ୍ଷ ଟଙ୍କା ପାରିଶ୍ରମିକ ଦେଇଥିବା ସ୍ୱୀକାର କରିଛନ୍ତି । ୫୪ ବର୍ଷ ବୟସରେ ଶ୍ରୀଦେବୀ ପରିବାର ସହ ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ଥିବା ଅବସରରେ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ହୃଦଘାତରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟି ଥିବା କୁହା ଯାଇ ଥିଲେ ମଧ୍ୟ ପରେ ସେ ହୋଟେଲ କୋଠରୀ ସଂଲଗ୍ନ ବାଥ୍ ଟବ୍ରେ ବୁଡ଼ି ପ୍ରାଣ ହରାଇ ଥିବା ଦୁବାଇ ପୁଲିସ ସ୍ପଷ୍ଟ କରି ଥିଲେ । ତାଙ୍କ ରକ୍ତରେ ଆଲକହଲ୍ ମିଳିଥିବା କୁହାଯାଇଛି । ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବା ପରେ ଦୁବାଇର ତଦନ୍ତକାରୀ ସଂସ୍ଥା ଶ୍ରୀଦେବୀଙ୍କ ମୃତ ଶରୀରକୁ ମର୍ଗରେ ରଖି ପରବର୍ତୀ ତଦନ୍ତ କାର୍ଯ୍ୟ ଚଳାଇ ଥିଲେ । ତାଙ୍କ ସ୍ୱାମୀ ବୋନି କପୁରଙ୍କୁ ମଧ୍ୟ ସନେ୍ଦହରେ ପଚରାଉଚୁରା କରାଯାଇଥିଲା । ତେବେ, ସନେ୍ଦହ ଅମୂଳକ ବୋଲି ତଦନ୍ତକାରୀ ଅଧିକାରୀମାନେ ଜାଣିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରି ଥିଲେ । ପ୍ରସିକ୍ୟୁଟରମାନେ କ୍ଳିନ୍ ଚିଟ୍ ଦେବା ପରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଓ ସାବତ ପୁଅ ଅର୍ଜୁନ କପୁର ପରିବାରର ଅନ୍ୟ ସଦସ୍ୟଙ୍କ ସହ ମର୍ଗରୁ ମୃତ ଦେହକୁ ସଂଗ୍ରହ କରି ଏକ ଚାଟର୍ଡ ବିମାନରେ ମୁମ୍ବାଇ ଆଣି ଶେଷଦର୍ଶନ ପାଇଁ ଲୋଖଣ୍ଡୱାଲା ସ୍ଥିତ ସେଲିବ୍ରେସନ୍ ସ୍ପୋର୍ଟସ୍ କ୍ଲବରେ ରଖି ଥିଲେ । ବୁଦବାର ସକାଳେ ସାଢେ ୯ଟାରୁ ଅପରାହ୍ନ ପର୍ଯ୍ୟନ୍ତ ଶେଷଦର୍ଶନ ପରେ ଶେଷକୃତ୍ୟ ପାଇଁ ଭିଲେ ପାର୍ଲେ ସେବା ସମାଜ କ୍ରିମାଟୋରିଅମ୍ ଓ ହିନ୍ଦୁ ଶ୍ମଶାନକୁ ନିଆ ଯାଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS